ବିଛା ରାଶି (Scorpion) ମଇ 2022 ମାସିକ ରାଶିଫଳ, ଦେଖନ୍ତୁ ଆପଣଙ୍କ ପାଇଁ କେଉଁ ଖୁସି ଖବର ଆଣି ଆସୁଛି ଏହି ମାସ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଆଜି ଆମେ ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆସନ୍ତା ମଇ ମାସଟି କିପରି ବିତିବ ତାହା ଜଣାଇଆବକୁ ଯାଉଛୁ । ଏହି ମାସିକ ରାଶିଫଳ ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଆଧାର କରି ପ୍ରସ୍ତୁତ କରାଯାଇଛି । ଜ୍ଯୋତିଷ ଅନୁସାରେ ଆମ ଜୀବନରେ ଗ୍ରହଙ୍କ ପ୍ରଭାବର ଅନେକ ମହତ୍ଵ ରହିଛି । ସେଗୁଡିକୁ ଗଣନା କରି ଆମ ଜୀବନରେ ଘଟିବାକୁ ଯାଉଥିବା ସୁଖ ଓ ଦୁଃଖ ବିଷୟରେ ପୂର୍ବରୁ ଜାଣି ହୁଏ । ତେବେ ଆସନ୍ତୁ ଜାଣିବା ମକର ରାଶିଙ୍କ ମଇ ମାସର ରାଶିଫଳ ଓ ଅଶୁଭ ଖଣ୍ଡନର ପ୍ରତିକାର ।

ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ଲାଲ ରଙ୍ଗ । ଶୁଭ କାର୍ଯ୍ୟରେ ଏହି ରଙ୍ଗର ବସ୍ତୁର ପ୍ରୟୋଗ କିମ୍ବା ବସ୍ତ୍ର ପରିଧାନ କରିବା ଦ୍ଵାରା ଶୁଭଫଳ ପ୍ରାପ୍ତ ହେବ । ରାଶିର ଶୁଭବାର ତଥା ବ୍ରତ ଉପବାସ ବାର ହେଉଛି ମଙ୍ଗଳବାର । ଶୁଭଦେବତା ହେଉଛନ୍ତି ଶିବ, ଭୈରବ ଓ ହନୁମାନ ଏବଂ ଶୁଭଦେବୀ ହେଉଛନ୍ତି ମା’ ମଙ୍ଗଳା । ଶୁଭ ସଂଖ୍ୟା ହେଉଛି ୯ ଏବଂ ପ୍ରତ୍ଯେକ ମାସର ୯, ୧୮ ଏବଂ ୧୭ ତାରିଖ ହେଉଛି ଆପଣଙ୍କ ପାଇଁ ଶୁଭ ।

ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୨ ମଇ ମାସ କିଛି କ୍ଷେତ୍ରରେ ସଫଳତା ନେଇ ଆସିବ । ଏ ମାସରେ ମଧ୍ୟମ ଧରଣର ଫଳ ପ୍ରାପ୍ତି କରିବେ ଓ କିଛି କ୍ଷେତ୍ରରେ ସମସ୍ଯାର ସାମ୍ନା କରିବାକୁ ମଧ୍ୟ ପଡିପାରେ । ବିଦ୍ୟାର୍ଥୀ ମାନଙ୍କୁ ଲାଭ ପ୍ରାପ୍ତି ହେବ ଓ ପ୍ରତିଯୋଗୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ଗୃହରେ କୌଣସି ଶୁଭ କ୍ରଯ୍ୟ ତଥା ପୂଜାପାଠ ହେବାର ବିଶେଷ ସମ୍ଭାବନା ରହିଛି । କ୍ଯାରିୟର ଦୃଷ୍ଟିରୁ ମାସଟି ଆପଣଙ୍କ ପାଇଁ ସାମାନ୍ଯ ରହିବ ।

ମାସର ପୂର୍ବାଧ୍ୟାୟରେ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ଯା ଦେଖା ଦେଇପାରେ । ଏହାସହ ସହକର୍ମୀଙ୍କ ସହ ତିକ୍ତତା ମଧ୍ୟ ଦେଖାବାକୁ ମିଳିବ । ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟ ଚାପ ବୃଦ୍ଧି ପାଇବ ଓ ମାନହାନି ହେବାର ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ମାସର ଉତ୍ତାରାର୍ଦ୍ଧରେ ପରିସ୍ଥିତି ଅନୁକୂଳ ରହିବ ଓ ପ୍ରତ୍ଯେକ କାର୍ଯ୍ୟରେ ସକରାତ୍ମକତା ଦେଖାଦେବ । ଉତ୍ତମ ବ୍ୟବହାର ଦ୍ଵାରା ଆପଣଙ୍କୁ ଲାଭ ପ୍ରାପ୍ତି ହେବ ।

ବ୍ୟବସାୟୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ କିନ୍ତୁ ଭାଗୀଦାରୀ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସମସ୍ଯା ଉଚ୍ଚ ନୀଚ ରହିବ । ଆର୍ଥିକ ସ୍ଥିତି ଦୃଷ୍ଟିରୁ ମାସଟି ମଧ୍ୟମ ଧରଣର ରହିବ ଓ କିଛି କ୍ଷେତ୍ରରେ ଲାଭ ମଧ୍ୟ ପ୍ରାପ୍ତି ହେବ । ପ୍ରେମ ଜୀବନ ପାଇଁ ମଧ୍ୟ ମାସଟି ଅନୁକୂଳ ରହିବ । ପରସ୍ପର ମଧ୍ୟରେ ପ୍ରେମ ଏବଂ ବିଶ୍ବାସ ବୃଦ୍ଧି ପାଇବ । କିନ୍ତୁ ବିବାହିତ ବ୍ୟକ୍ତିଙ୍କ ପାଇଁ ମାସଟିରେ ଉଚ୍ଚ ନୀଚର ସ୍ଥିତି ଦେଖା ଦେବ । ସେଥିପାଇଁ ଆପଣ ସତର୍କ ରହିବାକୁ ଚେଷ୍ଟା କରନ୍ତୁ ।

ପାରବାରିକ ଦୃଷ୍ଟିରୁ ମଧ୍ୟ ମାସଟି ସାମାନ୍ଯ ସଂଘର୍ଷପୂର୍ଣ୍ଣ ରହିବ । ସେଥିପାଇଁ ନିଜ ଉପରେ ନିୟନ୍ତ୍ରଣ ରଖିବା ଉଚିତ ହେବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ହନୁମାନଙ୍କ ପୂଜାର୍ଚ୍ଚନା କରି ହନୁମାନ ଚାଳିଶା ପାଠ କରନ୍ତୁ । ଏହାସହ ଅସହାୟ ବ୍ୟକ୍ତିଙ୍କୁ ସକ୍ଷମ ଅନୁସାରେ ସାହାଯ୍ୟ କରନ୍ତୁ । ଦେଖିବେ ମାସଟି ଆପଣଙ୍କ ପାଇଁ ବେଶ ଭଲ କଟିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।