ସୁନା ରେଟ ରେ ଆଗକୁ ଲାଗିବାକୁ ଯାଉଛି ନିଆଁ, ଏହି କାରଣ ପାଇଁ ଆହୁରି ବଢିବ ସୁନା ଦର

ସୁନା ରେଟ ବର୍ତ୍ତମାନ ହୁତୁ ହୁତୁ ହୋଇ ବଢ଼ି ଚାଲିଛି । ବିବାହ ସିଜିନ ପାଇଁ ସୁନା ଦର ଆକାଶ ଛୁଇଁବା ରେ ଲାଗିଛି । କରୋନା ମହାମାରୀ ସମୟରେ ଘରୋଇ ଏବଂ ଆନ୍ତର୍ଜାତୀୟ ବଜାରରେ ସୁନା ଏକ ରେକର୍ଡ ଉଚ୍ଚରେ ପହଞ୍ଚିଛି । ଘରୋଇ ବଜାରରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି ₹ 48,300 ଟଙ୍କା ରେକର୍ଡ ସୃଷ୍ଟି କରିଛି । କରୋନା ସଙ୍କଟର ଏହି ଯୁଗରେ ନିବେଶକମାନେ ସୁନାକୁ ବିନିଯୋଗର ସୁରକ୍ଷିତ ମାଧ୍ୟମ ଭାବରେ ବିଚାର କରୁଛନ୍ତି । ସୁନା ରେ ନିଜ ଟଙ୍କା ଇନଭେସ୍ଟ କରିବା ଦ୍ୱାରା ଆଗକୁ ସୁନା ରେଟ ବଢିବା ଦ୍ୱାରା ଟଙ୍କା ମଧ୍ୟ ବଢ଼ିବ ।

ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ୱେବସାଇଟ୍ ଅନୁଯାୟୀ 24 କ୍ୟାରେଟ୍ ସୁନା 10 ଗ୍ରାମ ପିଛା ₹ 48,300 ଟଙ୍କା ରେକର୍ଡ ସୃଷ୍ଟି କରିଛି । 23 କ୍ୟାରେଟ୍ ସୁନାର ମୂଲ୍ୟ ମଧ୍ୟ 645 ଟଙ୍କା ବୃଦ୍ଧି ପାଇ ଦଶ ଗ୍ରାମରେ ₹ 48,107 ଟଙ୍କା ହୋଇଛି । 22 କ୍ୟାରେଟ୍ ସୁନା ମୂଲ୍ୟ ବର୍ତ୍ତମାନ 593 ଟଙ୍କା ବୃଦ୍ଧି ପାଇ ₹ 44243 ଟଙ୍କା ଏବଂ 18 କ୍ୟାରେଟ୍ 10 ଗ୍ରାମରେ ₹ 36,225 ଟଙ୍କାକୁ ବୃଦ୍ଧି ପାଇଛି । ରୂପା ମଧ୍ୟ କିଲୋଗ୍ରାମରେ ₹ 966 ଟଙ୍କା ବୃଦ୍ଧି ପାଇଛି ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଆନ୍ତର୍ଜାତୀୟ ସ୍ପଟ୍ ବଜାରରେ ସୁନା 0.5 ପ୍ରତିଶତ ବୃଦ୍ଧି ହୋଇ 1,751 ଡଲାରରେ ପହଞ୍ଚିଛି । ଏହାପୂର୍ବରୁ, ମେ 18 ରେ ସୁନା ଏକ ରେକର୍ଡ ହାସଲ କରିଥିଲା । ସେହିଭଳି ଆମେରିକାର ଫ୍ୟୁଚର ବଜାରରେ ସୁନା ଏକ ଅନ୍ସ 1,764.50 ଡଲାରରେ ପହଞ୍ଚିଛି । ଇଣ୍ଡୋ-ଚାଇନା ଟେନସନ ଏବଂ ହଂକଂ ଜଳବାୟୁ ମଧ୍ୟ ଆନ୍ତର୍ଜାତୀୟ ଦ୍ରବ୍ୟ ବଜାର ଉପରେ ପ୍ରଭାବ ପକାଇଛି ।

ବାସ୍ତବରେ, ଦୁନିଆରେ ସଙ୍କଟ ବଢୁଥିବାରୁ ସୁନା ଏହାର ଜ୍ୟୋତି ଦେଖାଇଛି,ବାସ୍ତବରେ ମୂଲ୍ୟ ବୃଦ୍ଧି ସହିତ ସୁନାରେ ବିନିଯୋଗର ପରିସର ବଢୁଛି । କରୋନା ସଙ୍କଟ କାରଣରୁ ସୁନାରେ ବିନିଯୋଗ ବା ଇନଭେସ୍ଟ କରିବା ଏକ ସୁରକ୍ଷିତ ବିକଳ୍ପ ଭାବରେ ଦେଖାଯାଉଛି । କାରଣ ଆଗକୁ ଏହା ର ମୂଲ୍ୟ ଆଗକୁ ବଢ଼ି ପାରେ । କିନ୍ତୁ ଯଦି କୋଭିଡ 19 ର ସମସ୍ୟା ଶୀଘ୍ର ଦୂର ହୋଇଯାଏ । ତେବେ ସୁନା ରେଟ ବହୁତ ଖସି ଯିବ ଏବଂ ସୁନାରେ ଇନଭେସ୍ଟ କରିଥିବା ଲୋକ ମାନଙ୍କ କ୍ଷତି ହେବ ।

ଭାରତରେ ଆଗକୁ ସୁନା ଦର ବଢ଼ିବ ବୋଲି ବିଶେସଂଜ୍ଞା ମାନେ କହୁଛନ୍ତି । କାରଣ ସୁନା କାରବାର କମିଗଲାଣି କେବଳ ଭାରତୀୟ ମାନେ ହିନ୍ଦୁ ଧର୍ମୀ ମାନେ ଅଧିକ ସୁନା କ୍ରୟ କରିଥାନ୍ତି । ଭାରତରେ ସୁନା ଅଧିକ ଚାଲିଥାଏ । କିନ୍ତୁ ଏହି ଲାକଡାଉନ ଏବଂ କରୋନା ଯୋଗୁଁ ସୁନା ଆମଦାନୀ କମିଯାଇଛି । ଡଲାର ତୁଳନାରେ ଭାରତୀୟ ମୁଦ୍ରା ର ସ୍ଥିତି ଖରାପ ହେବାରେ ଲାଗିଛି । ତେଣୁ ଏହାର ସିଧାସଳଖ ପ୍ରଭାବ ସୁନା ଉପରେ ପଡ଼ିଛି । ତେଣୁ ବର୍ତ୍ତମାନର ସମୟରେ ସୁନା ଦରରେ ନିଆଁ ଲାଗିବା ଭଳି ବଢ଼ିବାରେ ଚାଲିଛି ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।