ଭୁଲ କାମରୁ ସବୁବେଳେ ନିବୃତ ରୁହନ୍ତୁ, କାରଣ ଲୋକ ଆପଣଙ୍କର ସବୁ ଭଲ କାମ ଗୋଟିଏ ଭୁଲ କରିବା ପରେ ତୁରନ୍ତ ଭୁଲିଯାନ୍ତି

ଆମେ ମଣିଷ ଅଟୁ ଓ ଆମ ଦ୍ଵାରା ପ୍ରାୟତଃ ଭୁଲ ହୋଇଯାଇଥାଏ । ଆପଣ କେତେ ଭଲ ହୁଅନ୍ତୁ ନା କାହିଁକି, ଆପଣଙ୍କର ଗୋଟିଏ ଭୁଲ ଆପଣଙ୍କର ସବୁ ଭଲ ଗୁଣକୁ ଘୋଡାଇ ଦେଇଥାଏ । ଭୁଲରେ ବି ଏମିତି କାମ କରିବା ଉଚିତ ନୁହେଁ ଯାହା ଦ୍ଵାରା ଆପଣଙ୍କର ସବୁ ଭଲ ଗୁଣ ଗୋଟିଏ ଥରରେ ହିଁ ବର୍ବାଦ ହୋଇଯିବ ।

ଲୋକ ଖରାପ କଥାକୁ ଅଧିକ ମନେ ରଖନ୍ତି ଓ ଭଲ କଥାକୁ ଜଲ୍ଦି ଭୁଲି ଯାଆନ୍ତି । ଏହି ଭୁଲ କଥା ଠାରୁ ଆପଣଙ୍କୁ ବଞ୍ଚିବା ଆବଶ୍ୟକ । ଏହି କଥାକୁ ଆମେ ଆପଣଙ୍କୁ କାହାଣୀ ରୂପରେ ବୁଝାଉଛୁ ।

ନାଚବାଲି ପଢିଲା ଏହି ଦୋହା

ବହୁତ ବର୍ଷ ପୂର୍ବେ ଗୋଟିଏ ରାଜା ରହୁଥିଲେ ଓ ସେ ବହୁତ ବୁଢା ହୋଇଯାଇଥିଲେ । ତାହାର ପତ୍ନୀ ଓ ଦୁଇଟି ପିଲା ଥିଲେ । ଥରେ ଦରବାରରେ ଗୋଟିଏ ଖୁସିର ଆସର ଥିଲା । ଏହି ଉତ୍ସବରେ ଗୋଟିଏ ନାଚବାଲିକୁ ଡକାଗଲା । ଏହି ଉତ୍ସବରେ ରାଜାଙ୍କର ପୁରା ପରିବାର, ଗୁରୁ ଓ ପ୍ରଜା ସାମିଲ ଥିଲେ । ସାରା ରାତି ଗୀତ ବାଜୁଥିଲା ଓ ନାଚବାଲି ନାଚୁଥିଲା ।

ରାଜା ଓ ପ୍ରଜା ନୃତ୍ୟ ଦେଖି ସାରା ରାତି ଖୁସିରେ ଥିଲେ । ସକାଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଲା । ଯେତେବେଳେ ସକାଳ ହେଲା ତବଲା ବଜାଉଥିବା ଲୋକ ନିଦ ଅବସ୍ଥାକୁ ଆସିଲା । ରାଜା ତବଲାବାଲା ଉପରକୁ କାଳେ ରାଗିଯିବେ ବୋଲି ନାଚବାଲି ଗୋଟିଏ ଦୋହା ପଢିଲା –

ବହୁ ବିତି, ଥୋଡି ରହି, ପଲ ପଲ ଗଇ ବିହାଇ

ଏକ ପଲକ କେ କାରନେ ନା କଲଙ୍କ ଲଗ ଜାଇ

ଏହି ଦୋହାକୁ ଶୁଣିବା ମାତ୍ରେ ତବଲା ପୁଣି ବାଜିବାକୁ ଲାଗିଲା । ସମସ୍ତେ ସେଠାରେ ଦୋହାର ଅଲଗା ଅଲଗା ଅର୍ଥ ବାହାର କାଲେ । ପ୍ରଥମେ ରାଜାଙ୍କର ଗୁରୁ ଠିଆ ହୋଇ ତବଲା ବନ୍ଦ କରାଇଲେ ଓ ନାଚବାଲି ପାଖକୁ ଆସି ତା ପାଦ ଧରିଲେ କହିଲେ- ହେ ନର୍ତ୍ତକୀ ତୁ ମୋ ଗୁରୁ ଅଟୁ, ମୁଁ ସାରା ଜୀବନ ଭଗବାନଙ୍କୁ ଭକ୍ତି କରୁଥିଲି, ବୃଦ୍ଧାବସ୍ଥାରେ ଭଗବାନଙ୍କୁ ଛାଡି ଗୀତ ନାଚ ଦେଖିବାକୁ ଚାଲି ଆସିଲି । ତୁ ମୋ ଆଖି ଖୋଲିଦେଲୁ ।

ରାଜାଙ୍କ ଝିଅ କହିଲା ମୁଁ ଜଣେ ସାଧାରଣ ପୁଅକୁ ଭଲ ପାଉଛି ଓ ତା ସହିତ ପଳାଇବାର ଥିଲା, କିନ୍ତୁ ତୁ ଏହି ଦୋହା ଦ୍ଵାରା ମୋତେ ଜଣାଇଦେଲୁ କି ନିଜ ପିତାକୁ କଳଙ୍କିତ କରିବା କଥା ନୁହେଁ । ରାଜାଙ୍କ ପୁଅ ନିଜ ମୁକୁଟ ନାଚବାଲିକୁ ଦେଇ କହିଲେ ମୋ ମନରେ ଏହି ରାଜପାଠର ଲୋଭ ଆସିଥିଲା ଓ ମୁଁ ନିଜ ପିତାଙ୍କର ହତ୍ୟା କରିବାକୁ ଚାହୁଁଥିଲି ।

ଏମିତି ମିଳିଲା ପୁରା ରାଜ୍ୟକୁ ଶିକ୍ଷା

ରାଜକୁମାର ପୁଣି କହିଲେ ତୁ ମୋତେ ଶିଖାଇଲୁ କି କିଛି ସମୟର କଥା ତା ପରେ ଏହି ସବୁ ରାଜପାଠ ମୋର ହେବାର ଅଛି । ପିତାଙ୍କୁ ହତ୍ୟା କରିବା ଭଳି ଅପରାଧ ମୋତେ କରିବାର ଆବଶ୍ୟକତା ନାହିଁ । ରାଜା ସବୁ ଶୁଣି ନିଜ ରାଜମୁକୁଟ ନାଚବାଲିକୁ ଦେଲେ ଓ କହିଲେ ତୁମେ ଏକା ସହିତ ଏତେ ଲୋକଙ୍କୁ ଏତେ ବଡ ଶିକ୍ଷା ଦେଇଛ । ପ୍ରକୃତରେ ରାଜ୍ୟ ଚଳାଇବା ତୁମକୁ ଆସେ ।

ଏତେ ସମ୍ମାନ ମିଳିଲା ପରେ ନାଚବାଲି କହିଲା – ମୋର ଗୋଟିଏ ଦୋହାରେ ଏତେ ଲୋକ ଭଲ ହୋଇଗଲେ , ଆଜିଠାରୁ ମୁଁ ଏହି କାମ ବନ୍ଦ କରି ଭଗବାନଙ୍କର ନାମ ନେବି । ଏହି କାହାଣୀରୁ ସମସ୍ତଙ୍କୁ ଶିକ୍ଷା ମିଳିଲା କି କିଛି ପ୍ରୟାସରେ ଲାଗି ରହିବା ପରେ କିଛି ସମୟ ପାଇଁ ମନ ବେକାବୁ ହେଲେ ମଧ୍ୟ କୌଣସି ଭୁଲ କାମ କରନ୍ତୁ ନାହିଁ ଯାହା ଦ୍ଵାରା ଆପଣଙ୍କର ସବୁ ପରିଶ୍ରମ ବୃଥା ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।