ପୁଣି ଥରେ ଭାରତୀୟ ଯବାନ ବାଜି ଲଗାଇଲେ ନିଜ ଜୀବନ, ବରଫରେ ଫସି ରହିଥିବା କାଶ୍ମୀର ଯୁବକଙ୍କୁ ଏମିତି ବଞ୍ଚେଇଲେ

ଭାରତୀୟ ଯବାନ ମାନଙ୍କର କାହାଣୀ ଆପଣମାନେ ଶୁଣିଥିବେ । ଦେଶକୁ ରକ୍ଷା କରିବାରେ ମୁଖ୍ୟ ଭୂମିକା ଦେଶର ଯବାନ ମାନେ ନେଇଥାନ୍ତି । ଦେଶବାସୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ଅଟେ । ଯବାନମାନେ ମଧ୍ୟ ନିଜ ଜୀବନର ବାଜି ଲଗାଇ ଦେଶର ସୁରକ୍ଷା କରନ୍ତି । ଯବାନ ମାନେ ଠିକ ରୂପେ ନିଜ କାର୍ଯ୍ୟ କରୁଥିବାରୁ, ଦେଶର ଲୋକମାନେ ସୁଖ ଶାନ୍ତିରେ ଜୀବନ ଅତିବାହିତ କରୁଛନ୍ତି । ଦେଶର ଯବାନମାନେ ଦେଶକୁ ବିଭିନ୍ନ ଆତଙ୍କିୟ ଆକ୍ରମଣରୁ ରକ୍ଷା କରିଥାନ୍ତି । ଦେଶର ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ଯବାନ ମାନେ ସୁରକ୍ଷା ପ୍ରଦାନ କରିଥାନ୍ତି ।

ବର୍ତ୍ତମାନ ସମୟରେ କାଶ୍ମୀରରେ ଯେଉଁ ବରଫପାତ ହେଉଛି, ସେହି ସମ୍ପର୍କରେ ଆପଣମାନେ ସମସ୍ତେ ଜାଣିଥିବେ । ସେହି ବିପତ୍ତିରୁ କାଶ୍ମୀର ଲୋକଙ୍କୁ ରକ୍ଷା କରିବା ପାଇଁ ଭାରତୀୟ ସେନା ସେଠାରେ ଉପସ୍ଥିତ ରହି ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । କାଶ୍ମୀରରେ ଜଣେ ଯୁବକ ବରଫ ତଳେ ଦବି ଯାଇଥିଲେ ।

ଲୋକମାନେ ତାଙ୍କୁ ବଞ୍ଚେଇବାରେ ଅସଫଳ ହୋଇଥିଲେ । ଦେଶର ଯବାନ ସେହି ସମୟରେ ସେହି ଜାଗାରେ ଫହଁଞ୍ଚି ସେହି ଯୁବକଟିକୁ ଉଦ୍ଧାର କରିଥିଲେ ।

ଭାରତୀୟ ଯବାନ ପୁଣି ନିଜ ଜୀବନକୁ ବାଜି ଲଗାଇଲେ

ଡିସେମ୍ବରରୁ ଫେବୁୟାରୀ ମାସ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ତାପମାତ୍ରା ଜିରୋ ଡିଗ୍ରୀରୁ କମ ରହିଥାଏ । ଏତେ କମ ତାପମାତ୍ରାରେ ଦେଶର ଯବାନମାନେ ସେଠାରେ ରହି ଲୋକ ମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି । ସେହି ପରିସ୍ଥିତିରେ ସେନା ମାନଙ୍କ ଉପରେ କୌଣସି ସମୟରେ ବି ଆକ୍ରମଣ ହେବାର ଆଶଙ୍କା ରହିଥାଏ । ଯବାନମାନଙ୍କୁ ସଜାଗ ରହିବାକୁ ପଡିଥାଏ ।

 

ଆମେ ଆପଣଙ୍କୁ ଜାମ୍ମୁ କାଶ୍ମୀରର ଅଚ୍ଛିପୁରାର ଏକ ଘଟଣା ସମ୍ବନ୍ଧରେ କହୁଛୁ । ସେହି ସ୍ଥାନରେ ଏକ ଯୁବକ ଯାହାଙ୍କର ନାମ ଇକବାଲ ଅଟେ, ସେ ବରଫ ଭିତରେ ଫସି ଯାଇଥିଲା । ଭାରତୀୟ ସେନା ନିଜ ଜୀବନକୁ ବାଜି ଲଗାଇ ସେହି ଯୁବକ ଜଣଙ୍କୁ ବଞ୍ଚାଇ ଥିଲେ ।

ଇକବାଲ ବହୁତ ସମୟରୁ ବରଫରେ ଫସି ରହିଥିଲା । ଏହି କଥାର ସୂଚନା ପାଇ ଯବାନମାନେ ସେହି ଜାଗାରେ ଫହଁଞ୍ଚିଥିଲେ ଓ ସେ ଯୁବକଟିକୁ ଉଦ୍ଧାର କରିଥିଲେ । ସେ ଯୁବକ ଜଣକ ବେହୋସ ଥିଲେ, ତାଙ୍କୁ ହସ୍ପିଟାଲ ପହଁଞ୍ଚାଇବାର ବ୍ୟବସ୍ଥା କରାଗଲା । ଇକବାଲ ସମ୍ପୂର୍ଣ ଠିକ ହୋଇ ଘରକୁ ଫେରିଲେ । ଏହା ପରେ ସୋସିଆଲ ମିଡିଆରେ ଯବାନମାନଙ୍କର ଏହି ସୁନ୍ଦର କାର୍ଯ୍ୟ ପାଇଁ ବହୁତ ପ୍ରଶଂସା ମଧ୍ୟ ହେଉଛି ।