ଭିକାରିର ମୁର୍ତ୍ୟୁପରେ ତା’ର ଝୁମ୍ପୁଡିରୁ ମିଳିଲା ଏତେ ଟଙ୍କା କି ଗଣି ଗଣି ପୁଲିସର ବାହାରିଗଲା ଝାଳ, ଦେଖନ୍ତୁ

ହାର୍ବର ରେଲୱେ ରାସ୍ତାରେ ଗୋୱଂଡୀ ଷ୍ଟେସନରେ ଶୁକ୍ରବାର ରାତିରେ ରେଲୱେ ଟ୍ରାକ ପାର କରିବା ସମୟରେ ଗୋଟିଏ ଭିକାରିର ମୁର୍ତ୍ୟୁ ହୋଇଗଲା । ସେ ଗୋୱଂଡୀ ଷ୍ଟେସନରେ ହିଁ ଭିକ ମାଗୁଥିଲା । ଏହା ପରେ ପୋଲିସ ସୋମବାର ଦିନ ତା’ର ଝୁମ୍ପୁଡିଘରେ ଖୋଜିବା ସମୟରେ ପାଖାପାଖି ୧.୫ଲକ୍ଷ ଟଙ୍କାର ରେଜା ଭର୍ତି ହୋଇଥିବା ବହୁତ ବସ୍ତା ମିଳିଲା । ଏହା ସହିତ ବ୍ୟାଙ୍କରେ ଥିବା ୮.୭୭ ଲକ୍ଷ ଟଙ୍କାର ଏଫଡ଼ିର କାଗଜପତ୍ର ବି ମିଳିଲା ।

ହାର୍ବର ରେଲୱେ ମାର୍ଗର ଗୋୱଂଡୀ ଷ୍ଟେସନରେ ଭିକ ମାଗୁଥିବା ବୀରାବୀଚନ୍ଦ ଆଝାଦ (୭୦) ଗୋୱଂଡୀ ରେଲୱେ ଷ୍ଟେସନ ପାଖରେ ଥିବା ନଳାକୁ ଲାଗି ଥିବା ଗୋଟିଏ ଝୁମ୍ପୁଡିରେ ରହୁଥିଲା । ଶୁକ୍ରବାର ଦିନ ବିଳମ୍ବ ରାତିରେ ରେଲୱେ ଟ୍ରାକ ପାର କରୁଥିବା ସମୟରେ ସେ ଆହତ ହୋଇଗଲା । ଏହା ପରେ ତାକୁ ତୁରନ୍ତ ଘାଟକୋପର ର ରାଜୱାଡ଼ୀ ହସ୍ପିଟାଲରେ ଭର୍ତି କରାଗଲା । କିନ୍ତୁ ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷିତ କରି ଦେଲେ ।

ରେଲୱେ ପୋଲିସ ତା’ର ଶବକୁ ତା’ର ପରିବାର ଲୋକମାନଙ୍କୁ ଦେବା ପାଇଁ ତା’ର ସମ୍ପର୍କୀୟମାନଙ୍କୁ ଖୋଜିବାକୁ ଲାଗିଲେ । କିନ୍ତୁ ତାହାର ସମ୍ପର୍କୀୟମାନଙ୍କ ବିଷୟରେ ତ ଜଣା ପଡିଲା ନାହିଁ କିନ୍ତୁ ସେହି ସମୟରେ ରେଲୱେ ପୋଲିସକୁ ରେଲୱେ ଷ୍ଟେସନ ପାଖରେ ଥିବା ତା’ର ଝୁମ୍ପୁଡି ଘର ବିଷୟରେ ଜଣା ପଡିଲା ।

ଏହା ପରେ ପୋଲିସ ଟିମ ଯେତେବେଳେ ତା’ର ଝୁମ୍ପୁଡି ଘରକୁ ଖୋଜିବାକୁ ଲାଗିଲେ ତେବେ ରେଜା ଭର୍ତି ହୋଇଥିବା ବହୁତ ଗୁଡିଏ ବସ୍ତା ପୋଲିସ ଟିମକୁ ମିଳିଲା । ଗଣିବା ପରେ ଜଣା ପଡିଲା କି ପାଖାପାଖି ୧.୫ ଲକ୍ଷ ଟଙ୍କାର ରେଜା ସେହି ଝୁମ୍ପୁଡି ଘରେ ଥିଲା । ଏହା ସହିତ ୮.୭୭ ଲକ୍ଷ ଟଙ୍କାର ବ୍ୟାଙ୍କ ଏଫଡ଼ିର କାଗଜପତ୍ର ବି ମିଳିଲା । ବର୍ତ୍ତମାନ ପୋଲିସ ତା’ର ଘର ଲୋକମାନଙ୍କୁ ଖୋଜୁଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।