ବିବାହିତା ମହିଳାମାନେ ଭୁଲରେବି କାହାକୁ ଦିଅନ୍ତୁ ନାହିଁ ଏହି 5 ଜିନିଷ -Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କିଛି ଏଭଳି ଜିନିଷ ସମ୍ବନ୍ଧରେ ଯେଉଁ ଜିନିଷ କେବେବି ବିବାହିତା ମହିଳା ମାନେ ଅନ୍ୟ କାହାକୁ ଦାନ କରିବା ଅନୁଚିତ ଅଟେ । ବନ୍ଧୁଗଣ ଭାରତୀୟ ସଂସ୍କୃତିରେ ନାରୀ ଜାତି କୁ ଶ୍ରେଷ୍ଠ ସମ୍ମାନ ପ୍ରଦାନ କରା ଯାଇଥାଏ ଏବଂ ନାରୀ ଙ୍କୁ ସବୁଠାରୁ ଉର୍ଦ୍ଧ୍ବ ରେ ସ୍ଥାନ ଦିଆ ଯାଇଥାଏ । ନାରୀ ଜାତିର ସମ୍ମାନ କରିବା ନିମନ୍ତେ ଭାରତୀୟ ସଂସ୍କୃତି ରେ ଆହ୍ୱାନ ଦିଆଯାଇଥାଏ ।

ଭାରତୀୟ ପରମ୍ପରା ରେ କନ୍ୟା ପୂଜନ ର ପରମ୍ପରା ମଧ୍ୟ ରହିଛି । ନାରୀ କୁ ଗଙ୍ଗା ଠାରୁ ପବିତ୍ର ବୋଲି ବିବେଚନା କରା ଯାଇଛି । ଯେଉଁ ଘରେ ନାରୀର ସମ୍ମାନ କରା ଯାଇନଥାଏ ସେହି ଘରେ କେବେବି ମାତା ଲଷ୍ମୀ ବାସ କରନ୍ତି ନାହିଁ । ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ କିଛି ଏଭଳି ଜିନିଷ ରହିଛି ଯାହାକୁ ବିବାହିତା ମହିଳା ମାନେ ଅନ୍ୟ କାହାକୁ ଦେବା ଦ୍ବାରା ଘରେ ବିପଦ ଆସିଥାଏ ଏବଂ ତାଙ୍କ ସ୍ୱାମୀ ଅନେକ ପ୍ରକାର ସମସ୍ୟାର ସମୁଖୀନ୍ନ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ କଣ ।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି, ‘ମଙ୍ଗଳସୁତ୍ର’ । ହିନ୍ଦୁ ଶାସ୍ତ୍ର ଅନୁସାରେ ଜଣେ ବିବାହିତା ମହିଳା ମାନଙ୍କ ପାଇଁ ମଙ୍ଗଳସୁତ୍ର ର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ମଙ୍ଗଳସୁତ୍ର ପ୍ରତ୍ୟେକ ବିବାହିତା ମହିଳା ମାନଙ୍କ ସନ୍ତକ ଅଟେ । ଯଦି କୌଣସି ବିବାହିତା ମହିଳା ନିଜ ମଙ୍ଗଳସୁତ୍ର କୁ ଅନ୍ୟ କାହାକୁ ବ୍ୟବହାର କରିବା ନିମନ୍ତେ ପ୍ରଦାନ କରିଥାନ୍ତି ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ସ୍ୱାମୀ ଙ୍କ ଜୀବନ ରେ ବିଭିନ୍ନ ପ୍ରକାର ବିପଦ ଆସିଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘ସିନ୍ଦୁର’ । ପ୍ରତ୍ୟେକ ବିବାହିତା ମହିଳା ମାନଙ୍କ ପାଇଁ ସିନ୍ଦୂର ର ମହତ୍ତ୍ୱ ବହୁତ ଅଧିକ ରହିଥାଏ । ସର୍ବଦା ସ୍ନାନ କରିବା ପରେ ବିବାହିତା ମହିଳା ମାନେ ନିଜ ମଥାରେ ସିନ୍ଦୁର ଲଗାଇଥାନ୍ତି । ଯଦି କୌଣସି ବିବାହିତା ମହିଳା ନିଜର ସିନ୍ଦୁର ଅନ୍ୟ କୌଣସି ବିବାହିତା ମହିଳା ଙ୍କୁ ବ୍ୟବହାର କରିବା ନିମନ୍ତେ ପ୍ରଦାନ କରିଥାଏ ତେବେ ତାହା ଆଦୋୖ ଉଚିତ ନୁହେଁ । ଏହା ଦ୍ବାରା ସ୍ୱାମୀ ଙ୍କ ଉପରେ ଅନେକ ପ୍ରକାର ସମସ୍ୟା ଆସିଥାଏ ଏବଂ ଘରେ କ୍ଳେଶ ମଧ୍ୟ ସୃଷ୍ଟି ହୋଇଥାଏ ।

୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ‘କାଜଲ’ । କୌଣସି ବିବାହିତା ମହିଳା ଙ୍କୁ ନିଜର ବ୍ୟବହାର ହୋଇଥିବା କାଜଲ ଅନ୍ୟ ଙ୍କୁ ବ୍ୟବହାର କରିବାକୁ ଦେବା ଉଚିତ ହୋଇନଥାଏ । ଏପରି କରିବା ଦ୍ୱାରା ସ୍ୱାମୀ ଙ୍କ ଭଲ ପାଇବା କମି ଯାଇଥାଏ । ଯଦି ବୈଜ୍ଞାନିକ ଦୃଷ୍ଟିକୋଣ ରୁ ଦେଖିବା ତେବେ ଅନ୍ୟର କାଜଲ ବ୍ୟବହାର କରିବା ଅଥବା ନିଜେ ବ୍ୟବହାର କରିଥିବା କାଜଲ କୁ ଅନ୍ୟ ଙ୍କୁ ବ୍ୟବହାର କରିବା ପାଇଁ ଦେବା ଦ୍ବାରା ଆଖିରେ ଇଂଫେକ୍ସନ ମଧ୍ୟ ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ‘ଚୁଡ଼ି’ । କେବେବି କୌଣସି ବିବାହିତା ମହିଳା ଙ୍କୁ ନିଜେ ପିନ୍ଧିଥିବା ଚୁଡ଼ି ଅନ୍ୟ ବିବାହିତା ମହିଳା ଙ୍କୁ ଦେବା ଆଦୋୖ ଉଚିତ ନୁହେଁ । ଏପରି କରିବା ଦ୍ୱାରା ଭାଗ୍ୟ କମଜୋର ହୋଇ ଯାଇଥାଏ ଏବଂ ଆପଣଙ୍କ ଜୀବନର ଖୁସି ଅନ୍ୟ ଙ୍କ ପାଖକୁ ପଳାଇଥାଏ । କାରଣ ଆପଣ ପିନ୍ଧିଥିବା ଚୁଡ଼ି ସହିତ ଆପଣଙ୍କ ଭାଗ୍ୟ ଜଡ଼ିତ ରହିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।