ଭୀମଙ୍କ ଶରୀରରେ କାହିଁକି ଥିଲା ୧୦୦୦୦ ହାତୀଙ୍କ ବଳ

ଆପଣମାନଙ୍କ ମଧ୍ୟରେ ସମସ୍ତେ ମହାଭାରତ ନିଶ୍ଚିତ ଦେଖିଥିବେ ତେବେ ଆପଣ ହସ୍ତିନାପୁରଙ୍କ ରାଜା ପାଣ୍ଡୁଙ୍କ ୫ ଜଣ ପୁତ୍ରଙ୍କ ବିଷୟରେ ନିଶ୍ଚିତ ଜାଣିଥିବେ । ଯାହାଙ୍କୁ ପାଣ୍ଡବ କୁହାଯାଏ ଓ ଆପଣ ଏହା ବି ଜାଣିଥିବେ କି ଏହି ୫ ଜଣ ଭାଇ ଧର୍ମ ଅନୁସାରେ ତ ରାଜା ପାଣ୍ଡୁଙ୍କ ପୁତ୍ର ଅଟନ୍ତି । କିନ୍ତୁ ଏହି ସମସ୍ତ ଭାଇ ଅଲଗା ଅଲଗା ଦେବତାଙ୍କ ସନ୍ତାନ ଥିଲେ । ଯେମିତି କି ଯୁଧିଷ୍ଠିର ଭଗବାନ ଧର୍ମରାଜଙ୍କ ପୁତ୍ର ଥିଲେ ।

ଅର୍ଜୁନ ଦେବରାଜ ଇନ୍ଦ୍ରଙ୍କ ପୁତ୍ର ଥିଲେ । ନକୁଲ ସହଦେବଙ୍କ ପିତା ଅଶ୍ଵିନୀ କୁମାର ଥିଲେ । ଏହିଭଳି ପ୍ରକାରରେ ଭୀମ ବାୟୁପୁତ୍ର ଥିଲେ । ଯାହାଙ୍କ ପୁତ୍ର ମହାବଳୀ ହନୁମାନ ବି ଥିଲେ । କହିବାକୁ ଗଲେ ମହାବଳୀ ଭୀମଙ୍କ ବଳଶାଳୀ ହେବାର ପ୍ରମାଣ ତାଙ୍କର ପିଲାଦିନୁ ହିଁ ମିଳିବାର ଲାଗିଥିଲା । କୁହାଯାଏ କି ଯେତେବେଳେ ବାଳକ ଭୀମ ଦୁଇ ତିନି ମାସର ଥିଲେ ତେବେ ଦିନେ ତାଙ୍କର ମାତା ଦେବୀ କୁନ୍ତୀ ଭୀମକୁ ନିଜ କୋଳରେ ନେଇ ଆଶ୍ରମ ବାହାରେ ରାଜା ପାଣ୍ଡୁଙ୍କ ସହିତ ବସିଥିଲେ । ତେବେ ସେହି ସମୟରେ ଅଚାନକ ଏକ ବାଘ ତାଙ୍କ ଆଶ୍ରମ ଭିତରକୁ ଚାଲି ଆସିଲା ।

ଦେବୀ କୁନ୍ତୀ ସେହି ବାଘକୁ ଦେଖି ଏତେ ଡରି ଗଲେ କି ସେ ଦୌଡିବାକୁ ଲାଗିଲେ ଓ ନିଜର ଏହି ଡର ମଧ୍ୟରେ ସେ ଏହା ବି ଭୁଲି ଗଲେ କି ତାଙ୍କ କୋଳରେ ତାଙ୍କର ଶିଶୁ ଅଛି । ଦେବୀ କୁନ୍ତୀଙ୍କ ଏହିଭଳି ଅଚାନକ ଦୌଡିବା ଦ୍ଵାରା ବାଳକ ଭୀମ ମାତାଙ୍କ କୋଳରୁ ବାହାରି ଯାଇ ଏକ ପଥର ଉପରେ ଯାଇ ପଡିଗଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ବାଳକ ଭୀମ ପଥର ଉପରେ ପଡିବା ଦ୍ଵାରା ପଥର ଭାଙ୍ଗି ଗଲା । କିନ୍ତୁ ଭୀମଙ୍କୁ ଅଳ୍ପ ହେଲେ ବି ଆଘାତ ଲାଗି ନ ଥିଲା । ଏହାକୁ ଦେଖି ରାଜା ପାଣ୍ଡୁ ଓ ଦେବୀ କୁନ୍ତୀ ବି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ପାଣ୍ଡୁଙ୍କ ମୃତ୍ୟୁ ପରେ ତାଙ୍କର ଶାସନ ତାଙ୍କର ଭାଇ ଧୃତରାଷ୍ଟ୍ରଙ୍କ ହାତକୁ ଚାଲି ଯାଇ ଥିଲେ । ହସ୍ତିନାପୁରରେ ପାଣ୍ଡବ ଓ କୌରବ ସମସ୍ତେ ଏକା ସହିତ ହିଁ ଖେଳୁ ଥିଲେ । କିନ୍ତୁ ଭୀମ ଖେଳ ଖେଳରେ ସବୁ କୌରବ ଭାଇମାନଙ୍କୁ ବହୁତ ମାରୁଥିଲେ । ଯେଉଁ କାରଣରୁ ସବୁ କୌରବ ଭାଇ ଭୀମ ଉପରେ ରାଗି ଯାଉ ଥିଲେ ।

ସେଥିପାଇଁ ଦିନେ ଦୁର୍ଜ୍ୟାଧନ ଭୀମଙ୍କ ଖାଦ୍ୟରେ ବିଷ ମିଶ୍ରିତ କରିଦେଲେ ଯେତେବେଳେ ସମସ୍ତେ ଗଙ୍ଗା ନଦୀ ନିକଟରେ ଜଳ ବିହାର କରିବାକୁ ଯାଇ ଥିଲେ ଓ ଯେତେବେଳେ ଭୀମ ବିଷର ସେବନ କରିବା ଦ୍ଵାରା ଅଚେତ ପଡିଗଲେ ତେବେ ଦୁର୍ଜ୍ୟଧନ ବେହୋସ ଭୀମକୁ ବାନ୍ଧି ଗଙ୍ଗା ନଦୀରେ ଛାଡି ଦେଇ ଥିଲେ । ଏହା ପରେ ଯେତେବେଳେ ଭୀମ ସେହି ବେହୋସ ଅବସ୍ଥାରେ ହିଁ ନାଗ ଲୋକରେ ପହଞ୍ଚିଗଲେ ତେବେ ସେଠିକାର ନାଗମାନେ ତାଙ୍କୁ ମାରିବା ପାଇଁ ତାଙ୍କୁ ଚୋଟ ମାରିବାକୁ ଲାଗିଲେ ।

ନାଗମାନଙ୍କ ଏହିଭଳି ଭାବରେ ଚୋଟ ମାରିବା ଦ୍ଵାରା ନାଗଙ୍କ ବିଷ ଦ୍ଵାରା ଭୀମଙ୍କ ଶରୀରରେ ଥିବା ବିଷ କାଟି ଗଲା ଓ ତାଙ୍କୁ ହୋସ ଆସିଗଲା । ଏହା ପରେ ଭୀମଙ୍କ ନଜର ଯେତେବେଳେ ତାଙ୍କ ପାଖରେ ଥିବା ନାଗ ସାପ ଉପରେ ପଡିଲା ତେବେ ସେ ସେହି ନାଗକୁ ଧରି ମାରିବା ଆରମ୍ଭ କରିଦେଲେ । କିଛି ନାଗଙ୍କ ମୃତ୍ୟୁ ପରେ ଅନ୍ୟ କେତେକ ନାଗ ଡରିଗଲେ ଓ ସେ ପଳାୟନ କରିଲେ ଓ ସେମାନେ ଯାଇ ନାଗରାଜ ବାସୁକୀଙ୍କୁ ସମସ୍ତ କଥା କହିଲେ ।

ଏହା ପରେ ନାଗରାଜ ବାସୁକି ନିଜର ସାଥିଙ୍କ ସହିତ ଭୀମଙ୍କ ପାଖକୁ ଆସିଲେ । ଏହି ସମୟରେ ନାଗରାଜଙ୍କ ଜଣେ ସାଥି ଆର୍ୟକ ଭୀମକୁ ଚିହ୍ନି ନେଲେ । କାରଣ ସେ ଆର୍ୟକଙ୍କନାଗ ଭୀମଙ୍କ ଅଜାଙ୍କ ଅଜା ଥିଲେ । ତେବେ ନାଗ ଆର୍ୟକ ନାଗରାଜଙ୍କୁ ନିବେଦନ କରି ନାଗଲୋକଙ୍କ ସେହି କୁଣ୍ଡର ରସ ଭୀମକୁ ପାନ କରିବାକୁ ଦେଲେ ଯାହାକୁ ସେବନ କରିବା ଦ୍ଵାରା ହଜାର ହାତିଙ୍କ ବଳ ଭୀମଙ୍କୁ ପ୍ରାପ୍ତ ହୋଇଗଲା । ଏହି ପ୍ରକାରରେ ହିଁ ମହାବଳୀ ଭୀମଙ୍କୁ ୧୦ ହଜାର ହାତୀ ବଳ ପ୍ରାପ୍ତ ହୋଇ ଯାଇ ଥିଲା । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।