ବାହାଘରର ୪ ଦିନ ପରେ ହିଁ କରାଇ ଦେଲା ନିଜର ସ୍ଵାମୀର ହତ୍ୟା, ପୁଣି ନିଜ ଜୀବନକୁ ବି ହରେଇବାକୁ ପଡିଲା, ଯେତେବେଳେ ତାର ମାଉସୀ ପୁଅ…

କିଛି ଲୋକମାନେ ନିଜର ପ୍ରେମକୁ ପାଇବା ପାଇଁ କିଛି ବି କରି ପାରନ୍ତି । ଯେତେବେଳେ କେହି ପ୍ରେମରେ ଥାନ୍ତି ତେବେ ସେ ନିଜର ପ୍ରେମକୁ ପାଇବା ପାଇଁ ଏବଂ ପ୍ରେମକୁ ସଫଳ କରିବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାନ୍ତି । କିନ୍ତୁ ସେମାନେ ଭୁଲି ଯାଆନ୍ତି କି ଏହା ଦ୍ଵାରା ଅନ୍ୟ ଉପରେ କଣ ପ୍ରଭାବ ପଡିବ ।

ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଯେଉଁଠି ଗୋଟିଏ ଝିଅ ନିଜର ପ୍ରେମକୁ ପାଇବା ପାଇଁ କିଛି ଏମିତି କରିଦେଲା କି ଯାହା ଶୁଣି ସମସ୍ତଙ୍କର ହୋସ ଉଡିଗଲା ।

ବାହାଘରର ୫ ଦିନ ପରେ କରିଲା ସ୍ଵାମୀର ହତ୍ୟା

ଏହି ମାମଲା ମୁଜଫ୍ଫରନଗର ଜିଲ୍ଲାର ହୈଦରନଗର ଅଟେ । ଯେଉଁଠି ଶିବାନୀ ନାମକ ଝିଅର ବାହାଘର ୨୮ ଫେବ୍ରୁୟାରୀ ଦିନ ମେରଠର ସମସୁରରେ ରହୁଥିବା ହାପି ସହିତ ହୋଇଥିଲା । ବାହାଘର ସରିଲା ପରେ ଝିଅର ବିଦାଇ ହେଲା ଏବଂ ସେ ନିଜର ଶାଶୁରଘରକୁ  ଚାଲିଗଲା । ସମସ୍ତେ ଖୁସି ଥିଲେ ଏହା ପରେ ଶିବାନୀ ନିଜ ଘରକୁ ପୁଣି ଫେରି ଆସିଲା ଏବଂ ୪ ମାର୍ଚରେ ନିଜର ସ୍ଵାମୀ ହାପିକୁ ନିଜ ଗ୍ରାମରେ ଦେଖା କରିବା ପାଇଁ ଡାକିଲା ।

ଶିବାନୀ ସହ ଦେଖା କରିବା ପାଇଁ ହାପି ନିଜର ଦାଦା ପୁଅ ସହିତ ପହଞ୍ଚିଥିଲା, ରାତିରେ ଯେତେବେଳେ ଶିବାନୀ ସହ ଦେଖା କରି ହାପି ନିଜ ଘରକୁ ଯାଉଥିଲା ତେବେ ରାସ୍ତରେ ଶିବାନୀର ପ୍ରେମୀକ ଅନୁଜ ହାପିକୁ ହତ୍ୟା କରିଦେଲା । ଅନୁଜ ଏବଂ ହାପି ଏହି ହତ୍ୟାର ପ୍ଲାନିଗ ଆଗରୁ ହିଁ କରିଥିଲେ ।

ପୁଲିସ ଯେତେବେଳେ ଏହି ହତ୍ୟାର ଯାଞ୍ଚ କରିଲେ ତେବେ ମାମଲା ପୁରା ସାମନାକୁ ଆସିଲା । ଏବଂ ଜଣା ପଡିଲା କି ଏହା ଏକ ପ୍ରେମ ପ୍ରସଙ୍ଗ ଅଟେ । ସୂଚନା ଅନୁସାରେ ଶିବାନୀର ପ୍ରେମିକ ଅନୁଜ, ସମ୍ପର୍କରେ ତାର ଦାଦା ପୁଅ ଭାଇ ହେବ । କହି ଦେଉଛୁ ଯେ ହାପିର ହତ୍ୟା କରିବା ପରେ ଶିବାନୀ ନିଜ ଘରୁ ଫେରାର ହୋଇ ଯାଇଥିଲା । ଏହା ପରେ ଶିବାନୀର ଘର ଲୋକଙ୍କୁ ଏହି କଥା ବର୍ଦାଶତ ହେଲା ନାହିଁ ।

ପୁଣି ଅନର କିଲିଂଗରେ ଗଲା ଜୀବନ

ଶିବାନୀର ଏହି କାମ ଦ୍ଵାରା ତାହାର ମାଉସୀ ପୁଅ ଏତେ ରାଗି ଗଲା କି ସେ ଶିବାନୀକୁ ଗୁଳି ମାରି ହତ୍ୟା କରିଦେଲା । କହି ଦେଉଛୁ ଯେ ସୁମିତ ଶିବାନୀକୁ ଚାଷ ଜମିରେ ଡାକି ତାକୁ ଗୁଳି ମାରି ହତ୍ୟା କରିଦେଇଥିଲା । ଏହା ପରେ ସୁମିତ ନିଜର ଦୋଷକୁ ମାନି କହିଲା କି ସେ ନିଜର ଭିଣେଇର ହତ୍ୟାର ପ୍ରତିଶୋଧ ନେଇଛି ।