ଭାରତୀୟ ବଜାରରେ ଥିବା ମହିନ୍ଦ୍ରା ଓ ଟାଟାର ଏହି ୨ଟି SUV ମଧ୍ୟରେ କିଏ ଅଟେ ଅଧିକ ସୁରକ୍ଷିତ, ଏଠି ଜାଣନ୍ତୁ

ଯଦି ଆପଣ କୌଣସି ନୂଆ SUV କାର କିଣିବା ବିଷୟରେ ପ୍ଳାନ କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଭାରତୀୟ ବଜାରରେ ଥିବା ଦୁଇଟି ଦମଦାର SUV Mahindra Scorpio ଓ Tata Safari Storme ବିଷୟରେ କହିବାକୁ ଯାଉଛୁ । ଏହି ଦୁଇଟି SUV କାରକୁ ସାଧାରଣ ବ୍ୟକ୍ତି ଠାରୁ ନେଇ ନେତା ପର୍ଯ୍ୟନ୍ତ ବ୍ୟକ୍ତିମାନେ କ୍ରୟ କରି ପାରିବେ । ବର୍ତ୍ତମାନ ସମୟରେ କୌଣସି ବି ଗ୍ରାହକ ମନରେ ଏହି ପ୍ରଶ୍ନ ଉଠିଥାଏ କି ଏହି କାର କେତେ ଅଧିକ ସୁରକ୍ଷିତ ଅଟେ, ତେବେ ଏମିତିରେ ସେଫ୍ଟି ବହୁତ ଅଧିକ ମହତ୍ଵ ରଖିଥାଏ । ତେବେ ଏଠି ଆମେ ଆପଣଙ୍କୁ ଏହି ଦୁଇଟି SUVର ସେଫ୍ଟୀ ଫୀଚର୍ସ ଓ ଇଞ୍ଜିନ ବିଷୟରେ କହିବାକୁ ଯାଉଛୁ ।

ସେଫ୍ଟୀ ଫୀଚର୍ସ: ସେଫ୍ଟୀ ଫୀଚର୍ସର କଥା କହିବା ତ ଟାଟାର ଅଫିଶିୟଲ ସାଇଟ ଅନୁସାରେ, Tata Safari Storme ଟପ ଭ୍ୟାରିଏଣ୍ଟ ରେ ଏୟାରବ୍ୟାଗ, ଆଣ୍ଟି ଲକ ବ୍ରେକିଙ୍ଗ ସିସ୍ଟମ, ସେଂଟ୍ରାଲ ଲକିଂଗ, ଚାଇଲ୍ଡ ସେଫ୍ଟୀ ଲକ, ଡ୍ରାଇବର ଏୟାରବ୍ୟାଗ, ପ୍ୟାସେଂଜର ଏୟାରବ୍ୟାଗ, ସୀଟ ବେଲ୍ଟ ୱାର୍ନିଂଗ, ଡୋର ଅଜାର ୱାର୍ନିଂଗ, ରିୟର ସୀଟ ବେଲ୍ଟ, ଫ୍ରଂଟ ଇଂପେକ୍ଟ ବୀମ୍ସ, ଇଂଜିନ ଇମ୍ମୋବିଲାଇଜର, କ୍ରାଶ ସେଂସର, ସେଂଟ୍ରାଲ ମାଉଂଟେଡ ଫ୍ୟୁଲ ଟ୍ୟାଙ୍କ, ଇଞ୍ଜିନ ଚେକ ୱାର୍ନିଂଗ, ଈବୀଡୀ ଓ ଆଣ୍ଟି ଥେଫ୍ଟ ଡିଭାଇସ ଭଳି ଫୀଚର୍ସ ଦିଆ ଯାଇଛି ।

ସେଫ୍ଟୀ ଫୀଚର୍ସର କଥା କହିବା ତ ମହିନ୍ଦ୍ରାର ଅଫିଶିୟଲ ସାଇଟ ଅନୁସାର, Mahindra Scorpioର ଟପ ଭ୍ୟାରିଏଣ୍ଟ ରେ ଆଣ୍ଟି ଲକ ବ୍ରେକିଂଗ ସିସ୍ଟମ, ପେନିକ ବ୍ରେକ ଇଂଡୀକେଶନ, ଫ୍ରଂଟ ଫଗ ଲ୍ୟାମ୍ପ୍ସ, ଇଂଜିନ ଇମ୍ମୋବିଲାଇଜର, ଆଣ୍ଟି ଥେଫ୍ଟ ୱାର୍ନିଂଗ, ସ୍ପୀଡ ଆଲର୍ଟ, ଅଟୋ ଡୋର ଲକ, ରିଭର୍ସ ପାର୍କିଂଗ କ୍ୟାମେରା, ରିଭର୍ସ ପାର୍କିଂଗ ସେଂସର, ଫ୍ରଂଟ ପ୍ରୋକ୍ସୀମିଟୀ ସେଂସର, ସୀଟ ବେଲ୍ଟ ରିମାଇଂଡର ଲ୍ୟାମ୍ପ, ସ୍ପୀଡ ଆଲର୍ଟ ଓ ସ୍ଟେନଲେସ ସ୍ଟୀଲ ଫ୍ରଂଟ ଗାର୍ଡ ଭଳି ଫୀଚର୍ସ ଦିଆ ଯାଇଛି ।

ଯଦି ଇଞ୍ଜିନ ଓ ପାୱାର କଥା କହିବା ତ Mahindra Scorpioରେ ପ୍ରଥମ ୨୫୨୩ ccର ୪ଟି ସିଲିଣ୍ଡର ବାଲା ଡିଜେଲ ଇଞ୍ଜିନ ଦିଆ ଯାଇଛି । ଯାହାକି ୩୨୦୦ Rpm ଉପରେ ୭୫ Hpର ପାୱାର ଓ ୧୪୦୦ – ୨୨୦୦ Rpm ଉପରେ ୨୦୦ Nmର ଟ୍ରାକ ଜେନେରେଟ କରିଥାଏ । ଏହି SUVରେ ଦ୍ଵିତୀୟ ୨୧୭୯ ccର ୪ଟି ସିଲିଣ୍ଡର ବାଲା ଡିଜେଲ ଇଞ୍ଜିନ ଦିଆ ଯାଇଛି । ଯାହାକି ୧୨୦ Hpର ପାୱାର ଓ ୨୮୦ Nmର ଟ୍ରାକ ଜେନେରେଟ କରିଥାଏ । ଅନ୍ୟ ପଟେ ଗିୟରବକ୍ସ ମାମଲାରେ ଏହି ଇଞ୍ଜିନ ୫- ସ୍ପୀଡ ମ୍ୟାନୁଆଲ ଓ ୬ – ସ୍ପୀଡ ମ୍ୟାନୁଆଲ ଗିୟରବକ୍ସର ଅପସନରେ ଅଛି ।

Tata Safari Stormeରେ ୨୧୭୯ccର ଡିଜେଲ ଇଞ୍ଜିନ ଅଛି । ଯାହାକି ୪୦୦୦ Rpm ଉପରେ ୧୪୭.୯୪ Hpର ପାୱାର ଓ ୧୫୦୦ – ୩୦୦୦ Rpm ଉପରେ ୩୨୦ Nmର ଟ୍ରାକ ଜେନେରେଟ କରିଥାଏ । ଗିୟରବକ୍ସ ମାମଲାରେ ଇଞ୍ଜିନ ୫ ସ୍ପୀଡ ମ୍ୟାନୁଆଲ ଓ ୬ ସ୍ପୀଡ ମ୍ୟାନୁଆଲ ଗିୟରବକ୍ସର ଅପସନରେ ଅଛି ।

କୌଣସି ବି କାର କିଣିବା ପୂର୍ବରୁ ତାହାର ଦାମ ବହୁତ ହିଁ ଅଧିକ ମହତ୍ଵ ରଖିଥାଏ । Mahindra Scorpioର ଏକ୍ସ ଶୋରୁମ ଦାମ ୧୦,୧୫,୯୫୯ ଅଟେ । ଅନ୍ୟପଟେ Tata Safari Stormeର ଏକ୍ସ ଶୋରୁମ ଦାମ ୧୧,୦୯,୦୦୫ ଅଟେ ।