ଦେଖନ୍ତୁ ବିବାହର ପ୍ରଥମ ରାତ୍ରିରେ ବର ତା ମାଁ ସହିତ କଣ କରିଥିଲା…

ବିବାହର ପ୍ରଥମ ରାତ୍ରିରେ ବସିଥିବା ସ୍ତ୍ରୀ ର ସ୍ଵାମୀ ଯେତେବେଳେ ଖାଇବା ଥାଳି ଧରି ଭିତରକୁ ଆସିଲା ପୁରା ରୁମ ସେହି ସ୍ଵାଦିଷ୍ଟ ଭୋଜନର ବାସ୍ନାରେ ଭରିଗଲା । ସେତେବେଳେ ସେହି ସ୍ତ୍ରୀ ଜଣଙ୍କ ତାର ସ୍ବାମୀଙ୍କୁ ଅନୁରୋଧ କଲେ କି ଯଦି ଶାଶୁ ମା’ଙ୍କୁ ଏଠାକୁ ଡାକିଦେବ ସେତେବେଳେ ଆମେ ତିନିଜଣ ମିଶି ଏହି ସ୍ଵାଦିଷ୍ଟ ଭୋଜନ କରିଥାନ୍ତେ । ସ୍ଵାମୀ କହିଲେ ତାକୁ ଛାଡ, ସେ ଖାଇ ଶୋଇପଡିଥିବ । ଆସ ଆମେ ଦୁଇଜଣ ଖୁସିରେ ଭୋଜନ କରିବା ।

Image courtesy: Google

ସ୍ତ୍ରୀ ଜଣଙ୍କ କହିଲା କି ନା, ମୁଁ ତାଙ୍କୁ ଖାଇବାର ଦେଖି ନାହିଁ । ସ୍ଵାମୀ କହିଲେ କି କାହିଁକି ତୁମେ ଏତେ ଜିଦି କରୁଛ । ବିବାହର କାମରେ ହାଲିଆ ହୋଇ ସେ କେଉଁଠି ମଧ୍ୟ ଶୋଇ ପଡିଥିବ । ସେହି ସ୍ତ୍ରୀ ତୁରନ୍ତ ଡିଭୋର୍ସ ନେବାର ନିଷ୍ପତ୍ତି ନେଇଗଲା ଓ ଡିଭୋର୍ସ ନେବାର କିଛି ଦିନ ପରେ ଦ୍ଵିତୀୟ ବିବାହ ମଧ୍ୟ କଲା । ଦ୍ଵିତୀୟ ପକ୍ଷରେ ତା’ର ପ୍ରଥମ ସ୍ଵାମୀ ମଧ୍ୟ ଦ୍ଵିତୀୟ ବିବାହ କରିଦେଲା । ଦୁହେଁ ଅଲଗା ଅଲଗା ପରିବାର ବସାଇ ଖୁସିରେ ରହିଲେ ।

Image courtesy: Google

ସେହି ସ୍ତ୍ରୀର ଦୁଇଟି ପୁଅ ମଧ୍ୟ ହେଲା, ଯେଉଁମାନେ ବହୁତ ସୁଶୀଳ ଓ ଆଜ୍ଞାକାରୀ ଥିଲେ । ଯେତେବେଳେ ସେ ୬୦ ବର୍ଷର ବୁଢୀ ହୋଇଗଲା ସେତେବେଳେ ସେ ତା’ର ପୁଅକୁ କହିଲା ମୁଁ ଚାରି ଧାମ ର ଯାତ୍ରା କରିବା ପାଇଁ ଚାହୁଁଛି । ପୁଅମାନେ ତୁରନ୍ତ ନିଜ ମା’କୁ ନେଇ ୪ ଧାମ ର ଯାତ୍ରା କରିବା ପାଇଁ ବାହାରି ପଡିଲେ ।

Image courtesy: Google

ଗୋଟିଏ ଗ୍ରାମରେ ତିନି ମା’ପୁଅ ଭୋଜନ କରିବା ପାଇଁ ଅଟକିଥିଲେ । ସେତେବେଳେ ସେହି ବୁଢୀ ମହିଳାର ନଜର ଭୋକିଲା, ଦରିଦ୍ର ବୃଦ୍ଧ ପୁରୁଷ ଉପରେ ପଡିଥିଲା, ଯିଏ ଏମାନଙ୍କ ଭୋଜନ ଆଡକୁ ବହୁତ ଆଶାର ସହିତ ଦେଖୁଥିଲା । ସେହି ବୃଦ୍ଧ ମହିଳା ମନରେ ଦୟା ଆସିଲା ଓ ସେ ତା’ର ପୁଅମାନଙ୍କୁ କହିଲା ସେହି ବୃଦ୍ଧ ଲୋକଙ୍କୁ ସଫା କରି ଭଲ ବସ୍ତ୍ର ଦିଅ, ପରେ ଆମେ ସମସ୍ତେ ମିଶି ଭୋଜନ କରିବା ।

Image courtesy: Google

ପୁଅମାନେ ଯେତେବେଳେ ସେହି ବୃଦ୍ଧକୁ ଗାଧୋଇ ଭଲ ପୋଷାକ ପିନ୍ଧାଇ ବୁଢୀ ସାମ୍ନାକୁ ଆଣିଥିଲେ ସେତେବେଳେ ସେହି ସ୍ତ୍ରୀ ବୃଦ୍ଧଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେହି ବୁଢା ସେ ହିଁ ଥିଲା, ଯାହା ସହିତ ବିବାହର ପ୍ରଥମ ରାତିରେ ସେ ଡିଭୋର୍ସ ନେଇଯାଇଥିଲା । ସେ ବୃଦ୍ଧଙ୍କୁ ପଚାରିଲେ କଣ ହେଲା, ତୁମର ଅବସ୍ଥା ଏତେ ଖରାପ ହୋଇଗଲା ।

ସେହି ବୃଦ୍ଧ ଦୁଃଖର ସହ କହିଲେ ସବୁ ଥାଇ ମଧ୍ୟ ମୋ ପୁଅମାନେ ମୋତେ ଭୋଜନ କରିବା ପାଇଁ ଦେଉ ନାହାନ୍ତି । ମୋତେ ଘରୁ ବାହାର କରିଦେଲେ । ସେହି ବୁଢୀ କହିଲେ କି ଏହି କଥା ତ ମୁଁ ବିବାହର ପ୍ରଥମ ରାତ୍ରିରୁ ହିଁ ଜାଣି ପାରିଥିଲି । ସେଦିନ ମୋର ବାରମ୍ବାର କହିବା ସତ୍ବେ ବି ତୁମେ ତୁମ ମା’ର ତିରସ୍କାର କରିଥିଲ । ଏହାର ଫଳ ହିଁ ଆଜି ତୁମେ ଭୋଗୁଛ ।

Image courtesy: Google

ଯେପରି ବ୍ୟବହାର ଆମେ ଆମ ବାପା ମା’ଙ୍କ ସହିତ କରିବା ତାହାକୁ ଦେଖି ଆମ ପିଲାମାନେ ମଧ୍ୟ ତାହା ହିଁ କରିବେ । ତେଣୁ ସବୁବେଳେ ବାପା ମା’ଙ୍କ ସେବା ହିଁ ଆମର କର୍ତ୍ତବ୍ୟ ଅଟେ । ଯେଉଁଘରେ ବାପା ଓ ମା ହସିଥାନ୍ତି ସେଠାରେ ଭଗବାନ ବାସ କରିଥାନ୍ତି । ଦୟା କରି ନିଜର ମତାମତ ଆମ ସହିତ ନିଶ୍ଚିତ ଶେୟାର କରନ୍ତୁ ଓ ପୋଷ୍ଟକୁ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।