ନମସ୍କାର ବନ୍ଧୁଗଣ । ଚଳିତ ବିଶ୍ଵକପରେ ବିରାଟ କୋହଲି। ରୋହିତ ଶର୍ମା ଓ ମହମଦ ସାମୀ ଦମଦାର ଫର୍ମ ରେ ରହିଛନ୍ତି । ଭାରତକୁ ଫାଇନାଲ ରେ ପହଞ୍ଚିବା ପଛରେ ଏହି 3 ଜଣଙ୍କର ବଡ ଅବଦାନ ରହିଛି । କିନ୍ତୁ ପୂର୍ବତନ ବିଶ୍ଵକପ ବିଜେତା ଖେଳାଳୀ ଗୌତମ ଗମ୍ଭୀର ଙ୍କ ନଜରରେ ରୋହିତ, ସାମୀ କି କୋହଲି ନୁହନ୍ତି ବରଂ ଭାରତ ପାଇଁ ବଡ ଗେମ ଚେଞ୍ଜର ହେଉଛନ୍ତି 28 ବର୍ଷର ଖେଳାଳୀ ଶ୍ରେୟସ ଆୟର ।
ଖାସ କରି ମଧ୍ୟ କ୍ରମ ବ୍ୟାଟର ଭାବେ ଆୟର ଏବେ ଜବରଦସ୍ତ ଫର୍ମ ରେ ଥିବା ବେଳେ ବିଶ୍ଵକପରେ ଭଲ ପ୍ରଦର୍ଶନ କରୁଛନ୍ତି । ଚଳିତ ବିଶ୍ଵକପରେ ଶ୍ରେୟସ ଏବେ ସୁଧା 10ଟି ମ୍ୟାଚ ଖେଳି 526 ରନ କରିଛନ୍ତି । ଜେଉନଥିଉରେ 2ଟି ଶତକ ଓ 3ଟି ଅର୍ଦ୍ଧ ଶତକ ରହିଛି । ଚତୁର୍ଥ ଭାରତୀୟ ଭାବେ ବିଶ୍ଵକପର ନିର୍ଦ୍ଦିଷ୍ଟ ସଂସ୍କରଣ ରେ 500ରୁ ଅଧିକ ରନ ତାଲିକାରେ ସାମିଲ ହୋଇଛନ୍ତି ଶ୍ରେୟସ ।
ବିଶ୍ଵକପ ପୂର୍ବରୁ ଆହତ ହୋଇ 6 ମାସରୁ ଅଧିକ ସମୟ ଯାଏଁ କ୍ରିକେଟ ଖେଳି ନ ଥିଲେ ଶ୍ରେୟସ । ଏସିଆ କପ ରେ ଏଣ୍ଟ୍ରି କରି ଭାରତୀୟ ଟିମ ରେ ନିଜର ସ୍ଥାନ ପକ୍କା କରିଥିଲେ ଆୟାର । ଏବେ ବିଶ୍ଵକପର ସେମି ଫାଇନାଲ ମ୍ଯାଚରେ 70 ବଲ ରେ 100 ରନ କରି ନିଜକୁ ପ୍ରମାଣିତ କରିଛନ୍ତି ଶ୍ରେୟସ । ବିଶ୍ଵକପ ଫାଇନାଲ ରେ ମଧ୍ୟ ମ୍ୟାକ୍ସୱେଲ ଓ ଜମ୍ପା ଙ୍କ ବିପକ୍ଷରେ ଭାରତର ସବୁଠୁ ବଡ ଅସ୍ତ୍ର ଭାବେ ଉଭା ହେବେ ଶ୍ରେୟସ ଆୟର ।
ଗମ୍ଭୀର ଶ୍ରେୟସ ଙ୍କୁ ପ୍ରଶଂସା କରିଛନ୍ତି ଓ ଅନ୍ୟ ପରେ ଭାରତୀୟ ବୋଲୋରଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ” ବ୍ୟାଟ ଖାଲି ବଡ ସ୍କୋର କରିଥାନ୍ତି । ଓ ଦଳକୁ ସୁବିଧା ଜଣକ ସ୍ଥିତିରେ ପହଞ୍ଚିଆଥାନ୍ତି । କିନ୍ତୁ ବୋଲୋର ଦଳକୁ ଚାମ୍ପିୟାନ କରାଇଥାନ୍ତି । ଏଣୁ ବିଶ୍ଵକପ ବିଜୟ ପଛରେ ବୋଲୋରଙ୍କର ସବୁଠୁ ବଡ ଭୂମିକା ରହିବ । ସାମୀ ଚୁଡାନ୍ତ ଏକାଦଶରେ ସାମିଲ ହେବା ପରେ ଭାରତୀୟ ଟିମ ଅଧିକ ଶକ୍ତିଶାଳୀ ହୋଇଛି ।
ସାମୀଙ୍କ ବ୍ଯତୀତ ବୁମରା ଓ ସିରାଜ ଭାରତ ପାଇଁ କୌଣସି ମୁହୁର୍ତ୍ତରେ ମ୍ଯାଚର ମୋଡ ବଦଳାଇବାର ଦକ୍ଷତା ରଖିଛନ୍ତି । ଅହମଦାବାଦ ରେ ହେବାକୁ ଥିବା ଫାଇନାଲ ମୁକାବିଲା ଟିମର ପ୍ରତିଟି ସଦସ୍ୟଙ୍କ ପାଇଁ ଜରୁରୀ । କାରଣ ନିଜ ଦେଶରେ ବିଶ୍ଵକପ ଖେଳିବାର ସୁଯୋଗ ବହୁତ କମ ମିଳିଥାଏ । ଏବେ ଯାଏଁ ଭାରତ ଦଳ ଯେଉଁ ଫର୍ମରେ ରହିଛି ସେହିଭଳି ଫାଇନାଲରେ ମଧ୍ୟ ପ୍ରଦର୍ଶନ ଦେଖାଇବାକୁ ହେବ ।
ଫାଇନାଲରେ ଗୋଟେ ଟିମ ଜିତିବ । ହେଲେ ଏବେ ସୁଧା ଭାରତ ଯେଉଁ ପ୍ରଦର୍ଶନ କରି ଆସିଛି ସେ ଦ୍ରୁଷ୍ଟିଋ ମୋ ନଜରରେ ରୋହିତ ବାହିନୀ ଚାମ୍ପିୟାନ ବୋଲି କହିଛନ୍ତି ଗୌତମ ଗମ୍ଭୀର” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।