ବିଳାସପୂର୍ଣ୍ଣ ଜୀବନ ଯାପନ କରିବାକୁ ଚାହୁଁଛନ୍ତି ତ ତେବେ ଆପଣାନ୍ତୁ ଏହି ବାସ୍ତୁ ଶାସ୍ତ୍ରର ଟିପ୍ସକୁ

ବିଳାସପୂର୍ଣ୍ଣ ଜୀବନ ଯାପନ ପାଇଁ ଲୋକମାନେ ଦିନ ରାତି ପରିଶ୍ରମ କରିଥାନ୍ତି ଏବଂ ଯାହା ଦ୍ଵାରା ବହୁତ ଟଙ୍କା ଆୟ କରିପାରିବେ ଓ ସେ ନିଜକୁ ଏବଂ ନିଜ ପରିବାରକୁ ଏକ ବିଳାସପୂର୍ଣ୍ଣ ଜୀବନ ଦେଇ ପାରିବେ । କିନ୍ତୁ କେତେକ ଏମିତି ଲୋକ ଅଛନ୍ତି ଯେଉଁମାନେ ବହୁତ ପରିଶ୍ରମ କରିବା ପରେ ବି ନିଜ ହିସାବରେ ଟଙ୍କା ଆୟ କରି ପାରନ୍ତି ନାହିଁ । ଲକ୍ଷ୍ମୀଙ୍କର କୃପା ସମସ୍ତଙ୍କ ଉପରେ ହୋଇ ନଥାଏ ।

କିନ୍ତୁ ବାସ୍ତୁ ଅନୁସାରେ ଘରେ ରଖାଯାଇଥିବା ଜିନିଷକୁ ଯଦି ସଠିକ ଦିଗରେ ରଖାଯାଏ ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଉପରେ ମାତାଙ୍କର କୃପା ହୋଇଥାଏ । ମା’ଙ୍କର କୃପା ହେବା ଦ୍ଵାରା ଆପଣଙ୍କୁ କେବେ ମଧ୍ୟ ଆର୍ଥିକ ସମସ୍ୟା ଆସି ନଥାଏ ଏବଂ ଆପଣ ବି ଏକ ବିଳାସପୂର୍ଣ୍ଣ ଜୀବନ ଯାପନ କରି ପାରିବେ ।

ରଖନ୍ତୁ ଏହି କଥା ପ୍ରତି ଧ୍ୟାନ, ଖୁସି ହୋଇଯିବେ ମାତା ଲକ୍ଷ୍ମୀ

ତିଜୋରୀର ଦିଗ ସଠିକ ହେବା ଦରକାର

ସମସ୍ତେ ନିଜର ଟଙ୍କା ଏବଂ ଗହଣା ଭଳି ଜିନିଷ ଗୁଡିକୁ ତିଜୋରୀରେ ରଖନ୍ତି । ତିଜୋରୀରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ସେଥିପାଇଁ ଆପଣ ନିଜ ଘରର ତିଜୋରୀକୁ କେବଳ ଶୟନ କକ୍ଷରେ ରଖନ୍ତୁ ।

ତିଜୋରୀରେ ମାତା ଲକ୍ଷ୍ମୀଙ୍କର ମୂର୍ତ୍ତି

ତିଜୋରୀରେ ଟଙ୍କା ରଖିବା ସହିତ ମାତା ଲକ୍ଷ୍ମୀଙ୍କର ଛୋଟ ଫଟୋ କିମ୍ବା ମୂର୍ତ୍ତି ବି ରଖନ୍ତୁ । ଧ୍ୟାନ ରଖିବେ କି ମା’ଙ୍କର ମୂର୍ତ୍ତିରେ ଦୁଇଟି ହାତୀ ଥିବ ଏବଂ ତାଙ୍କର ଶୁଣ୍ଢ ଉପର ଆଡକୁ ହୋଇଥିବ । ଘରେ ହାତୀଙ୍କର ମୂର୍ତ୍ତି କିମ୍ବା ଫଟୋ ରଖିବା ଶୁଭ ହୋଇଥାଏ ।

ତିଜୋରୀ ରଖିଥିବା ଘରକୁ ସବୁବେଳେ ସଫା ରଖନ୍ତୁ

ଯେଉଁ ଘରେ ଆପଣ ତିଜୋରୀ ରଖିଛନ୍ତି ସେହି ଘରକୁ ସବୁବେଳେ ସଫା ସୁତୁରା ରଖନ୍ତୁ । ଧ୍ୟାନ ରଖିବେ କି ସେହି ଘରର ରଙ୍ଗ ଧଳା ହୋଇଥିବା ଦରକାର ।

ତିଜୋରୀରେ ରହିବା ଦରକାର ନାଲି କପଡା

ନାଲି କପଡାକୁ ବହୁତ ଶୁଭ ବୋଲି କୁହାଯାଏ । ଘରର ତିଜୋରୀରେ ଟଙ୍କା ରଖିବା ପୂର୍ବରୁ ସେହି ତିଜୋରୀ ଭିତରେ ଧଳା ରଙ୍ଗର ବିଛାଇ ତା ଉପରେ ଟଙ୍କା କାଗଜପତ୍ର ଇତ୍ୟାଦି ଜିନିଷ ରଖନ୍ତୁ ଓ ତାହାକୁ ସମୟେ ସମୟେ ସଫା କରନ୍ତୁ ।

ଲବଙ୍ଗ ରଖନ୍ତୁ

ତିଜୋରୀ ଭିତରେ ଲବଙ୍ଗ ରଖିବା ବହୁତ ଶୁଭ ବୋଲି କୁହାଯାଏ । ଏମିତି ବି କୁହାଯାଏ କି ଲବଙ୍ଗ ରଖିବା ଦ୍ଵାରା ଟଙ୍କା ବୃଦ୍ଧି ହୋଇଥାଏ ।