ବିନା ଡକ୍ୟୁମେଣ୍ଟ୍ସରେ ଏବେ ଆଧାର କାର୍ଡ କରିବା ହେଲା ସହଜ, ମିଳୁଛି ଏହି ନୂଆ ସୁବିଧା

ଆଧାର କାର୍ଡର ମହତ୍ଵ ଅଧିକରୁ ଅଧିକ ବୃଦ୍ଧି ପାଇଛି, ବହୁତ ଥର ଏମିତି ଦେଖିବାକୁ ମିଳିଛି କି ଆଧାର କାର୍ଡ ବିନା ସବୁ କାମ ଅଟକି ଯାଇଥାଏ । ଆଧାର କାର୍ଡ ତିଆରି କରିବା ପାଇଁ ପରିଚୟ ପତ୍ର ଏବଂ ଠିକଣା ପ୍ରମାଣ ଆବଶ୍ୟକ ହୋଇ ଥାଏ । କିନ୍ତୁ ବର୍ତ୍ତମାନ ଆଧାର କାର୍ଡ କୌଣସି ଡକ୍ୟୁମେଣ୍ଟ୍ସ ବିନା ତିଆରି ହୋଇ ପାରିବ । ଏହି ନୂଆ ସୁବିଧା ଏବଂ ସୁଯୋଗ ସମସ୍ତଙ୍କୁ ମିଳୁଛି । ଆପଣ ଆଧାର କାର୍ଡ କେନ୍ଦ୍ରରେ ଥିବା ପରିଚୟକାରୀଙ୍କ ସାହାଯ୍ୟ ନେଇ ପାରିବେ ।

ତାହେଲେ ଆସନ୍ତୁ ଜାଣିବା କେମିତି ବିନା ଡକ୍ୟୁମେଣ୍ଟ୍ସରେ ଆଧାର କାର୍ଡ ତିଆରି କରାଯାଇ ପାରୁଛି । ଭାରତୀୟ ବିଶିଷ୍ଠ ପରିଚୟ ପ୍ରାଧିକରଣ ବିନା ଡକ୍ୟୁମେଣ୍ଟ୍ସ ଆଧାର ତିଆରି କରିବାର ସୁବିଧା ଦେଇଛି । ପରିଚୟକାରୀ ସେହି ବ୍ୟକ୍ତି ହୋଇ ଥାନ୍ତି ଯାହାକୁ ରେଜିଷ୍ଟ୍ରେଟଙ୍କ ଦ୍ଵାରା ସେଠାକାର ଏମିତି ବାସିନ୍ଦାକୁ ସ୍ଥାପିତ କରିବା ପାଇଁ ଅଧିକୃତ କରାଯାଇଛି, ଯାହାଙ୍କ ପାଖରେ ପିଓଏଲ କିମ୍ବା ପିଓଏ ନାହିଁ ।

କିନ୍ତୁ ପରିଚୟକାରୀଙ୍କ ପାଖରେ ଆଧାର କାର୍ଡ ଥିବା ଅନିବାର୍ଯ୍ୟ ଅଟେ ଏବଂ କୌଣସି ଆବେଦନକାରୀଙ୍କ ସହିତ ତାଙ୍କର ପଞ୍ଜୀକରଣ କେନ୍ଦ୍ରରେ ଉପସ୍ଥିତ ରହିବା ଜରୁରୀ ଅଟେ । ପରିଚୟକାରୀଙ୍କ ପାଇଁ ଆବେଦନକାରୀଙ୍କ ପରିଚୟ ଏବଂ ଠିକଣା ନିଶ୍ଚିନ୍ତ କରିବା ଜରୁରୀ ଅଟେ, ସେମାନଙ୍କୁ ନାମଲେଖା ଫର୍ମରେ ଏଥିପାଇଁ ଦସ୍ତଖତ କରିବାକୁ ପଡିଥାଏ ।

UIDAI ଙ୍କ ଦ୍ଵାରା ଜାରି କରାଯାଇ ଥିବା ସର୍କୁଲାର ଅନୁସାରେ ପରିଚୟକାରୀଙ୍କ ପାଇଁ ଆବେଦନକାରୀଙ୍କ ନାମରେ ଏକ ସାର୍ଟିଫିକେଟ ଦେବାକୁ ପଡିଥାଏ । ଏହାର ବୈଧତା ୩ ମାସ ହୋଇ ଥାଏ । ଯଦି ଆପଣଙ୍କ ପାଖରେ ପରିଚୟ ପତ୍ର ଏବଂ ଠିକଣା ପ୍ରମାଣ ନାହିଁ ତାହେଲେ ସେମାନେ ମଧ୍ୟ ଆଧାର କାର୍ଡ ପାଇଁ ଆବେଦନ କରି ପାରିବେ ।

ଏଥିପାଇଁ ସେମାନଙ୍କ ନାମ ପାରିବାରିକ କୌଣସି ଡକ୍ୟୁମେଣ୍ଟ ଯେମିତି କି ରାଶନ କାର୍ଡ ଥିବା ଦରକାର ଅଟେ । ଏମିତି ମାମଲାରେ ଏହା ମଧ୍ୟ ଜରୁରୀ ହୋଇଥାଏ କି ପ୍ରଥମେ ପରିବାରର ମୁଖିଆଙ୍କ ପିଓଏଲ କିମ୍ବା ପିଓଏ ମାଧ୍ୟମରେ ଆଧରା ହୋଇଥିବ । ଏହାପରେ ପରିବାରର ମୁଖିଆ ପରିବାରର ସଦସ୍ୟଙ୍କ ପରିଚୟକାରୀ ହୋଇ ପାରିବେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।