ବିଧାୟକ ମ୍ୟାଡମଙ୍କ ଶବ୍ଦ ଟପିଲା ସୀମା, ଟ୍ରେନି ଆଇପିଏସଙ୍କୁ କହିଲା – ତୁମକୁ ତୁମର ଔକାତ ଦେଖାଇ ଦେବି

ଛତିଶଗଢ଼ର ବଲୌଦା ବଜାରରେ କସଡୋଲ ର କଂଗ୍ରେସ ବିଧାୟକ ଶକୁନ୍ତଳା ସାହୁ ଓ ଟ୍ରେନୀ ଆଇପିଏସ ଅଙ୍କିତା ଶର୍ମାଙ୍କ ମଧ୍ୟରେ ବୁଧବାର ସନ୍ଧ୍ୟାରେ ବିବାଦ ହୋଇଗଲା । ହଙ୍ଗାମା ଏତେ ଅଧିକ ବଢିଗଲା କି ବିଧାୟକ ସାହୁ ମହିଳା ଆଇପିଏସକୁ ଔକାତ ଦେଖାଇ ଦେବାର ଧମକ ମଧ୍ୟ ଦେଲେ । ଏହାର ଭିଡିଓ ଭାଇରାଲ ହେବା ପରେ ସବୁ ମାମଲା ସାମ୍ନାକୁ ଆସିଲା ।

କହିବାକୁ ଗଲେ ଏହି ବିବାଦ ସିମେଣ୍ଟ ପ୍ଲାଣ୍ଟରେ ଆଘାତ ପାଇ ଶ୍ରମିକର ମୃତ୍ୟୁ ପରେ ଧାରଣା ଦେବା ସମୟରେ ହୋଇଛି । ହଙ୍ଗାମା କରୁଥିବା ସମର୍ଥକମାନଙ୍କୁ ଟ୍ରେନି ଆଇପିଏସ ଅଟକାଇଲେ ତ ବିଧୟାକ ସହ ତାଙ୍କର ଝଗଡା ହୋଇଗଲା ।

କହିବାକୁ ଗଲେ ୧୦ ଫେବୃୟାରୀରେ ସିମେଣ୍ଟ ପ୍ଳାଣ୍ଟ ସୋନାଡୀହ ରେ ଶଟରିଂଗ ଖୋଲୁଥିବା ସମୟରେ ଶ୍ରମିକ କୌଶଳ ସାହୁ (୩୬) ବହୁତ ଖରାପ ଭାବରେ ଆଘାତ ପାଇଥିଲା । ଏହା ପରେ ରାୟପୁରର ଏକ ହସ୍ପିଟାଲରେ କୌଶଲ ସାହୁଙ୍କ ଚିକିତ୍ସା ସମୟରେ ବୁଧବାର ଦ୍ଵିପ୍ରହରରେ ତାଙ୍କର ମୃତ୍ୟୁ ହୋଇଗଲା । ଏହା ପରେ କମ୍ପାନୀ ପ୍ରବନ୍ଧକ ଶ୍ରମିକକୁ ୫୦ ହଜାର ଟଙ୍କା କ୍ରିୟା କର୍ମ ପାଇଁ ଓ ୯.୫୦ ଲକ୍ଷ ଟଙ୍କା ମୃତକର ପୁଅ, ପତ୍ନୀ ଓ ଝିଅ ନାମରେ ଫିକ୍ସ ଡିପୋଜିଟ କରି ଦେଇଛନ୍ତି ।

କିନ୍ତୁ ଅଚାନକ ଏହି ମାମଲା ରାଜନୈତିକ ରୂପ ଧରି ନେଲା । କସଡୋଲ ବିଧାୟକ ଶକୁନ୍ତଳା ସାହୁ ସମର୍ଥକଙ୍କ ସହିତ କମ୍ପାନୀର ଗେଟ ପାଖରେ ପହଞ୍ଚି ଧାରଣାରେ ବସିଗଲେ । ଏହି ସମୟରେ ସମର୍ଥକମାନେ ବେକାବୁ ହୋଇ କମ୍ପାନୀର ଗେଟକୁ ଜୋର ଜୋର ରେ ପିଟିବାକୁ ଲାଗିଲେ । ଏହା ଉପରେ ଆଇପିଏସ ଅଙ୍କିତା ଶର୍ମା ସମର୍ଥକମାନଙ୍କୁ କହିଲେ କି ଏହିଭଳି କିଛି କାମ କରନ୍ତୁ ନାହିଁ ଯାହା ଦ୍ଵାରା ପୋଲିସ କର୍ମୀମାନଙ୍କୁ ଆଘାତ ଲାଗିବ ।

ଏହା ପରେ କର୍ମକର୍ତ୍ତାମାନେ ଶକୁନ୍ତଳା ଙ୍କ ପାଖକୁ ଯାଇ ଆଇପିଏସ ବିରୁଦ୍ଧରେ କହିଲେ । ଏହା ପରେ ବିଧାୟକ ଶକୁନ୍ତଳା ସାହୁ ଓ ଟ୍ରେନି ଆଇପିଏସ ଅଫିସରଙ୍କ ମଧ୍ୟରେ ପ୍ରବଳ ବିବାଦ ହେବାକୁ ଲାଗିଲା । ବିଧୟାକ ଶକୁନ୍ତଳା ସାହୁ ସମର୍ଥକମାନଙ୍କ ଉପରେ ଅପଶବ୍ଦ ପ୍ରୟୋଗ କରିବା ଉପରେ ଆଇପିଏସ ଅଫିସରଙ୍କୁ ଆପତ୍ତି କରିଲେ ଓ କହିଲେ କି ଆପଣଙ୍କ ଯେତିକି ଔକାତ ଅଛି ଆମେ ଦେଖାଇଦେବୁ ।

ଅନ୍ୟ ପଟେ ମହିଳା ଆଇପିଏସ ଅଙ୍କିତା ଶର୍ମା କହିଲେ କି ମୁଁ କୌଣସି ଅପଶବ୍ଦ କହି ନାହିଁ । କେବଳ ଏତିକି କହିଛି କି ମୋର ପୋଲିସ କର୍ମୀମାନଙ୍କୁ ଆଘାତ ନ ଲାଗିବା ଉଚିତ । ଯେଉଁଠି ଔକାତର କଥା ଅଟେ ତେବେ ମୋର ଔକାତ ବିଷୟରେ ଆପଣ କିଛି ନ କହିବା ହିଁ ଭଲ । ଆପଣଙ୍କର ଯାହାକୁ ବି ଅଭିଯୋଗ କରିବାର ଅଛି କରନ୍ତୁ ।

ମାମଲା ଅଧିକ ବଢିବାର ଦେଖି ଏସଡ଼ିଓପି ରାଜେଶ ଜୋଶୀ ଓ କୋତୱାଲୀ ନିରୀକ୍ଷକ ବିଜୟ ଚୌଧରୀ ଯେମିତି ସେମିତି ମାମଲାକୁ ଶାନ୍ତ କରି ଦେଲେ । ମାମଲା ଶାନ୍ତ ହେବା ସତ୍ତ୍ୱେ ବି ସହର ଓ ସୋସିଆଲ ମିଡିଆରେ ବହୁତ ଚର୍ଚାର ବିଷୟ ହୋଇଗଲା ।

ଅଧିକାରୀ ଜିଦ ଉପରେ ଅଡି ବସିଥିଲେ : ଶକୁନ୍ତଳା

ମାମଲାରେ ବିଧୟାକ ଶକୁନ୍ତଳା ସାହୁ କହିଲେ କି ସେ ପୀଡ଼ିତ ପରିବାରକୁ ଉଚିତ ଧନରାଶି ଦେବା ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରୁଥିଲେ । ସେହି ସମୟରେ ଆଇପିଏସ ଅଙ୍କିତା ଶର୍ମା କର୍ମକର୍ତ୍ତାମାନଙ୍କୁ ଧମକ ଦେଉଥିଲେ ଓ ମନା କରିବା ପରେ ବି ସେ ନିଜର ଜିଦରେ ଅଡି ବସିଥିଲେ ।