ଭୁଲ୍ ରେ ବି ଏମିତି କରନ୍ତୁନି‌, ନହେଲେ ଭାଙ୍ଗିଯିବ ଆପଣଙ୍କ ବ୍ରତ

ଯେଉଁ ଧର୍ମ ବି ହେଉ ନ କାହିଁ ବ୍ରତ କରିବା ସବୁ ଧର୍ମ ପାଇଁ ଭଲ ହେଇଥାଏ। କୁହାଯାଏ ବ୍ରତ କଲେ ଭଗବାନ ପ୍ରସନ୍ନ ହୁଅନ୍ତି । ବ୍ରତ ସେତେବେଳେ ସଫଳ ହୁଏ ଯେତେବେଳେ ସମ୍ପୂର୍ଣ୍ଣ ବିଧି ଓ ନିୟମ ଅନୁସାରେ କରାଯାଏ, ଦେଖେଇବା ପାଇଁ ନୁହେଁ । ଏଥିପାଇଁ ବହୁତ ବିଶେଷ କଥା ଉପରେ ଧ୍ୟାନ ଦେବାକୁ ହେଇଥାଏ, ଯେମିତି କି ବ୍ରତ ସଫଳ ହେବା ପାଇଁ ସମର୍ପିତ ହୋଇ ସତ୍ୟନିଷ୍ଟା ଓ ନିୟମ ଅନୁସାରେ କରିବା ଦରକାର ।

ବ୍ରତ ପୂର୍ବରୁ କିଛି ନିୟମ ହୋଇଥାଏ, ଯାହାକୁ ପାଳନ କରିବା ବହୁତ୍ ଆବଶ୍ୟକ ହୋଇଥାଏ ।

ଯେମିତି କି କ୍ଷମା, ସତ୍ୟ, ଦୟା ଦାନ, ଶୌଚ, ଇନ୍ଦ୍ରିୟ ସଂଜମ, ଦେବପୂଜା, ଅଗ୍ନିହୋତ୍ର, ସନ୍ତୋଷ ତଥା ଚୋରି ନକରିବା ଏ ଦଶଟି ନିୟମ ସମ୍ପୂର୍ଣ ବ୍ରତ ରେ ଆବଶ୍ୟକତା ହୋଇଥାଏ, ଯଦି ଏସବୁ ପାଳନ ନ କରନ୍ତି ତ ବ୍ରତ ସମ୍ପୂର୍ଣ୍ଣ ହୋଇନଥାଏ ।

ବ୍ରତ କରିବା ଲୋକ କଂସା ବାସନ,ମହୁ, ପର ଅନ୍ନ ବ୍ୟବହାର କରିବା ଅନୁଚିତ୍ ଓ ଅଶୁଦ୍ଧ ବସ୍ତ୍ର କୁ ଭୁଲ୍ ରେ ବି ଉପଯୋଗ କରନ୍ତୁ ନି । କୁହାଯାଏ ବ୍ରତ କରିବା ଲୋକ କେଉଁ ଅସହାୟ, ନିର୍ବଳ ଜୀବ କୁ ଅକାରଣ ରେ କଷ୍ଟ ଦେବା କଥା ନୁହେଁ, ନଚେତ୍ ବ୍ରତ ଭାଙ୍ଗିଯିବ ।

ବ୍ରତ କଲେ ଯେକୌଣସି ଖରାପ କାମ ରୁ ଦୂରତା ରଖିବା ଦରକାର । ଏମିତି ରେ ବି ସେ ସମୟରେ ସମ୍ବନ୍ଧ ନକଲେ ବହୁତ୍ ଶୁଭ ହୋଇଥାଏ । ଅନ୍ୟଥା ବ୍ରତ ଭାଙ୍ଗିଯାଇ ପାରେ । ଜାଣିରଖନ୍ତୁ, ବାର ବାର ପାଣି ପିଇଲେ, ପାନ ଖାଇଲେ, ଦିନରେ ଶୋଇଲେ, ମୈଥୁନ କଲେ ଉପବାସ ଦୂଷିତ ହୋଇଯାଏ, ବ୍ରତ ଭାଙ୍ଗିଯାଏ ।