କଣ ଆପଣ ଜାଣିଛନ୍ତି କି ନୂଆ ବିବାହିତ କନ୍ୟାକୁ ନାଲି ରଙ୍ଗର ହିଁ କପଡା କାହିଁକି ପିନ୍ଧାଯାଏ!

ପ୍ରାୟତଃ ହିନ୍ଦୁ ବିବାହ ସମାରୋହରେ କନ୍ୟା ଓ ବରକୁ କଳା କପଡା ପିନ୍ଧିବାକୁ ଦିଆ ଯାଏ ନାହିଁ । କାରଣ ଆମର ଏଠି ଏହା ମାନ୍ୟତା ଅଛି କି କଳା ରଙ୍ଗ ଅଶୁଭ ହୋଇଥାଏ । ବିବାହ ସମୟରେ କନ୍ୟାକୁ ନାଲି ରଙ୍ଗର ବିବାହ ଶାଢୀ କିମ୍ବା ଲେହେଙ୍ଗା ପିନ୍ଧିବାକୁ ଦିଆଯାଏ ଓ ଏହା ହିଁ ପରମ୍ପରା ଅଟେ । ଆପଣମାନେ ପ୍ରାୟତଃ ସବୁ ବିବାହରେ କନ୍ୟାକୁ ନାଲି ରଙ୍ଗର ବସ୍ତ୍ର ପରିଧାନ କରିଥିବାର ଦେଖିଥିବେ ।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ବିବାହ ସମୟରେ କନ୍ୟାକୁ ନାଲି ରଙ୍ଗର ହିଁ କପଡା କାହିଁକି ପିନ୍ଧାଯାଏ । ଆଜି ଆମେ ଆପଣଙ୍କୁ ଏହାର ଜବାବ ଦେବୁ । କିନ୍ତୁ ପ୍ରାୟତଃ ଲୋକମାନେ ଏହି କଥାକୁ ଅନ୍ଧବିଶ୍ଵାସ ବୋଲି କହିଥାନ୍ତି । ଆଜିକାଲି ପ୍ରାୟତଃ ବିବାହିତ କନ୍ୟା ବିଭିନ ରଙ୍ଗର ବିବାହ ଡ୍ରେସ ପିନ୍ଧୁଛନ୍ତି ଓ ଏହା ଆଜିକାଲିର ଏକ ଫ୍ୟାସନ ହୋଇ ଗଲାଣି । କହିବାକୁ ଗଲେ ବର ଓ କନ୍ୟା ଓ ତାଙ୍କର ସମ୍ପର୍କୀୟମାନେ ବି ଏହି କଥାକୁ ମାନନ୍ତି ନାହିଁ ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କନ୍ୟାର ସମସ୍ତ ଜିନିଷ ନାଲି ରଙ୍ଗର ହେବା ଉଚିତ । କାରଣ ନାଲି ରଙ୍ଗକୁ ସବୁ ରଙ୍ଗ ଠାରୁ ଅଧିକ ମହତ୍ଵ ଦିଆଯାଏ । କୌଣସି ବି ଶୁଭ କାର୍ଯ୍ୟ ପାଇଁ ନାଲି, ହଳଦିଆ ଓ ଗୋଲାପି ରଙ୍ଗକୁ ଅଧିକ ମହତ୍ଵ ଦିଆଯାଏ । ଏହା ସହିତ ନାଲି ରଙ୍ଗକୁ ସୋଭାଗ୍ୟର ପ୍ରତୀକ ବୋଲି ବି କୁହାଯାଏ । ଏହା ପଛରେ ବୈଜ୍ଞାନିକ ତଥ୍ୟ ବି ଅଛି କି ନାଲି ରଙ୍ଗ ଊର୍ଜାର ସ୍ରୋତ ଅଟେ ।

ଏହା ସହିତ ନାଲି ରଙ୍ଗ ସକାରାତ୍ମକ ଊର୍ଜାର ପ୍ରତୀକ ବି ଅଟେ । ଏହାର ବିପରୀତ ନୀଳ, କଳା ରଙ୍ଗାକୁ ମନା କରନ୍ତି । କାରଣ ଏହି ରଙ୍ଗ ନିରାଶର ପ୍ରତୀକ ଅଟେ ଓ ଏହିଭଳି ଭାବନାକୁ ଶୁଭ କାର୍ଯ୍ୟରେ ଆସିବାକୁ ଦିଆ ଯିବା ଉଚିତ ନୁହେଁ । କାରଣ ପୂର୍ବରୁ ହିଁ ଯେତେବେଳେ କୌଣସି ନକାରାତ୍ମକ ବିଚାର ମନରେ ଜନ୍ମ ନେଇଯିବ ତେବ କୌଣସି ସମ୍ପର୍କର ଆଧାର ମଜବୁତ ହୋଇ ପାରିବ ନାହିଁ । ସେଥିପାଇଁ ବିବାହରେ କନ୍ୟା ପାଇଁ ନାଲି ରଙ୍ଗର ବସ୍ତ୍ର ହିଁ ସବୁଠୁ ମୁଖ୍ୟ ବୋଲି କୁହାଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।