ବିମାନରେ ଶୁଭୁଛି Ratan Tata ଙ୍କ ସ୍ଵର, କାହିଁକି ଏବେ ଏତେ ଚର୍ଚ୍ଚାରେ ରହିଛି ଏୟାର ଇଣ୍ଡିଆର ଏହି ଟ୍ବିଟ, ଦେଖନ୍ତୁ ପୁରା Report

ଏୟାର ଇଣ୍ଡିଆ ବିମାନରେ ଶୁଭୁଛି ଶିଳ୍ପପତି ରତନ ଟାଟାଙ୍କ ସ୍ଵର । ଟାଟା ହାତକୁ ଯିବା ପରେ ଯାତ୍ରୀଙ୍କୁ କଲେ ସ୍ଵାଗତ । ଅନବୋର୍ଡ ପାସେଞ୍ଜରଙ୍କ ପାଇଁ ବାର୍ତ୍ତା ଦେଉଛନ୍ତି ରତନ ଟାଟା । ନୂଆ ରୂପରେ ଆସିଲେ କ୍ୟାବିନ କ୍ରିଉ ଓ ଯାତ୍ରୀଙ୍କୁ ମିଳିଲା ଅତିଥି ମାନ୍ୟତା । ଏହାସହ ଯାତ୍ରୀଙ୍କୁ ଉନ୍ନତ ମିଲ୍ ମଧ୍ୟ ମିଳିଲା । ଆଜି ଠାରୁ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା ସବୁ ଯାତ୍ରୀଙ୍କ ପାଇଁ ଅଡିଓ ବାର୍ତ୍ତା ଦେଇଛନ୍ତି ଶିଳ୍ପପତି ରତନ ଟାଟା । ବିମାନ ଭିତରେ ରତନ ଟାଟା ସମସ୍ତଙ୍କୁ ସ୍ଵାଗତ କରୁଥିବାର ଏକ ଅଡିଓ ଶୁଣିବାକୁ ମିଳୁଛି ।

ଏହି ଭିଡିଓଟି ଏୟାର ଇଣ୍ଡିଆ ଏହାର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି । ଏୟାର ଇଣ୍ଡିଆ ଏୟାର ଲାଇନ୍ସ ଟାଟା ଗ୍ରୁପ ହାତକୁ ଫେରିବା ପରେ ଏଭଳି ଏକ ବାର୍ତ୍ତା ଦେଇଛନ୍ତି ରତନ ଟାଟା । ଏହି ଅଡିଓରେ ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଟାଟା ଗ୍ରୁପ ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଛନ୍ତି । ଦୀର୍ଘ ୬୯ ବର୍ଷ ପରେ ଟାଟା ଗ୍ରୁପ ତା’ର ପୁରୁଣା ମାଲିକାନା ଫେରି ପାଇଛି । ଗତ ବର୍ଷ ଅକ୍ଟୋବାର ମାସରେ ନିଲାମ ବିଜୟ ଲାଭ କରିବା ପରେ ଏବେ ବିଧିବଦ୍ଧ ଭାବେ ଟାଟା ଏୟାର ଇଣ୍ଡିଆ ଏୟାର ଲାଇନ୍ସର ପରିଚାଳନା ଦାୟିତ୍ଵ ହାତକୁ ନେଇଛି ।

ଟାଟା ପାଇଁ ଏହା ତୃତୀୟ ଏୟାର ଅଟେ । ସିଙ୍ଗାପୋର ଏୟାର ଲାଇନ ସହଯୋଗରେ ହୋଷ୍ଟାରା, ଏୟାର ଏସିଆ ସହଯୋଗରେ ଏୟାର ଏସିଆ ଇଣ୍ଡିଆ ଏୟାର ଲାଇନ୍ସ ମଧ୍ୟ ଟାଟା ହାତରେ ରହିଛି । ଆଉ ବର୍ତ୍ତମାନ ଏୟାର ଇଣ୍ଡିଆ ଏୟାର ଲାଇନ୍ସ ମଧ୍ୟ ଟାଟା ଗ୍ରୁପର ହସ୍ତଗତ ହୋଇଛି । ଏହିଭଳି ଭାବେ ବର୍ତ୍ତମାନ ତିନୋଟି ଏୟାର ଲାଇନ୍ସର ମାଲିକାନା ରହିଛି ଟାଟା ଗ୍ରୁପ ପାଖରେ ।

ଆଉ ଏୟାର ଇଣ୍ଡିଆ ଏୟାର ଲାଇନ୍ସ ରେ ପରିଚାଳନା ହାତକୁ ନେବା ପରେ ଏହିପରି ଏକ ନିଆରା ଢଙ୍ଗ ଆପଣେଇଛି ଟାଟା ଗ୍ରୁପ । ଏୟାର ଇଣ୍ଡିଆ ଏୟାର ଲାଇନ୍ସରେ ଯାତ୍ରୀମାନେ ବସିବା ପରେ ଶୁଣିବାକୁ ମିଳୁଛି ରତନ ଟାଟାଙ୍କ ସ୍ଵର । ସୁନ୍ଦର ଭାବେ ଯାତ୍ରୀଙ୍କୁ ସ୍ଵାଗତ ଜଣାଇବା ସହ ସେ ଉନ୍ନତମାନର ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।