ବିଧବା ବୋହୂକୁ ସଧବା ହେବାର ସୌଭାଗ୍ୟ ଦେଲେ ଶ୍ଵଶୁର, ଏହି ପୂର୍ବତନ ବିଧାୟକଙ୍କ ମହାନତା ଏବେ ଚର୍ଚ୍ଚାର ବିଷୟବସ୍ତୁ ସାଜିଛି

କୋଟିଏ ଠାକୁର ପୂଜିଲେ ବି ଜୀବନରେ ଏମିତି ଶ୍ଵଶୁର ଖଣ୍ଡେ ପାଇବା ଖୁବ୍ କଷ୍ଟକର । ଆମେ କହୁଛୁ ପୂର୍ବତନ ବିଧାୟକ ନବୀନ ନନ୍ଦ, ଯିଏକି ଏକ ମହାନ କାର୍ଯ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ନିଜ ବିଧବା ବୋହୂର ବିବାହ ନିଜ ହାତରେ କରାଇଛନ୍ତି । ଏନେଇ ନବୀନ ନିଜେ ଫେସବୁକରେ ଫଟୋ ଶେୟାର କରି ଲେଖିଛନ୍ତି କି, “ମଧୁସ୍ମିତାର ଶୁଭବିବାହ । ବାଲେଶ୍ଵର ଜିଲ୍ଲା ରେମୁଣା ନିବାସୀ ସ୍ବର୍ଗତଃ କିଶୋର ଚନ୍ଦ୍ର ପତିଙ୍କର ଏକମାତ୍ର ପୁଅ ଶିବ ଚନ୍ଦନଙ୍କ ସହ ବିବାହ ହୋଇଛି ।

ମୋ ଧର୍ମପତ୍ନୀ ରଞ୍ଜିତାଙ୍କ ସହ ମଧୁସ୍ମିତାର ଦୁଇ ଭାଇ ସୌମ୍ଯରଞ୍ଜନ ଓ ରଶ୍ମିରଞ୍ଜନଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ କରାଗଲା । ଭଗବାନ ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ କରନ୍ତୁ ଏତିକି ଆମର କାମନା ।” ଆପଣଙ୍କୁ ମନେପକାଇ ଦେଉଛୁ କି, ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦ 22 ମେ’ 2021ରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ।

କରୋନାରେ ପୀଡିତ ହୋଇ ସମ୍ବିତ ଚିକିତ୍ସିତ ହେଉଥିଲେ ଓ ତାଙ୍କ ପାଇଁ ସାରା ଢେଙ୍କାନାଳ ଜିଲ୍ଲାରେ ଶୋକର ଲହରୀ ଖେଳି ଯାଇଥିଲା । ମୃ-ତ୍ୟୁ ବେଳକୁ ସମ୍ବିତଙ୍କୁ ମାତ୍ର 38 ବର୍ଷ ବୟସ ହୋଇଥିଲା । ସେଠାକାର ଲୋକେ କୁହନ୍ତି କି, ମଧୁର ବ୍ୟବହାର ଓ ସ୍ଵଭାବ ପାଇଁ ସମ୍ବିତ ତାଙ୍କ ନବୀନ ନନ୍ଦଙ୍କ ଠାରୁ ମଧ୍ୟ ଅଧିକ ଲୋକପ୍ରିୟ ଥିଲେ ।

ସେ ସିଧାସଳଖ ଅନେକ ସାମାଜିକ କର୍ମରେ ଜଡିତ ଥିଲେ ଓ ସୋ-ସି-ଆ-ଲ ମି-ଡି-ଆ-ରେ ହଜାର ହଜାର ପ୍ରଶଂସକ ସାଉଁଟି ଥିଲେ ସମ୍ବିତ । ହାଇୱେ ଉପରେ ଗାଡି ଧ-କ୍କା-ରେ ପ୍ରା-ଣ ହ-ରା-ଉ-ଥି-ବା ବଣୁଆ ମାଙ୍କଡଙ୍କୁ ବଞ୍ଚାଇବାକୁ ବି ସେ ଅନେକ ପ୍ରୟାସ କରୁଥିଲେ । କିନ୍ତୁ ଚମକୁଥିବା ଏହି ତାରକା ହଠାତ ଆକାଶ ଛାଡି ଚାଲି ଯାଇଥିଲା ।

ତେବେ ପୁଅର ଦୁଃଖରେ ଅଣ୍ଟା ସଳଖ ନ ହେଉଣୁ ବାପା ନବୀନ ନନ୍ଦ ନିଜର ମହାନତା ଦେଖାଇଛନ୍ତି । ନିଜ ବିଧବା ବୋହୂକୁ ଆଉ ଥରେ ସଧବା କରେଇ ନିଜ ସ୍ବର୍ଗତଃ ପୁଅକୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିଧାୟକଙ୍କ ଏଭଳି କାର୍ଯ୍ୟରେ ଏବେ ସର୍ବ ସାଧାରଣରେ ବେଶ ପ୍ରଶଂସା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।