ଭିକ ମାଗୁଥିବା ଥିବା ପିଲାଟିକୁ କରିନା କଲେ ଇଗ୍ନୋର, ୟୁଜର୍ସ ଏମିତି ଦେଲେ ଶିକ୍ଷା

୨୫ ଡିସେମ୍ବର ଅର୍ଥାତ ଖ୍ରୀଷ୍ଟମାସ ଦିନଟି ବହୁତ ଆନନ୍ଦର ସହ ଲୋକମାନେ ପାଳନ କରିଲେ । ଲୋକମାନଙ୍କ ସହ ବଲିଉଡ୍ ର ଷ୍ଟାରମାନେ ମଧ୍ୟ ଏହି ପର୍ବକୁ ବହୁତ ଆନନ୍ଦର ସହ ପାଳିଥିଲେ । ଏହି ସମ୍ବନ୍ଧରେ କରିନା କପୁର ଖାନଙ୍କର ଏକ ଭିଡିଓ ସାମ୍ନାକୁ ଆସୁଛି, ଏହି ଭିଡିଓଟି ଭାଇରାଲ ହେବାକୁ ଲାଗିଛି ଓ କରିନାଙ୍କର କିଛି ଫ୍ୟାନ୍ସମାନେ ଏହି ଭିଡିଓଟିକୁ ପସନ୍ଦ କରୁନାହାଁନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କଣ ଅଛି ସେହି ଭିଡିଓରେ ଯାହା ଦ୍ଵାରା ତାଙ୍କର ଫ୍ୟାନ୍ସ ଏହାକୁ ପସନ୍ଦ କରୁନାହାନ୍ତି ।

ଖ୍ରୀଷ୍ଟମାସର ଏହି ସ୍ପେଶାଲ ଦିନରେ କରିନା ନିଜର ପୁଅ ତୟିମୁର ଖାନ ସହ ବମ୍ବେର ମାଉଣ୍ଟ ମେରି ଚର୍ଚ୍ଚକୁ ଯାଇଥିଲେ । ଚର୍ଚ୍ଚରୁ ଫେରିବା ସମୟରେ ଗୋଟିଏ ଭିକ ମାଗୁଥିବା ପିଲାଟିଏ କରିନାଙ୍କ ଗୋଡକୁ ଧରିନେଇଥିଲା ।କିନ୍ତୁ  କରିନା ସେହି ପିଲାଟିକୁ ଇଗ୍ନୋର କରି ନିଜ ପୁଅ ସହ ଚାଲି ଯାଇଥିଲେ ।

 

View this post on Instagram

 

#kareenakapoorkhan with son #taimuralikhan snapped at #mountmarrychurch in bandra today #virabhayani @viralbhayani

A post shared by Viral Bhayani (@viralbhayani) on

ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହୋଇ ଚାଲିଛି । ଏହା ଏକ ଚର୍ଚାର ବିଷୟ ହୋଇଛି । କରିନାଙ୍କର ଏକ ଗରିବ ଭିକାରି ପିଲା ପ୍ରତି ଏହି ବ୍ୟବହାରକୁ ଲୋକମାନେ ପସନ୍ଦ କରୁନାହାଁନ୍ତି । କେତେକ ଲୋକଙ୍କ ମତରେ କରିନାଙ୍କୁ ସେହି ପିଲାକୁ ସାହାର୍ଯ୍ୟ କରିବା ଦରକାର ଥିଲା ବୋଲି କହିଛନ୍ତି ।

ଏହି ଭିଡିଓ ପାଇଁ କିଛି ଲୋକ କରିନାଙ୍କୁ ଟ୍ରୋଲ କରୁଛନ୍ତି । ସୋସିଆଲ ମିଡିଆରେ ଏକ ଟ୍ରୋଲର ଲେଖିଲେ କି ଏତେ ବଡ ଘରର ମହିଳା ହୋଇ ମଧ୍ୟ ଗୋଟିଏ ଭିକ ମାଗୁଥିବା ପିଲାକୁ ସାହାର୍ଯ୍ୟ କରିପାରୁନ । ଏହି ପରି କେତେକ ଟ୍ରୋଲର ବହୁତ ପ୍ରକାରରେ ଟ୍ରୋଲ କରୁଛନ୍ତି ।