ବିବାହିତା ମହିଳାକୁ ପ୍ରେମ କରି ବସିଲା ଯୁବକ, ନ ମାନିବାରୁ କରିଲା ଏମିତି ଖରାପ କାମ

ଆଜିକାଲିର ଜମାନା କେତେ ତଳକୁ ଚାଲି ଯାଇଛି ଏହି କଥା ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ପ୍ରେମ ମାମଲାରେ ଲୋକମାନଙ୍କର ଚିନ୍ତାଧାରା ଏକ ନୂଆ ରାସ୍ତାରେ ଚାଲି ଯାଇଛି । ପ୍ରେମର ଅର୍ଥ ଲୋକମାନଙ୍କ ପାଇଁ କେବଳ ହାସଲ କରିବା ହିଁ ହୋଇଥାଏ ଓ ଏଥିପାଇଁ ସେମାନେ ଅପରାଧ ମଧ୍ୟ କରି ଥାଆନ୍ତି । ବର୍ତ୍ତମାନ ଏହିଭଳି ହିଁ ଏକ ମାମଲା ସାମ୍ନାକୁ ଆସୁଛି ଦ୍ଵାରକା ଜିଲ୍ଲାର ହରିଦାସ ନଗର ଥାନା କ୍ଷେତ୍ରରୁ ।

ଯେଉଁଠି ଶିବପୂଜନ ନାମକ ଏକ ବ୍ୟକ୍ତିକୁ ସେହି ଅଞ୍ଚଳରେ ରହୁଥିବା ଏକ ବିବାହିତା ମହିଳା ସହ ପ୍ରେମ ହୋଇଗଲା । ତାକୁ ଲାଗିଲା କି ସେହି ମହିଳା ସାମ୍ନାରେ ତାହାର କୌଣସି ଜାଦୁ ଚାଲିଲା ନାହିଁ ତେବେ ସେ ଏକ ଷଡଯନ୍ତ୍ର କରିଲା ଓ ସେ ସେହି ମହିଳାର ଦୁଇ ବର୍ଷର ପିଲାକୁ କିଡନାପ କରିନେଲା ଓ ତାକୁ ନେଇ ଫେରାର ହୋଇଗଲା । ପ୍ରଥମେ ତାକୁ ନେଇ ୟୁପି ଚାଲିଗଲା ଓ ମହିଳାକୁ ଫୋନ କରି ପୁଅ ବଦଳରେ ଟଙ୍କା ମାଗିଲା ।

ଏତିକି ନୁହେଁ ସେ ସେହି ମହିଳାକୁ ଏହା ମଧ୍ୟ କହିଲା କି ସେ ତା’ ପାଖକୁ ଏକୁଟିଆ ଆସିବ ଓ ତାହା ସହିତ ବନ୍ଧୁତା କରି ତାହା ସହିତ ପ୍ରେମ କରିବ । ଏହା ପରେ ସେ ରାଜସ୍ଥାନ ଚାଲିଗଲା । କିନ୍ତୁ ଅନ୍ୟ ପଟେ ମହିଳା ଜଣକ କୌଣସି ରିସ୍କ ନ ନେଇ ପୁରା ଘଟଣାର ସୂଚନା ପୋଲିସକୁ ଦେଇଦେଲା । ପୋଲିସ ବି ଏହି ମାମଲାକୁ ଗମ୍ଭୀରତାର ସହ ନେଲା ଓ ସେହି ଅପରାଧୀର ପିଛା କରି ଠିକଣାରେ ପହଞ୍ଚି ଗଲା ଓ ଆରୋପି ଶିବପୂଜନକୁ ପୋଲିସ ଧରିନେଲା । ବର୍ତ୍ତମାନ ସେ ପୋଲିସର ଗିରଫରେ ଅଛି ।

ପିଲାଟି ବର୍ତ୍ତମାନ ସୁରକ୍ଷିତ ଅଛି ଓ ତାକୁ ତାହାର ମାତା ପିତାଙ୍କୁ ଦିଆଯାଇଛି ଓ ଅପରାଧୀକୁ ପଚରା ଉଚରା କରାଯାଉଛି । ଯେଉଁଥିରେ ଅପରାଧୀ କହିଲା କି ସେ ଏକ ତରଫା ପ୍ରେମ କରୁଥିଲା ଓ ସେହି ମହିଳାକୁ ପାଇବା ପାଇଁ ସେ ଏହି ସବୁ କିଛି କରିଥିଲା । ଯାହାକି ନିଜ ମଧ୍ୟରେ ହିଁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଅଟେ । କେତେକ ଲୋକମାନଙ୍କୁ ତ ବର୍ତ୍ତମାନ ପର୍ଯ୍ୟନ୍ତ ତାହାର କାରଣ ଓ ବୟାନ ଉପରେ ବିଶ୍ଵାସ ହେଉ ନାହିଁ ।