ତିନି ପିଲାର ମା’ ତଥା ନିଜ ବିଧବା ଭାଉଜର ହାତ ଧରିଲେ ଦିଅର ଅନୀଲ, ଏମିତି ଯୁବକକୁ ଶହେ ସଲାମ କରୁଛି ପୁରା ଗାଁ, ଦେଖନ୍ତୁ video

କୋଟିଏ ଠାକୁର ପୂଜିଲେ ହୁଏତ ଏମିତି ଶାଶୁ ଭାଗ୍ୟରେ ମିଳେ । ତିନୋଟି ପିଲାର ମାଆ ନିଜ ବିଧବା ଭାଉଜକୁ ବାହା ହୋଇଛନ୍ତି ଦିଅର ଅନିଲ । ଗାଁ ଜଗନ୍ନାଥ ମନ୍ଦିରରେ ନିଜ ଭାଉଜ ମଥାରେ ସିନ୍ଦୂର ଦେଇଛନ୍ତି ଅନିଲ । ଏହି ବାହାଘରରେ ବନ୍ଧୁବାନ୍ଧବ ଓ ଗ୍ରାମବାସୀ ସମସ୍ତେ ଯୋଗ ଦେଇଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର କୁମ୍ଭାରଟଙ୍କା ଗାଁରେ । ଅନିଲଙ୍କ ବଡ ଭାଇ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ବହୁ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ସେ ବଞ୍ଚି ପାରିଲେନି ।

ଅନିଲ ବାହାରେ ରହି କାମ କରୁଥିଲେ । ଘରକୁ ଫେରିବା ପରେ ଅନିଲ ଘରର ପରିସ୍ଥିତି ଦେଖିଥିଲେ ଓ ପିଲାଛୁଆଙ୍କ ମୁହଁକୁ ଚାହିଁ ଏଭଳି ନିଷ୍ପତ୍ତି ନେଇଥିଲେ । ଅନିଲଙ୍କ ପାଇଁ ବାହାରେ ମଧ୍ୟ ବିବାହ ପ୍ରସ୍ତାବ ଆସୁଥିବା ବେଳେ ଅନିଲଙ୍କ ଘରଲୋକ ପ୍ରଥମେ ଅନିଲଙ୍କ ଅଗର ଭାଉଜଙ୍କୁ ବିବାହ କରିବା ନେଇ ପ୍ରସ୍ତାବ ରଖିଥିଲେ । ତେଣୁ ଅନିଲ ଭାବିଚିନ୍ତି ଶେଷରେ ନିଜ ଭାଉଜଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଭାଉଜ ମଧ୍ୟ ଏଥିରେ ସହମତ ହୋଇ ବାହା ହୋଇଛନ୍ତି ଓ ବିଧବା ଭେଶରେ ଜୀବନ କାଟିବା ଅପେକ୍ଷା ନିଜ ପିଲାଙ୍କ ମୁହଁକୁ ଚାହିଁ ଏକ ନୂଆ ଜୀବନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଅନିଲ ଓ ତାଙ୍କ ଭାଉଜ ଏହି ବିବାହରେ ବହୁତ ଖୁସି ଅଛନ୍ତି । ଅନିଲଙ୍କ ପରିବାର ଓ ବନ୍ଧୁବାନ୍ଧବ ଏବଂ ଗ୍ରାମବାସୀ ମଧ୍ୟ ଅନିଲ ଓ ତାଙ୍କ ଭାଉଜଙ୍କ ବାହାଘରକୁ ନେଇ ଖୁସି ଅଛନ୍ତି ।

ଭାଇ ନଥିବା ବେଳେ ଅନିଲ ଯଦି ଅନ୍ୟ ଝିଅକୁ ବାହା ହୋଇଥାନ୍ତେ ତେବେ ଘରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାନ୍ତା, ତେଣୁ ଅନିଲ ବହୁତ ଭାବିବା ପରେ ନିଜ ଭାଉଜଙ୍କ ହାତ ଧରିବା ଉଚିତ ମଣିଛନ୍ତି । କେନ୍ଦ୍ରପଡା ଗାଁର ଆଳି ବ୍ଲକ ଅନ୍ତର୍ଗତ କୁମ୍ଭାରଟଙ୍କା ଗାଁର ଅନିଲ ସେଠୀ ବିଦେଶରେ ରହି କାମ କରନ୍ତି । ତାଙ୍କ ଭାଇ ସୁନିଲ ସେଠୀ କିଛି ବର୍ଷ ତଳେ ନିଜ ଗାଁର କାଜଲ ସେଠୀନ୍କୁନ ପ୍ରେମ ବିବାହ କରିଥିଲେ ।

ତିନୋଟି ପିଲା ସହ ଭାଇ ଭାଉଜଙ୍କ ସଂସାର ବେଶ ଭଲରେ ଚାଲିଥିବା ବେଳେ ଦେଢ ବର୍ଷ ତଳେ କ୍ୟାନ୍ସରରେ ପୀଡିତ ହୋଇ ଆରପାରିକୁ ଚାଲିଗଲେ । ଭାଉଜ ତିନି ପିଲାଙ୍କୁ ନେଇ ଅସହାୟ ହୋଇ ପଡିଥିବା ବେଳେ ଦିଅର ଅନିଲ ତାଙ୍କୁ ବିବାହ କରି ଆଉ ଏକ ନୂଆ ଜୀବନ ଆରମ୍ଭ କରିବାକୁ ସୁଯୋଗ ଦେଇଛନ୍ତି । ଉଭୟଙ୍କ ସଂସାର ସୁଖଶାନ୍ତିରେ ଚାଲୁ ବୋଲି ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।