ବିନା ହେଲମେଟ ଦେଖି ଯୁବକ ପ୍ରଶ୍ନ କରିଲା, ତ ରାସ୍ତା ଉପରେ ଶର୍ଟ ଧରି ଘୋଷାଡ଼ିବାକୁ ଲାଗିଲେ ପୋଲିସ ବାବୁ ଆଉ ତା ପରେ… ଦେଖନ୍ତୁ ଭିଡିଓ

ଟ୍ରାଫିକ ନିୟମ ଚେଞ୍ଜ ହେବା ପରେ ଦେଶ ସାରା ଚାଲାଣର ବହୁତ ଚର୍ଚା ହେଉଛି । ସମସ୍ତେ ସରକାର ଦ୍ଵାରା ଲାଗୁ କରାଯାଇଥିବା ଅଧିକ ଟଙ୍କାର ଚାଲାଣକୁ ନେଇ ନିଜର ପ୍ରତିକ୍ରିୟା ବ୍ୟକ୍ତ କରୁଛନ୍ତି । ଅଧିକ ଟଙ୍କାର ଚାଲାଣର ଭୟ ଲୋକମାନଙ୍କ ମଧ୍ୟରେ ବହୁତ ଦେଖା ଯାଉଛି, କିନ୍ତୁ ପୋଲିସଙ୍କ ଉପରେ ଏହାର କୌଣସି ପ୍ରଭାବ ଦେଖା ଯାଉ ନାହିଁ । ପୋଲିସଙ୍କୁ ଚାଲାଣର କୌଣସି ଟେନସନ ନାହିଁ, ଯେଉଁ କାରଣରୁ ସେମାନେ ବିନା ହେଲମେଟରେ

ରାସ୍ତାରେ ଯାଉଛନ୍ତି ଓ ଏହି କଥାକୁ ନେଇ ବର୍ତ୍ତମାନ ହିଁ ବିହାରରେ ହଙ୍ଗାମା ଦେଖା ଯାଇଛି, ଯାହାକି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଯୁବକ ଜଣକ ପୋଲିସକୁ କହିଲା

ବିହାର ବକ୍ସର ରେ ପୋଲିସ ବିନା ହେଲମେଟ ବାଲା ଲୋକମାନଙ୍କର ଚାଲାଣ କାଟୁ ଥିଲା ଓ ସେହି ସମୟରେ ଏଏସଆଈ ରୌଶନ କୁମାର ବିନା ହେଲମେଟ ପିନ୍ଧି ସେଠି ପହଞ୍ଚି ଗଲା, ଯାହା ପରେ ସେଠି ଥିବା କମଳ ନାମକ ଏକ ଯୁବକ ସେହି ପୋଲିସକୁ ପ୍ରଶ୍ନ କରିଲା । ଯୁବକ ପୋଲିସକୁ ହେଲମେଟ ନ ପିନ୍ଧିବାର କାରଣ ପଚାରିଲା । ତେବେ ପୋଲିସ ଜଣକ ରାଗି ଯାଇ ସେହି ଯୁବକ ସହିତ ଖରାପ ବ୍ୟବହାର କରିବା ଆରମ୍ଭ କରି ଦେଲା ।

ପୋଲିସ ଯୁବକ ସହିତ କରିଲା ଏମିତି ବ୍ୟବହାର

ଯୁବକ କମଳ ର କଥା ଶୁଣି ପୋଲିସ ରାଗିଗଲା ଓ ସେ ତୁରନ୍ତ ଯୁବକର ସାର୍ଟକୁ ଧରି ଟାଣିବାକୁ ଲାଗିଲା । ପୋଲିସ ଯୁବକକୁ ଟାଣି ଟାଣି ଜିପରେ ବସାଇ ଦେଲା ଓ ପୁଣି ସେ ତାହାକୁ ଥାନାକୁ ନେଇ ଗଲା । ଏହି ପୁରା ମାମଲା ଶନିବାର ଦିନର ଅଟେ, ଯାହାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଦେଖିବା ପରେ ପୋଲିସ ଉପରେ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରାଗଲା ଓ ତାଙ୍କୁ ଚାଲାଣ ବି ଦେବାକୁ ପଡିଲା । ଅର୍ଥାତ ଦେଶର ସମସ୍ତ ନାଗରିକମାନଙ୍କ ପାଇଁ ନିୟମ ସମାନ ହେବା ଉଚିତ ।

ଏସପି କରିଲେ ସସ୍ପେଣ୍ଡ

ମାମଲାକୁ ବଢୁଥିବାର ଦେଖି ଏସପି ସେହି ପୋଲିସବାଲାକୁ ସସ୍ପେଣ୍ଡ କରି ତାଙ୍କୁ ୧୦୦୦ ଟଙ୍କାର ଚାଲାଣ ଭରିବାକୁ ବି କହିଲେ । କହିଦେଉଛୁ କି ସେହି ଯୁବକ ଜଣକ ଆରୋପ ଲଗାଇଛି କି ସେହି ପୋଲିସବାଲା ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି । ଯେଉଁ କାରଣରୁ ଏସପି ସଙ୍ଗେ ସଙ୍ଗେ ଆକ୍ସନ ନେଲେ । ଏସପି ପୋଲିସବାଲାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ଆପଣ ସମସ୍ତେ ବି ଟ୍ରାଫିକ ନିୟମକୁ ପାଳନ କରନ୍ତୁ, ଅନ୍ୟଥା ଆପଣଙ୍କୁ ବି ଚାଲାଣ ଦେବାକୁ ପଡିବ, କାରଣ ଏଠି କାହାକୁ ବି ଛଡା ଯିବ ନାହିଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।