ପାନ ମସଲା ବିକ୍ରି ଉପରେ କେନ୍ଦ୍ରସରକାର ନେବାକୁ ଯାଉଛନ୍ତି ବଡ ପଦକ୍ଷେପ, ଖାଇବା ପୂର୍ବରୁ ଏବ ଚିନ୍ତା କରିବେ

ଦ୍ରବ୍ୟ ଏବଂ ସେବା କର ପରିଷଦ ଶୁକ୍ରବାର ଦିନ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧକ୍ଷତାରେ ୪୦ତମ ବୈଠକ ହୋଇଥିଲା । ଯେଉଁଥିରେ ୟୁପି ତରଫରୁ ଇଟା ଭାଟି ଏବଂ ପାନ ମସଲା ସହ ଜଡିତ ପ୍ରସଙ୍ଗରେ ଚର୍ଚା ହୋଇଥିଲା । ବର୍ତ୍ତମାନ ପାନ ମସଲା ଉପରେ ୨୮ ପ୍ରତିଶତ ଦରରୁ ଜିଏସଟି ଏବଂ ୬୦ ପ୍ରତିଶତ ଦରରେ ଉପକର ଲାଗିଥାଏ ।

ଦ୍ରବ୍ୟ ଏବଂ ସେବା କର ପରିଷଦ ତାଙ୍କର ଆଗାମୀ ବୈଠକରେ ପାନ ମସଲା ତଥା ବିନିର୍ମାଣ ସ୍ତର ଉପରେ ଇଟା ଉପରେ ଆଲୋଚନା କରି ପାରନ୍ତି । ଟିକସ ଛାଡକୁ ରୋକିବା ଏବଂ ରାଜସ୍ୱ ସଂଗ୍ରହକୁ ବଢାଇବା ପାଇଁ ମଧ୍ୟ ଚିନ୍ତା କରାଯାଉଛି । ନିର୍ମଳା ସୀତାରମଣ ମିଡିଆକୁ କହିଛନ୍ତି କି ସେ ଏହି ସାମଗ୍ରୀକୁ ନେଇ ଦର ବିଷୟରେ ପଚାରିଛନ୍ତି ।

ଉତ୍ତରପ୍ରଦେଶର ମନ୍ତ୍ରୀ ଏହାକୁ ଦୃଢ ଭାବରେ ଉଠାଇଛନ୍ତି, କାରଣ ସେ ନିଜ ରାଜ୍ୟ ପାଇଁ ରାଜସ୍ୱ ଆଦାୟ କରିବାକୁ ଚାହୁଁଛନ୍ତି ଏବଂ ଚାହୁଁଛନ୍ତି ଜିଏସଟି ପରିଷଦ ଏହା ବିଷୟରେ ଶୀଘ୍ର ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି । ଶେଷରେ ସେ ଭରସା ଦେଇଛନ୍ତି କି ଜିଏସଟି ପରିଷଦର ଆଗାମୀ ବୈଠକରେ ଆମେ ଏହି ବିଷୟ ଉପରେ ନିଶ୍ଚିନ୍ତ ଆଲୋଚନା କରିବୁ ।

ବ୍ୟାଙ୍କଗୁଡିକ ସହିତ ବୈଠକ ସ୍ଥଗିତ ରହିଲା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ର ସିଇଓ ଙ୍କ ସହିତ ହେବାକୁ ଥିବା ସମୀକ୍ଷା ବୈଠକକୁ ସ୍ଥଗିତ କରାଯାଇଛି । ସୂଚନା ଅନୁସାରେ ବୈଠକକୁ ସ୍ଥଗିତ କରିଦିଆ ଯାଇଛି ଏବଂ ନୂଆ ତାରିଖ ଘୋଷଣା କରାଯିବ । କୋଭିଡ-୧୯ ସଙ୍କଟ କାରଣରୁ ପ୍ରଭାବିତ ଅର୍ଥବ୍ୟବସ୍ତାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସର ଏକ ଅଂଶ ଭାବରେ ଭିଡିଓ କଂଫରେନ୍ସ ମାଧ୍ୟମରେ ହେବାକୁ ଥିବା ବୈଠକରେ ଋଣ ଦାବି ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ବୈଠକରେ ସୁଧହାରରେ ହ୍ରାସର ଲାଭ ବ୍ୟାଙ୍କ ଦ୍ଵାରା ଲୋନ ନେଲା ବାଲା ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ଲୋନ ସମ୍ବନ୍ଧରେ ଋଣ ପରିଶୋଧ ବିଷୟରେ ମଧ୍ୟ ଆଲୋଚନା ହେବାର ଥିଲା ।