ବାହାଘର ମଝିରେ ମଣ୍ଡପରେ ପଶି ଆସିଲା ବରର ଗର୍ଲଫ୍ରେନ୍ଡ, ହେଲା ଧନାଧନ ପିଟାଇ, ଆଉ ତା ପରେ…

ପ୍ରେମ ଓ ବିବାହ ଦୁଇଟି ହିଁ ବହୁତ କଠିନ ମାମଲା ଅଟେ । କହିବାକୁ ଗଲେ ଯେଉଁମାନେ ପ୍ରେମ କରିଥାନ୍ତି ପ୍ରାୟତଃ ମାମଲାରେ ସେମାନେ ନିଜର ପ୍ରେମିକା ସହ ବିବାହ କରି ପାରନ୍ତି ନାହିଁ ଓ ଅନ୍ୟ ଏକ ବ୍ୟକ୍ତି ସହ ବିବାହ କରନ୍ତି । କିନ୍ତୁ ବିବାହ ପୂର୍ବରୁ ନିଜର ପାର୍ଟନର ଠାରୁ ଏହି ସବୁ କଥାକୁ କ୍ଲିୟର କରିଦେବା ଉଚିତ । ଯଦି ଏହା କରୁ ନାହାନ୍ତି ତେବେ ଏହା ଆପଣଙ୍କର ବିବାହ ସମୟରେ ବହୁତ ଅସୁବିଧା କରିପାରେ । ଏହିଭଳି କିଛି ଘଟଣା ହରିଦ୍ୱାର ର ସିକରୋଡା ଭଗବନପୁରରେ ରହୁଥିବା ଏକ ଯୁବକ ସହ ହୋଇଛି । ଚାଲନ୍ତୁ ବିସ୍ତାର ରୂପରେ ଜାଣିବା ।

କହିବାକୁ ଗଲେ ଯୁବକର ବରଯାତ୍ରୀ ଉତ୍ତରାଖଂଡ ର ବିକାସନଗରରୁ ଆସିଥିଲା । ଏଠି ଆରମ୍ଭରୁ ତ ସବୁକିଛି ଠିକଠାକ ଚାଲିଲା । ଝିଅବାଲାମାନେ ବରଯାତ୍ରୀର ବଡ ଧୂମଧାମରେ ସ୍ଵାଗତ ବି କରିଲେ । ଏହା ପରେ ଯେମିତି ହିଁ ବର ମଣ୍ଡପରେ ପହଞ୍ଚିଲା ତେବେ ତାହାର ପୂର୍ବ ପ୍ରେମିକା ସେଠି ଆସିଗଲା ଓ ବିବାହରେ ମଧ୍ୟରେ ତମାଶା ଆରମ୍ଭ କରିଦେଲା । ଏତିକି ନୁହେଁ ଯୁବତୀ ଜଣକ ବରକୁ ଖୁବ ମାରିଲା ବି । ଏହାକୁ ଦେଖି କନ୍ୟା ଘରର ଲୋକମାନେ ଏହି ବିବାହକୁ ଅଟକାଇ ଦେଲେ ।

ଏହା ପରେ ସେହି ଯୁବତୀ ଜଣକ ବରକୁ ପୁଲିସ ଷ୍ଟେସନ ନେଇଗଲା ଓ ସେଠି ସେ ବର ବିରୁଦ୍ଧରେ ଧୋଖାଧାଡି ର ମାମଲା ଦର୍ଜ କରାଇଲା । ଯୁବତୀର କହିବାର ଅଟେ କି ବର ତାକୁ ବିବାହ କରିବା ପାଇଁ କହି ତାହା ସହିତ ସମ୍ବନ୍ଧ କରିଲା । ଏହା ସହିତ ଯୁବତୀ ବର ଉପରେ ମାରପିଟ ଓ ପ୍ରତାଡନା ର ଆରୋପ ବି ଲଗାଇଲା । ଅନ୍ୟ ପଟେ ସ୍ଥାନୀୟ ଲୋକମାନେ ବି ଯୁବତୀର କଥା ଶୁଣିଲା ପରେ ତାହାର ସାଥ ଦେଲେ ।

ସୂଚନା ଅନୁସାରେ ବର ତାହାର ଗର୍ଲଫ୍ରେନ୍ଡ ସହ ଗତ ତିନି ବର୍ଷ ହେବ ରିଲେଶନଶିପରେ ଥିଲା । ବର୍ତ୍ତମାନ ପୁଲିସ ଏହି ମାମଳାକୁ ଯାଞ୍ଚ କରୁଛନ୍ତି ।

ଅନ୍ୟ ପଟେ ସୋସିୟାଲ ମିଡିୟାରେ ଯେତେବେଳେ ଲୋକମାନଙ୍କୁ ଏହି କଥା ଜଣା ପଡିଲା ତେବେ ସେମାନଙ୍କର କହିବା ଅଟେ କି ବରକୁ ନିଜ ଗର୍ଲଫ୍ରେନ୍ଡକୁ ଧୋଖା ଦେବା ଉଚିତ ନୁହେଁ । ଯଦି ଆପଣ କାହା ସହିତ ବିବାହ କରିବାକୁ ଯାଉଛନ୍ତି ତେବେ ଆଗରୁ ସବୁ କ୍ଲିୟର କରିଦେବା ଉଚିତ । ଏହା ଛଡା ଅନ୍ଲାଇନରେ କିଛି ଲୋକମାନେ ସେହି ଯୁବତୀର ସାହାସକୁ ବି ପ୍ରଶଂସା କରୁଛନ୍ତି ।

କହିବାକୁ ଗଲେ ସାଧାରଣତଃ ଯୁବକ ନିଜର ପ୍ରେମିକାର ବିବାହକୁ ଯାଇ ବାଧା ଉତ୍ପନ୍ନ କରିଥାଏ । କିନ୍ତୁ ଝିଅମାନଙ୍କ ଦ୍ଵାରା କରାଯାଇଥିବା ଏହିଭଳି ଘଟଣା ବହୁତ କମ ଶୁଣିବାକୁ ମିଳିଥାଏ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।