ରାମ ମନ୍ଦିର ଭୂମି ପୂଜନ ସମୟରେ ପୁରୋହିତ PM Modi ଙ୍କୁ ଦକ୍ଷିଣାରେ କଣ ମାଗିଲେ?

ଆପଣ ମାନେ ଜାଣିଥିବେ ରାମ ମନ୍ଦିର ଗଢା ହେବ ପାଇଁ ପ୍ରସ୍ତୁତି ଚାଲିଛି । ସେଥିପାଇଁ ଭୂମି ପୂଜନ ମଧ୍ୟ୍ୟ ସରି ଯାଇଛି । ରାମ ମନ୍ଦିର ଗଢା ହେବ ଶୁଣି ପୁରା ବିଶ୍ଵରେ ଦେଖା ଯାଇଥିଲା ଖୁସିର ଝଲକ ଏବଂ ସୁଭି ଥିଲା ରାମ ନାମ । ଭୂମି ପୂଜା ଦିନ ବ୍ରାହ୍ମଣ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ମାଗି ଥିଲେ କିଛି ଜିନିଷ ତେବେ ଚାଲନ୍ତୁ ଜାଣିବା କଣ ରହିଥିଲା ଦକ୍ଷିଣା ଏବଂ କଣ୍ ଦେଇଥିଲେ ମୋଦି ବ୍ରାହ୍ମଣଙ୍କୁ ।

ଭାରତ ବସୀଙ୍କୁ ଯେଉଁ ଦିନର ଅପେକ୍ଷା ବହୁତ ବର୍ଷରୁ ଥିଲା ଏବେ ସେହି ଦିନ ଆସି ଯାଇଛି । ଗତ ବୁଧବାର ଦିନ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ଭୂମି ପୂଜନର କାର୍ଯ୍ୟ କର୍ମ ସମ୍ପୂର୍ଣ୍ଣ କରିଛନ୍ତି । ମୋଦି ଭୂମି ପୂଜନର ଶିଳାନ୍ୟାସ କରିଥିବା ସମୟରେ ବ୍ରାହ୍ମଣ କହିଥିଲେ ଯେ ସବୁ ଯଜ୍ଞରେ ଦକ୍ଷିଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ବ୍ରାହ୍ମଣ ମୋଦିଙ୍କୁ କହିଛନ୍ତି କି ଆଜି ସେ ଏତେ ବଡ଼ ଦାନ ଦେଇଛନ୍ତି ଯେ କୋଟି କୋଟି ଲୋକଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି । ଭାରତ ଆମର ଅଟେ ତା ଠାରୁ କିଛି ଅଧିକ ଦିଅନ୍ତୁ ବୋଲି କହିଥିଲେ ପୁରୋହିତ । କିଛି ସମସ୍ୟା ରହିଛି ସେହି ସମସ୍ୟାର ସମାଧାନ କରିବା ପାଇଁ ସଂକଳ୍ପ ନିଆ ଯାଇଛି । ଯଦି ଅଗଷ୍ଟ ୫ ତାରିଖରେ ଅନ୍ୟ କିଛି ଯୁଡିଯିବ ତାହେଲେ ଭଗବାନଙ୍କ ଆଶୀର୍ବାଦ ମିଳିବ । ଆହୁରି କହିଥିଲେ କି ତାଙ୍କ ଭାଗ୍ୟ ଯେ ତାଙ୍କୁ ଏମିତି ଯଯମାନ ମିଲିଛନ୍ତି । ହୁଏତ ତାଙ୍କ ଜନ୍ମ ଏହି କାମ ପାଇଁ ହେଇଛି । ଏହିସବୁ ହେଉଛି ତାଙ୍କ ପାଇଁ ବଡ ଦକ୍ଷିଣା ।

ସାରା ଦୁନିଆରେ କୋରୋନା ଭୁତାଣୁ ହେତୁ ଭୂମି ପୂଜା ଦିନ ସମ୍ପୂର୍ଣ ବ୍ୟବସ୍ଥା କରାଯାଇଥିଲା ଏବଂ ମୋଦି ଆଊ ବ୍ରାହ୍ମଣଙ୍କ ଭିତରେ ସାମାଜିକ ଦୂରତା ରଖା ଯାଇଥିଲା । ଏହି ସମୟରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଗଠନ ର ମୁଖ୍ୟ ଭଗବତ୍, ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏବଂ ରାଜ୍ୟପାଳ ଅନନ୍ଦିବନ୍ ପଟେଲ୍ ଉପସ୍ଥିତ ଥିଲେ । ରାମ ମନ୍ଦିର ଭୂମି ପୂଜନ ଦିନ କୋରୋନା ହେତୁ ଉପସ୍ଥିତ ଥିବା ଅତିଥି ମାନଙ୍କ ପାଇଁ ବ୍ୟବସ୍ଥା କରା ଯାଇଥିବା ସ୍ଥାନରେ ବି ସାମାଜିକ ଦୂରତା ରକ୍ଷା କରା ଯାଇଥିଲା ।

ବିଶେଷ କଥା ଏହା ଅଟେ କି ଯେଉଁ ସ୍ଥାନରେ ରାମ ମନ୍ଦିର ଭୂମି ପୂଜନ କରାଯାଇଥିଲା ସେହି ସ୍ଥାନ ରେ ରାମଲାଲା ସ୍ଵୟଂ ଉପସ୍ଥିତ ଥିଲେ । ପ୍ରଧାନ ମନ୍ତ୍ରୀ ନିଜେ ସେଠି ୯ ଟି ପଥର ରଖି ରାମ ମନ୍ଦିରର ଶିଳାନ୍ୟାସ କରିଥିଲେ । ଏହି ଐତିହାସିକ ମୁହୂର୍ତରେ ସାକ୍ଷୀ ପ୍ରାୟ ୧୫୦ ଜଣ ସାଧୁ ସନ୍ଥ ଥିଲେ । ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଭୂମି ପକ୍ଷରୁ ପ୍ରାୟ ସାଢେ଼ ୩ ବର୍ଷ ର ଲକ୍ଷ ଧାର୍ଯ୍ୟ କରାଯାଇଛି ।

ପ୍ରଥମ ଅଢେଇ ବର୍ଷ ରେ ମନ୍ଦିର ତଳ ମହଲା ନିର୍ମାଣ ହେବ ବୋଲି ଅନୁମାନ କରାଯାଇଛି । ଏହା ପରେ ୨ ବର୍ଷ ଭିତରେ ଉପର ଭାଗର ସବୁ କାର୍ଯ୍ୟ ସମାପ୍ତ କରିବାର ନିଷ୍ପତ୍ତି ନିଆଯାଇଛି । ସେହିପରି ସାଢେ଼ ୩ ବର୍ଷ ମଧ୍ୟରେ ମନ୍ଦିର ର ଶିଖର ପର୍ଯ୍ୟନ୍ତ କାର୍ଯ୍ୟ ଶେଷ କରିବାକୁ ପଡ଼ିବ । ରାମ ମନ୍ଦିର ଭୂମି ପୂଜନ ରେ ଭାରତୀୟ ବାସି ବହୁତ୍ ଖୁସି ଥିବାର ଦେଖିବାକୁ ମିଳୁଛି । ଏବଂ ପୁରା ଭାରତ ବାସି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ମଧ୍ୟ୍ୟ ଜଣାଇଛନ୍ତି ।

ଯଦି ଆପଣ ମଧ୍ୟ ରାମ ମନ୍ଦିର ର ନିର୍ମାଣ ଯୋଗୁ ଖୁସି ଅଛନ୍ତି ତେବେ କମେଣ୍ଟରେ ଲେଖାନ୍ତୁ “ଜୟ ଶ୍ରୀ ରାମ” ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।