ଭୟଙ୍କର ରୁ ଭୟଙ୍କର ଥଣ୍ଡା କେବଳ 1 ଦିନରେ ଭଲ ହେବ, କରି ଦେଖନ୍ତୁ ଏହି ସହଜ ଘରୋଇ ଉପଚାର (Health Tips)

ନମସ୍କାର ବନ୍ଧୁଗଣ, ଥଣ୍ଡା ଏକ ସାଧାରଣ ରୋଗ ହେଲେ ମଧ୍ୟ ଏକ ଚିନ୍ତାର କରଣ ଅଟେ । ସବୁବେଳେ ଦେହରେ ଥଣ୍ଡା ରହିବା ଏବଂ ବହୁତ ଜୋରେ ଥଣ୍ଡା ଧରିବା ସମସ୍ୟା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହ ଶରୀରକୁ ଦୁର୍ବଳ ଅନୁଭବ କରାଇଥାଏ । ଯାହାଫଳରେ କୌଣସି କାମରେ ମନ ଲାଗିନଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏପରି ଏକ ଉପାୟ ସମ୍ପର୍କରେ ଯାହାଦ୍ଵାରା ଆପଣଙ୍କୁ ହୋଇଥିବା ଭୟଙ୍କର ଥଣ୍ଡା ମଧ୍ୟ ଗୋଟିଏ ଦିନରେ ଭଲ ହେବ ।

ଆପଣଙ୍କୁ ଏହି ଉପାୟଟି ତିଆରି କରିବା ପାଇଁ ପ୍ରଥମେ ଆବଶ୍ୟକ ପଡିବ ତୁଲସୀ ପତ୍ର ଯାହା ସମସ୍ତଙ୍କ ବାଡିରେ ସହଜରେ ମିଳିଯାଇଥାଏ । ଆପଣ ପ୍ରଥମେ କିଛି ତୁଲସୀ ପତ୍ର ନେଇ ତାହାକୁ ଭଲ ଭାବରେ ପରିଷ୍କାର କରି ଧୋଇ ଦିଅନ୍ତୁ । ଏହାପରେ ଆପଣ ସେହି ତୁଲସୀ ପତ୍ରକୁ ଭଲ ଭାବରେ ବାଟି ଦିଅନ୍ତୁ । ବାଟି ସାରିବା ପରେ ଆପଣ ତାହାକୁ ଭଲ ଭାବରେ ଚିପୁଡି ରସ ବାହାର କରନ୍ତୁ ।

ଧ୍ୟାନ ରଖିବେ ତୁଲସୀ ପତ୍ରର ରସକୁ ବନାଇବା ପାଇଁ ପାଣିର ପ୍ରୟୋଗ ବିଲକୁଲ ମଧ୍ୟ କରିବେ ନାହିଁ ।ଏବେ ଆପଣ ଏକ ଚାମଚ ତୁଲସୀ ରସ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ଅଦା ରସ ମିଶାନ୍ତୁ । ଏହାପରେ ଆପଣ ଏଥିରେ ଏକ ଚାମଚ ମହୁ ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଆପଣଙ୍କୁ ଏହିପରି ଭାବରେ ଦୁଇଥର ଏହା ପ୍ରସ୍ତୁତ କରି ସେବନ କରିବା ଆବଶ୍ୟକ ।

ସକାଳେ ଥରେ ଏହାର ସେବନ କରନ୍ତୁ ଏବଂ ସନ୍ଧ୍ୟାରେ ପୁଣି ଥରେ ଏହାର ସେବନ କରନ୍ତୁ । ଏହି ଘରୋଇ ଆୟୁର୍ବେଦିକ ଉପାୟ ଦ୍ଵାରା ଆପଣଙ୍କ ଥଣ୍ଡା ସମ୍ପୂର୍ଣ ଭଲ ହେବ । ଏବେ ଆସନ୍ତୁ ଜାଣିବା ଦିତୀୟ ଉପାୟ ସମ୍ପର୍କରେ । ଆପଣ ଏକ ପାତ୍ର ଗ୍ୟାସରେ ବସାଇ ଚାରି କପ ପାଣି ଢାଳନ୍ତୁ । ଆପଣ ଏକ ଇଞ୍ଚ ଲମ୍ବର ଏକ ଅଦା ତଥା ଦଶ ଗ୍ରାମ ଅଦା  ନିଅନ୍ତୁ ।

ସେହି ଅଦାକୁ ପାଣିରେ ପକାଇ ଦିଅନ୍ତୁ । ଏବେ ଆପଣ ସେହି ପାଣିରେ ଦଶ ଗ୍ରାମ ମିଶ୍ରି ମିଶାନ୍ତୁ । ଆପଣ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ଫୁଟାନ୍ତୁ । ଆପଣ ନେଇଥିବା ଚାରିକପ ପାଣି ଫୁଟି ଫୁଟି ଏକ କପ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ ।  ଫୁଟି ସାରିବା ପରେ ଆପଣ ଏହାକୁ ଏକ କପରେ ଛାଣି ନିଅନ୍ତୁ ।

ଆପଣଙ୍କୁ ଏହାକୁ ଗରମ ଥିବା ଅବସ୍ତାରେ ଚା ଭଳି ସେବନ କରିବାକୁ ପଡିବ ଦିନକୁ ତିନି ଥର । ଦିନକୁ ତିନି ଥର ଆପଣ ଏହାକୁ ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଆପଣଙ୍କ ଥଣ୍ଡା ସମ୍ପୂର୍ଣ ଛାଡିଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।