ବିବାହରେ ସ୍ୱାମୀ ଏମିତି କ’ଣ କଲା ? ଯେଉଁଥି ପାଇଁ ବିବାହ ପରଦିନ ସ୍ତ୍ରୀ ଦେଲା ଛାଡ଼ପତ୍ର…

ବନ୍ଧୁଗଣ ବିବାହ କରିନେବା ପରେ ଛାଡପତ୍ର ଦେଇଦେବା କଣ ଏତେ ଶସ୍ତା । କାରଣ ଏଭଳି ଏକ ଘଟଣା ସାମନାକୁ ଆସିଛି । ବିବାହ ପର ଦିନ ସ୍ତ୍ରୀ ସ୍ଵାମୀକୁ ଛାଡପତ୍ର ଦେଇଛି । ସ୍ଵାମୀ ଏଭଳି କେଉଁ ଭୁଲ କରିଲେ ତାହା ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ । ବିବାହ ହେଉଛି ଉଭୟ ପୁଅ ଓ ଝିଅ ପାଇଁ ଖାସ ଦିନ । ବିବାହରେ ଦୁଇ ହୃଦୟର ମିଳନ ହୋଇଥାଏ । ଏହି ଦିନରେ ପୁଅ ଓ ଝିଅ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ବଚନ ଦେଇଥାନ୍ତି । ଉଭୟ ବର କାନୟ ଅପେକ୍ଷା କରିଥାନ୍ତି ଏହି ଦିନକୁ । ଆଉ ଏହି ଦିନକୁ ଉଭୟ ସ୍ମରଣ କରିବାକୁ ଚାହିଥାନ୍ତି ।

ଏହି ଘଟଣାରେ କନ୍ୟା ନିଜ ସ୍ଵାମୀଙ୍କର ଭୁଲ ପାଇଁ ସିଧା ସଳଖ ଛାଡପତ୍ର ମାଗିଥିଲେ । ଆଉ ଏହିଭଳି ଭାବେ ମହିଳା ଜଣକ ସୋସିଆଲ ମିଡିଆରେ ନିଜ ବିବାହ ବିଚ୍ଛେଦରେ କାହାଣୀ କହିଛନ୍ତି । ମହିଳା ଜଣକ କହିଛନ୍ତି ତାଙ୍କ ସ୍ଵାମୀ ବିବାହ ଦିନ ତାଙ୍କ ବିରୁଦ୍ଧରେ ଏମିତି କିଛି କାମ କରିଛନ୍ତି ଯାହା ପାଇଁ ତାଙ୍କୁ ଲଜିତ ବା ଅପମାନିତ ହେବାକୁ ପଡିଥିଲା । ଯାହାକୁ ନେଇ ସେ ଏଭଳି କିଛି ନିସ୍ପତି ନେଇଛନ୍ତି । ଆଉ ମହିଳା ଜଣକ ତାଙ୍କ ସ୍ଵାମୀଙ୍କ ସହ ନ ରହି ଛାଡପତ୍ର ଦେଇଥିଲେ ।

ବିବାହ ଦିନ ମହିଳା ଜଣକ କେକ କାଟିବା ସମୟରେ ତାଙ୍କ ମୁହଁରେ କେହି କେକ ନ ଲଗାଇବା ପାଇଁ ମନା କରିଥିଲେ । ଏ କଥା ତାଙ୍କ ସ୍ଵାମୀ ମଧ୍ୟ ଜାଣିଥିଲେ । କିନ୍ତୁ ଏହା ସତ୍ଵ ତାଙ୍କ ସ୍ଵାମୀ ତାଙ୍କ ମୁହଁକୁ କେକରେ ମାଡି ଦେଇଥିଲେ । ଯାହା ସେ ବିଲକୁଲ ଇଚ୍ଛା କରି ନ ଥିଲେ । ଏମିତିକି କ୍ରିସମାସ ପୂର୍ବରୁ ହୋଇଥିବା ବିବାହକୁ ଜାନୁଆରୀ ଶେଷ ସୁଦ୍ଧା ମହିଳା ତାଙ୍କ ସ୍ଵାମୀଙ୍କ ଠାରୁ ବିଛେଦ ହେବାକୁ ନିସ୍ପତି ନେଇଛନ୍ତି । ମହିଳାଙ୍କ ସ୍ଵାମୀ ତାଙ୍କୁ ପୂର୍ବରୁ ଜଣାଇଥିଲେ ଓ ତାଙ୍କର ବଏଫ୍ରେଣ୍ଡ ମଧ୍ୟ ଥିଲେ । ତେମୁ ସେ ଜାଣିଶୁଣି କରିଛନ୍ତି ବୋଲି ମହିଳା କହିଛନ୍ତି ।

ଆହୁରି ମହିଳା କହିଛନ୍ତି ତାଙ୍କ ସ୍ଵାମୀ ଆଗରୁ କପ କେକ ରଖିଥିଲେ ଓ ସେ ଏମିତି କରିବାକୁ ଚାହୁଁଥିଲେ । ଏହି ଘଟଣା ପରେ ତାଙ୍କ ସ୍ବାମୀଙ୍କ ସହ ପୁରା ପରିବାର କ୍ଷମା ମାଗିବା ସହ ଘଟଣାକୁ ଅଧିକ ନ ବଢାଇବା ପାଇଁ ଅନୁରୋଧ କରିଥିଲେ । ଏହା ସହ ବିବାହ ବିଛେଦ ନ କରିବାକୁ କହିଥିଲେ । ସୋସିଆଲ ମିଡିଆରେ ୟୁଜର୍ସ ବରକୁ ଦୋଷୀ କହିବା ସହ କନ୍ୟା ନିଜର ନିସ୍ପତି ନେବା ପାଇଁ ମତାମତ ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।