ଦେଖନ୍ତୁ ଭିଡିଓ : ବିଜ୍ଞାନର ଚମତ୍କାର, ୪ ବର୍ଷ ପୂର୍ବରୁ ମରିଯାଇଥିବା ଝିଅ ସହ ଭେଟିଥିଲେ ମା, ପୁଣି ଘଟିଥିଲା ଏମିତି କିଛି

କଣ ମରିଯାଇଥିବା ଲୋକ ସହ କେବେ ଦେଖାହୁଏ? ନା ଏହା ସମ୍ଭବ ହୋଇନଥାଏ । କିନ୍ତୁ ଏବେ ବିଜ୍ଞାନ ଏହାକୁ ସମ୍ଭବ କରିବାରେ ସଫଳ ହୋଇଛି । ଏମିତିରେ ଜଣେ ମା ବିଜ୍ଞାନର ଚମତ୍କାରରେ ନିଜର ମରିଯାଇଥିବା ଝିଅ ସହ ପୁଣି ଭେଟିଥିଲେ, ଯିଏକି ୪ ବର୍ଷ ପୂର୍ବରୁ ମାନେ ୨୦୧୬ ମସିହାରେ ଏକ ରୋଗରେ ମରିଯାଇଥିଲା । ଏହି ଅଦ୍ଭୂତ ଘଟଣାଟି ଦକ୍ଷିଣ କୋରିଆରେ ଘଟିଥିଲା । ଏଠାରେ ଏକ ଟିଭିଶୋ ହୋଇଥିଲା, ଯାହାର ନାମ ଥିଲା ” ମିଟିଂ ୟୁ” ।

ଏହି ଶୋରେ ବୈଜ୍ଞାନିକ ଉପାୟରେ ଜଣେ ମାକୁ ତାଙ୍କ ମରିଯାଇଥିବା ଝିଅଟି ସହ ଭେଟ କରାଯାଇଛି ।

ଏଥିରେ ମା’ଟି ନିଜ ମୃତ ଝିଅକୁ ଛୁଇଁଥିଲା, କଥା ହେଇଥିଲା ଓ ବହୁତ ଶ୍ରଦ୍ଧା କରିଥିଲେ । ଏହା ସହିତ ମୃତ ଝିଅଟି ମଧ୍ୟ ମା’ଙ୍କୁ କଥା ଦେଇଥିଲା ଯେ ସେ ପୁଣି ଦେଖା କରିବାକୁ ନିଶ୍ଚିତ ଆସିବ ।

ମିଡ଼ିଆ ରିପୋର୍ଟ ଅନୁସାରେ, ମା’ଙ୍କର ନା ଜାଙ୍ଗ ଜି-ସୁଙ୍ଗ ଓ ମୃତ ଝିଅଟିର ନାଁ ନେଇୟାନ୍ ଅଟେ । ଦୁଇଜଣଙ୍କ ଭେଟ ଭର୍ଚୁଆଲ ରୀୟାଲିଟି ଜରିଆରେ ହେଇଥିଲା । ଭର୍ଚୁଆଲ ରୀୟଲିଟି ହେଉଚି ଏକ କୃତ୍ରିମ ବାତାବରଣ ବା ଦୃଶ୍ୟ ଯାହାକୁ କମ୍ପ୍ୟୁଟରର ହାର୍ଡୱେୟର ଉପକରଣ ଓ ସପ୍ଟୱେୟର ବ୍ୟବହାରରେ ପ୍ରସ୍ତୁତ କରାଯାଇ ଥାଏ ।

ରିପୋର୍ଟ ଅନୁସାରେ,ଭର୍ଚୁଆଲ ରୀୟଲିଟି ଜରିଆରେ ଜାଙ୍ଗଙ୍କ ଝିଅ ନେଇୟାନର ଶରୀର ଆଉ ଥରେ ତିଆରି କରାଯାଇଥିଲା ଯେମତିକି ସେ ପ୍ରକୃତରେ ଥିଲେ। ତାପରେ ସ୍ୱର ଭରି ଦିଆଗଲା । ତାପରେ ଟିଭି ଶୋ ” ମିଟିଂ ୟୁ” ରେ ତାଙ୍କ ମା’ଙ୍କ ସହ କଥା କରାଗଲା । ଯେତେବଳେ ଜାଙ୍ଗ ନିଜ ଝିଅକୁ ଦେଖିଲେ ବହୁତ କାନ୍ଦିଲେ ଓ ତାକୁ ବହୁତ ସ୍ନେହ କଲେ । ଏହା ଦେଖି ନେଇୟାନର ବାପା ,ଭାଇ, ଭଉଣୀ ମଧ୍ୟ କାନ୍ଦିବାକୁ ଲାଗିଲେ ।

ଏବେ ଏହି ଘଟଣାଟି ପୁରା ଦୁନିଆରେ ଚର୍ଚ୍ଚା ହେଉଛି କି ଯେ କଣ ଏମିତି କରିବା ଉଚିତ୍, ଏମିତି କରିବା ଦ୍ଵାରା ସେ ପରିବାର ଲୋକଙ୍କ ମାନସିକ ଅବସ୍ଥା ଖରାପ ହୋଇଯାଇପାରେ । ୟୁନିଭର୍ଶିଟି ଅଫ୍ ସକ୍ସେଶର ପ୍ରଫେସର୍ ବ୍ଲେ ହ୍ୱିଟବି କହିଛନ୍ତି ଯେ ଆମକୁ ଜଣାନାହିଁ ଯେ ଜଣେ ମା ତାର ମୃତ ପିଲା ସହ ଭେଟିଲେ ତା ଉପରେ ମାନସିକ ପ୍ରଭାବ ପଡ଼ିବ । ସେ ଏହାକୁ ନେଇ ବେଶୀ ଖୁସି ହେବେକି ବା ମୃତ ପିଲାଟି କଥା ମନେ ପକେଇବ?