ଇଏ ହେଉଛି ଭାରତର ସବୁଠୁ ଶସ୍ତା କପଡା ବଜାର, ଗୋଟିଏ ସାର୍ଟର ଦାମ ମାତ୍ର ୨୦ ଟଙ୍କାରୁ ଆରମ୍ଭ ହୋଇଥାଏ

ଆଜି ଆମେ ଆପଣଙ୍କୁ କିଛି ଏମିତି ବଜାର ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଆପଣଙ୍କୁ ବହୁତ ଶସ୍ତାରେ ଅର୍ଥାତ କମ ଦାମରେ କପଡା ମିଳିଯିବ । ତାହା ବି ପୁଣି ଭଲ ଗୁଣବତ୍ତା ଓ ବ୍ରାଣ୍ଡେଡ କପଡା ମିଳିଯିବ । ଯଦି ଆପଣ ବ୍ରାଣ୍ଡେଡ କପଡା କ୍ରୟ କରିବାକୁ ଚାହୁଁଛନ୍ତି ଓ ତାହା ବି ପୁଣି ବହୁତ କମ ଦମରେ ତେବେ ଆପଣ ସେକଂଡ ହ୍ୟାଣ୍ଡ ମାର୍କେଟକୁ ଯାଇ ପାରିବେ । ଯେଉଁଠି ଆପଣଙ୍କୁ ୨୦ ରୁ ୧୦୦ ଟଙ୍କା ମଧ୍ୟରେ ବ୍ରାଣ୍ଡେଡ କପଡା ମିଳିଯିବ ।

କେବଳ ଏତିକି ଅନ୍ତର ରହିବ କି ଏହି କପଡା ନୂଆ ନ ଥିବ, ଚୋରୀ କପଡା ଥିବ କିମ୍ବା ଅନ୍ୟ ଲୋକମାନଙ୍କ ପୁରୁଣା କପଡା ଥିବ । ଦିଲ୍ଲୀରେ କନଟ ପ୍ଲେସ, ମଜନୂଂ ଟୀଲା, ରଘୁବୀର ନଗର, କରୋଲ ବାଗ, ଇଂଦ୍ରପୁରୀ, ଲାଲ କିଲ୍ଲା, ଚାଂଦନୀ ଚୌକ ଇତ୍ୟାଦି ବଜାରର ଅଛି , ଯେଉଁଠି ଆପଣଙ୍କୁ କମ ଦମରେ ଶସ୍ତାରେ କପଡା ମିଳିଯିବ । ଏତିକି ନୁହେଁ, ଏଠି ଆପଣଙ୍କୁ କିଲୋ ହିସାବରେ କପଡା ମିଳିଥାଏ ।

ଏଠି ଆପଣଙ୍କୁ ଗୋଟିଏ ସାର୍ଟ କେବଳ ୨୦ – ୩୦ ଟଙ୍କାରେ ମିଳିଯିବ । ଏହା ଏମିତି କପଡା ଅଟେ ଯାହାକୁ ଲୋକମାନେ ପ୍ରାୟତଃ ଉପଯୋଗ କରନ୍ତି ନାହିଁ ଓ ବ୍ୟବସାୟୀ ଲୋକମାନଙ୍କୁ ବିକ୍ରି କରି ଦିଅନ୍ତି । ଯାହାକୁ ଲୋକମାନେ ଡ୍ରାଈ କ୍ଲୀନ କରି ପୁଣି ଥରେ ଅନ୍ୟ ଗ୍ରାହକମାନଙ୍କୁ ବିକ୍ରି କରି ଦିଅନ୍ତି । ଏହି କପଡା ବିଦେଶ ଛଡା ପୁରା ଭାରତର କୋଣ ଅନୁକୋଣରୁ ଆମଦାନୀ କରାଯାଇଥାଏ । ଏହି ବଜାର ସନ୍ଧ୍ୟା ସମୟରେ ଦିଲ୍ଲୀର ରାସ୍ତା ଉପରେ ହିଁ ଖୋଲି ଥାଏ ।

ମୁମ୍ବାଇରେ ବି ଏହିଭଳି କପଡାର ବଜାର ଅଛି । ଯେଉଁଠି ଆପଣଙ୍କୁ ଜୀନ୍ସ, ସାର୍ଟ ଓ ଝିଅମାନଙ୍କ ଡ୍ରେସ ମିଳିଯିବ । ଏହା ବି ଶସ୍ତା ହୋଇଥାଏ ଓ କିନ୍ତୁ ଏହାର ଦାମ ପାଖାପାଖି ୫୦ ଟଙ୍କାରୁ ଆରମ୍ଭ ହୋଇଥାଏ । ମୁମ୍ବାଇର ଏହି ବଜାର ବହୁତ ପୁରୁଣା ଅଟେ ଓ ମୁମ୍ବାଇର ଏହି ଚୋର ବଜାର ପାଖପାଖି ୧୫ ବର୍ଷ ପୁରୁଣା ଅଟେ ଓ ଏଠି ଆପଣଙ୍କୁ ଶସ୍ତା ଦାମରେ ପୁରୁଣା କପଡା ଓ ନୂଆ କପଡା ବି ମିଳିଯିବ ।

ଜୟପୁରରେ ବି ଏହିଭଳି ଏକ ବଜାର ବସିଥାଏ । ଯେଉଁଠି ଲୋକମାନେ ପ୍ରତି ରବିବାରକୁ ଯାଇଥାନ୍ତି କପଡା କ୍ରୟ କରିବା ପାଇଁ । ଏଠି ବି ବହୁତ ଶସ୍ତାରେ କପଡା ମିଳିଯାଏ । ଯାହାର ଦାମ ମାତ୍ର ୨୦ ଟଙ୍କାରେ ଆରମ୍ଭ ହୋଇଥାଏ । ଏଠି ଆପଣ ଅନ୍ୟ ବ୍ୟକ୍ତିମାନଙ୍କ ଦ୍ଵାରା ବ୍ୟବହାର କରାଯାଇଥିବା ଜୀନ୍ସ, ସାର୍ଟ, ସୁଟ, ଜ୍ୟାକେଟ ଇତ୍ୟାଦି କ୍ରୟ କରି ପାରିବେ । ଜୟପୁର ଏହି ବଜାରକୁ ହିତବାଡ଼ା ମାର୍କେଟ ନାମରେ ଜଣା ଯାଇ ଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।