ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ ଏକା ଏକା ବାହାହେବାକୁ ଗଲା ଏହି ବର

କରୋନା ଭାଇରସରୁ ବଞ୍ଚିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତା କର୍ଫ୍ୟୁର ଅପିଲ ର ପ୍ରଭାବ ବୈବାହିକ ସମାରୋହରେ ବି ପଡିଛି । ବିହାରର ଦରଭଂଗାରେ ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ସଫଳ କରିବା ପାଇଁ ଦରଭଂଗା ଜିଲ୍ଲାର ବର୍ତ୍ତମାନ ସଦର ପ୍ରଖଣ୍ଡର ଶୀଶୋଂ ପଶ୍ଚିମର ମୁଖିୟା ବର ଶମ୍ସେ ଆଲମ ଖାନ ବିନା ବରଯାତ୍ରୀରେ ବିବାହ କରିବାକୁ ବାହାରି ପଡିଥିଲେ । ବର କହିଲେ କି କରୋନା ଭାଇରସକୁ ରୋକିବା ପାଇଁ ସାମାଜିକତା ଦୂରତା ବି ବହୁତ ଜରୁରୀ ଅଟେ । ସେ କହିଲେ କି ଆମେ ପ୍ରଧାନମନ୍ତ୍ରୀଙ୍କ ସହିତ ଅଛୁ । ବରଯାତ୍ରୀ ନେବା ଦ୍ଵାରା ରାସ୍ତାରେ ଭିଡ ହୋଇଥାଏ ସେଥିପାଇଁ ମୁଁ ବିନା ବରଯାତ୍ରୀରେ ହିଁ ବିବାହ ପାଇଁ ବାହାରି ଗଲି ।

କହିବାକୁ ଗଲେ ତିନି ମାସ ପୂର୍ବରୁ ହିଁ ବିବାହ ତାରିଖ ୨୨ ମାର୍ଚ ଠିକ ହୋଇ ଯାଇଥିଲା । କିନ୍ତୁ ଜନତା କର୍ଫ୍ୟୁ କାରଣରୁ ସମାରୋହରେ ବରଯାତ୍ରୀର ଭିଡକୁ ନେଇ ୱେସ୍ଟବେଙ୍ଗଲର ଆସନସୋଲ ଯିବା ସମ୍ଭବ ନୁହେଁ । ଆପଣ ଫଟୋରେ ଦେଖି ପାରିବେ କି ବର ବିନା ବରଯାତ୍ରୀରେ ଘରୁ ବାହାରି ଯାଇଛି ।

ତିନି ମାସ ପୂର୍ବରୁ ହିଁ ଠିକ ହୋଇଯାଇଥିଲା ବିବାହ

ବର ଶମ୍ସେ ଆଲମ ଖାନ ଗତ ତିନି ମାସ ହେବ ନିଜର ବିବାହର ପ୍ରସ୍ତୁତି କରୁଥିଲେ । ତିନି ହଜାର ପାଖାପାଖି ନିମନ୍ତ୍ରଣ ପତ୍ର ବି ବାଣ୍ଟି ସାରିଥିଲେ । ଜଣେ ପ୍ରତିନିଧି ହୋଇଥିବା କାରଣରୁ ସେ ସେହି ଅଞ୍ଚଳର ସମସ୍ତଙ୍କୁ ବରଯାତ୍ରୀରେ ଯିବା ପାଇଁ ନିମନ୍ତ୍ରଣ ବି କରିଥିଲେ । ସମସ୍ତ ବରଯାତ୍ରୀଙ୍କୁ ନେଇ ଟ୍ରେନରେ ରିଜର୍ଭେସନ ବି କରିଥିଲେ । କିନ୍ତୁ ଯେତେବେଳେ ସରକାର ଜନତା କର୍ଫ୍ୟୁ ପାଇଁ ଦେଶବାସୀଙ୍କୁ ଆହ୍ଵାନ ଦେଲେ ତେବେ ସେ ସମସ୍ତ ରିଜର୍ଭେସନକୁ କ୍ୟାନ୍ସେଲ କରି ନିଜେ ଏକୁଟିଆ ହିଁ ଗାଡି ବାହର କରି ବିବାହ କରିବାକୁ ଘରୁ ବାହାରିଗଲେ ।

ବର ପିଏମଙ୍କ ପ୍ରଶଂସା କରିଲେ

ମୁଖିଆ ଶମ୍ସେ ଆଲମ ଖାନ କହିଲେ କି କରୋନା ଭାଇରସ କାରଣରୁ ଭାରତରେ ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ସଫଳ କରିବା ପାଇଁ ନିଜ ବିବାହରେ ଭିଡ ଏକତ୍ରିତ ନ କରିବା ପାଇଁ ନିଷ୍ପତି ନେଲେ । ଏହି କାରଣ ଅଟେ କି ସେ ନିଜ ବାହାଘରରେ ବରଯାତ୍ରୀ ନେବା ପାଇଁ ଉଚିତ ଭାବିଲେ ନାହିଁ । ସେ ଆଗକୁ କହିଲେ କି ବିବାହ ତାରିଖକୁ ଆଗକୁ କରି ହେବ ନାହିଁ କାରଣ ଝିଅ ଘର ଲୋକମାନେ ସବୁ ପ୍ରସ୍ତୁତି କରିସାରିଛନ୍ତି ।