ସିଗାରେଟର ଅଭ୍ୟାସ ଛାଡୁଛନ୍ତି ଭାରତୀୟ, ଏହି ଟିପ୍ସକୁ ଫଲୋ କରି ଆପଣ ବି ପାଇ ପାରିବେ ଏଥିରୁ ମୁକ୍ତି

ବିଶ୍ଵା ସ୍ୱାସ୍ଥ୍ୟ ସଂଗଠନର ତାଜା ରିପୋର୍ଟ ଅନୁସାରେ, ଭାରତ ସମେତ ଦୁନିଆର ଅନ୍ୟ କେତେକ ଦେଶରେ ସିଗାରେଟ ପିଉଥିବା ଲୋକମାନଙ୍କ ସଂଖ୍ୟା ଧୀରେ ଧୀରେ କମ ହେବାକୁ ଲାଗିଛି । ସଂଗଠନର ପ୍ରମୁଖ ଡା. ଟେଡ୍ରୋସଙ୍କ ଅନୁସାରେ, ୱୈଶ୍ୱିକ ସ୍ତରରେ ସିଗାରେଟ ସମେତ ଅନ୍ୟ ତମ୍ବାକୁ ସେବନ କରୁଥିବା ପାଞ୍ଚ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଚାରି ଜଣ ପୁରୁଷ ଅଟନ୍ତି । ବର୍ତ୍ତମାନ ସିଗାରେଟ ପିଉଥିବା ଲୋକମାନଙ୍କର ସଂଖ୍ୟା କମ ହେବାର ଅର୍ଥ ତମ୍ବାଖୁ ବିରୋଧ ଅଭିୟାନ ପୁରୁଷମାନଙ୍କ ଉପରେ ବହୁତ ପ୍ରଭାବ ହେଉଛି ।

ଭଲ କଥା ଏହା ଅଟେ କି ଭାରତରେ ବି ଲୋକମାନେ ସିଗାରେଟର ଖରାପ ପ୍ରଭାବରୁ ନିଜକୁ ଦୂରେଇ ରଖୁଛନ୍ତି ଓ ଏହାକୁ ଛାଡିବାରେ ବି ସଫଳ ହେଉଛନ୍ତି । ଡ।. ଅନୁଶୀଖା ଧନଖଡ଼ଙ୍କ ଅନୁସାରେ, କମ ବୟସରେ ସ୍ମୋକିଙ୍ଗ ଆରମ୍ଭ କରିଥିବା ବ୍ୟକ୍ତିଙ୍କୁ ଏହା ଅଧିକ କ୍ଷତି ପହଞ୍ଚାଇ ଥାଏ ।

ଡା. ଅନୁଶୀଖା ଧନଖଡ଼ଙ୍କ ଅନୁସାରେ ସିଗାରେଟ ପିଇବା ପରେ ମନୁଷ୍ୟକୁ ଶକ୍ତିଶାଳୀ ଅନୁଭବ ହୋଇଥାଏ, କିନ୍ତୁ ବାସ୍ତବରେ ଏହା ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ । ଅଧିକ ସମୟ ସିଗାରେଟର ସେବନ କରିବା ଦ୍ଵାରା କାଶ, ଫୁସଫୁସ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ଥାଏ । ପୁରୁଷମାନଙ୍କର ନପୁସଂକତାକୁ ବି ଏହା ବଢାଇ ଦିଏ । ସଠିକ ସମୟ ମଧ୍ୟରେ ଏହାକୁ କନ୍ଟ୍ରୋଲ କରା ନ ଗଲେ ସ୍ମୋକିଙ୍ଗ ମୃତ୍ୟୁର କାରଣ ବି ହୋଇପାରେ ।

ସିଗାରେଟ ଅଭ୍ୟାସ ର ଲକ୍ଷଣ

ସ୍ମୋକିଙ୍ଗ କରୁଥିବା ଲୋକମାନେ ଏହା ମାନିବାକୁ ପ୍ରସ୍ତୁତ ନାହାଁନ୍ତି କି ତାଙ୍କୁ ଖରାପ ଅଭ୍ୟାସ ଲାଗିଛି । ନିମ୍ନ ଲକ୍ଷଣ ଗୁଡିକ ନଜର ଆସିଲେ ନିଜ ଉପରେ କନ୍ଟ୍ରୋଲ କରିବାକୁ ପଡିବ, ଯଦି ନିଜେ କରି ପାରୁ ନାହାଁନ୍ତି ତେବେ ଚିକିତ୍ସାର ସାହାର ବି ନେଇ ପାରିବେ ।

କାମରେ ମନ ନ ଲାଗିବା

ମୁଣ୍ଡ ବ୍ୟଥା ସବୁବେଳେ ହେବା

ଅଳ୍ପ ଅଳ୍ପ ସମୟ ମଧ୍ୟରେ ମନ ଅଧୈର୍ଯ୍ୟ ହେବା

ଭୋକ ଓ ଓଜନ ବଢିବା

ନିଦ ନ ଆସିବା

ଅଚାନକ ରାଗି ଯିବା

ବିନା କୌଣସି କାରଣରେ ନିଜକୁ ଦୁଃଖୀ ଅନୁଭବ କରିବା

ନିଶ୍ଵାସ ନେବାରେ ଅସୁବିଧା ହେବା କିମ୍ବା ଜଲ୍ଦି ନେବା

ବିନା କାମରେ ଝାଳ ବାହାରିବା

ସିଗାରେଟର ଅଭ୍ୟାସରୁ ଏମିତି ପାଆନ୍ତୁ ମୁକ୍ତି

ନିଉ ଇଂଲଣ୍ଡର ଜର୍ନଲ ଅଫ ମେଡିସିନରେ ଚାପା ଯାଇଥିବା ଥିବା ଏକ ରିପୋର୍ଟ ଅନୁସାର, ନିକୋଟିନ ସାହାର୍ଯ୍ୟରେ ସିଗାରେଟର ଅଭ୍ୟାସକୁ ଧୀରେ ଧୀରେ କମ କରା ଯାଇ ପାରିବ । ଏହା ଛଡା ନିକୋଟିନ ଗମ୍ସ, ସ୍ପ୍ରେ ଓ ଇନହେଲର୍ସ ବି ସହାୟକ ହୋଇଥାଏ ।