ଭାରତୀୟ କ୍ରିକେଟ ଟିମର ଏହି ଦମଦାର ଖେଳାଳିକୁ ମିଳିଲା ଆଇସଲ୍ୟାଣ୍ଡର ନାଗରିକତା ଅଫର, କହିଲେ – ଆପଣଙ୍କୁ ଆମେ ବହୁତ ପସନ୍ଦ କରୁ

ବର୍ତ୍ତମାନ ସମୟରେ କିଛି ବି ହୋଇ ପାରେ । ଭାରତରର କେତେକ ପପୁଲାର ବ୍ୟକ୍ତିଙ୍କୁ ଅନ୍ୟ ଦେଶରୁ ନାଗରିକତାର ଅଫର ମିଳିଥାଏ । ଗତ କିଛି ଦିନ ତଳେ ଅକ୍ଷୟ କୁମାରଙ୍କୁ ବି କାନାଡାର ନାଗରିକତାର ଅଫର ମିଳିଥିଲା । କିନ୍ତୁ ଅକ୍ଷୟ ଏହା କହି ମନା କରିଦେଲେ କି ସେ ନିଜ ଦେଶର ନାଗରିକତା ଠାରୁ ବହୁତ ଖୁସିରେ ଅଛନ୍ତି ଓ ସେ ଏହି ଅଫରକୁ ସମ୍ମାନ କରୁଛନ୍ତି । ବର୍ତ୍ତମାନ ଏମିତି ହିଁ କିଛି ଏକ କ୍ରିକେଟ ଖେଳାଳି ସହ ହୋଇଛି । ଭାରତୀୟ କ୍ରିକେଟ ଟିମର ଏହି ଦମଦାର ଖେଳାଳିକୁ ମିଳିଲା ଆଇସଲ୍ୟାଣ୍ଡରୁ ନାଗରିକତା ର ଅଫର, ଜାଣନ୍ତୁ କିଏ ଅଟନ୍ତି ଏହି ଖେଳାଳି ?

ଏହି ଦମଦାର ଖେଳାଳିକୁ ମିଳିଲା ଆଇସଲ୍ୟାଣ୍ଡର ନାଗରିକତାର ଅଫର

ବିଶ୍ଵ କପରେ ଅମ୍ବାତି ରାୟୁଡୂ ଜାଗାରେ ବିଜୟ ଶଙ୍କରଙ୍କୁ ବଛା ଗଲା ଓ ଏହା ଉପରେ ଅମ୍ବାତି ରାୟୁଡୂଙ୍କର ଫ୍ୟାନମାନେ ବହୁତ ଉତ୍ତେଜନା କରିଥିଲେ । ସେହି ସମୟରେ ଚୟନକର୍ତ୍ତାମାନେ ବିଜୟ ଶଙ୍କରଙ୍କୁ 3D ପ୍ଲେୟାର କହି ଟିମରେ ସାମିଲ କରିଥଲେ । କିନ୍ତୁ ବର୍ତ୍ତମାନ ବିଜୟ ଶଙ୍କର ବି ଆହତ କାରଣରୁ ୱାର୍ଲ୍ଡକପରୁ ବାହାରି ଯାଇଛନ୍ତି । ବିଜୟ ଶଙ୍କରଙ୍କର ବାହାରିବା ପରେ ବର୍ତ୍ତମାନ ଆଶା କରାଯାଉଥିଲା କି ବର୍ତ୍ତମାନ ଅମ୍ବାତି ରାୟୁଡୂଙ୍କୁ ଇଂଲଣ୍ଡ ଡକାଯିବ, କିନ୍ତୁ ଏମିତି କିଛି ହେଲା ନାହିଁ ।

ଏହା ମଧ୍ୟରେ ଆଇସଲ୍ୟାଣ୍ଡର କ୍ରିକେଟ ବୋର୍ଡ ତାଙ୍କୁ ତାଙ୍କ ଦେଶର ନାଗରିକତା ଆପଣାଇ କ୍ରିକେଟ ଟିମରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି । ଆଇସଲ୍ୟାଣ୍ଡ କ୍ରିକେଟ ବୋର୍ଡ ନିଜର ଅଫିଶିୟଲ ଟ୍ୱିଟର ହୈଂଡଲରେ ଏହି ପୋସ୍ଟ କରିଛନ୍ତି । ଏହା ସହିତ ଟ୍ୱିଟର ହୈଂଡଲରେ ନାଗରିକତାର ନେବାର ନିୟମ ଓ ଲାଭ ବିଷୟରେ ବି କହିଛନ୍ତି । କିନ୍ତୁ ଏହା ସ୍ପଷ୍ଟ ହୋଇ ନାହିଁ କି ଆଇସଲ୍ୟାଣ୍ଡର ବୋର୍ଡ ଏହାକୁ ବହୁତ ଗମ୍ଭୀରତାର ସହ ଟ୍ୱିଟ କରିଛନ୍ତି ନା ନାହିଁ । କାରଣ ସେ ମଜାଦାର କମେନ୍ଟ କରିବାରେ ସବୁବେଳେ ଦେଖା ଯାଆନ୍ତି ।

ଦେଖନ୍ତୁ ଟ୍ୱିଟ –

ଦୁଇ ଖେଳାଳି ଆଘାତ ଦ୍ଵାରା ବାହାର ହେବା ପରେ ବି ଟିମରେ ମିଳି ପାରିଲା ତାଙ୍କୁ ଜାଗା

ଯେତେବେକେ ଶିଖର ଧବନଙ୍କୁ ଆଘାତ ଲାଗିଲା ତେବେ ବି ଋଷଭ ପଂତଙ୍କୁ ଟିମରେ ଜାଗା ମିଳିଲା । ଏହା ପରେ ଯେତେବେଳେ ବିଜୟ ଶଙ୍କରଙ୍କୁ ଆଘାତ କାରଣରୁ ବାହାର କରାଗଲା ସେତେବେଳେ ବି ଲାଗୁଥିଲା କି ଅମ୍ବାତି ରାୟୁଡୂଙ୍କୁ ଚାନ୍ସ ମିଳିବ । କିନ୍ତୁ ସେତେବେଳେ ବି ତାଙ୍କୁ ଚାନ୍ସ ନ ଦିଆ ଯାଇ ମୟାଙ୍କ ଅଗ୍ରୱାଲଙ୍କୁ ଚାନ୍ସ ଦିଆଗଲା । ମୟାଙ୍କ ଅଗ୍ରୱାଲ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ୱାଣ୍ଡେ ମ୍ୟାଚ ଖେଳି ନାହାନ୍ତି ଓ ୱାର୍ଲ୍ଡକପ ପୂର୍ବରୁ ବିଜୟ ଶଙ୍କର ମାତ୍ର ୪ – ୫ ଟି ୱାଣ୍ଡେ ଖେଳିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।