ଏହା ଅଟେ ଭାରତର ସବୁଠୁ ଧନୀ ଗାଁ, ଯେଉଁଠି ସବୁଘରେ ଅଛନ୍ତି କୋଟିପତି

ଲୋକମାନେ ସାଧାରଣତଃ ଗାଁକୁ ଗରିବ ବୋଲି ଭାବିଥାନ୍ତି । ହେଲେ ଭାରତରେ ଏମିତି ବି ଗାଁ ଅଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆଜି ଆପଣମାନେ ଏମିତି ଏକ ଗାଁ ବିଷୟରେ ଜାଣିବେ ଯାହାକୁ ଭାରତର ସବୁଠୁ ଧନୀ ଗାଁ ବୋଲି କୁହାଯାଏ । ଗାଁ କହିଲେ ଲୋକମାନେ ଭାବନ୍ତି ଗାଁ ର ଲୋକମାନେ କୃଷି ଓ ବ୍ୟବସାୟ କରି ଜୀବନ ଯାପନ କରନ୍ତି, କିନ୍ତୁ ଭାରତ ରେ ଏମିତି ଏକ ଗାଁ ଅଛି ଯାହାକି ବହୁତ ଧନୀ ।

ଏକ ରିପୋର୍ଟ ଅନୁସାରେ ଜଣା ପଡିଛି କି ଭାରତରେ ଗୁଜୁରାଟର ଆନନ୍ଦ ଜିଲ୍ଲାରେ ଥିବା ଧର୍ମଜ ଗାଁରେ ସୁଖୀ ଓ ସମ୍ପନ୍ନତା ଜୀବନ ଦେଖିବାକୁ ମିଳିବ । ଏହି ଗାଁର ଲୋକମାନେ ସହରୀ ଓ ଗ୍ରାମୀଣ ପରିବେଶରେ ଜୀବନ ଯାପନ କରନ୍ତି । ଏହି ଗାଁ କୁ ଏନଆରଆଇ ଗାଁ ମଧ୍ୟ କୁହାଯାଏ । କାରଣ ଏହି ଗାଁ ରେ ରହୁଥିବା ପ୍ରାୟତଃ ଲୋକ ବିଦେଶରେ ଚାକିରି ବା ବ୍ୟାପାର କରନ୍ତି ।

Image courtesy: Google

ଗାଁର ଲୋକମାନେ କୁହନ୍ତି କି, ଆପଣଙ୍କୁ ଏହି ଗାଁର ହଜାର ହଜାର ଲୋକ କାନ୍ନାଡା, ଆମେରିକା ଓ ବ୍ରିଟେନ ଆଦି ଦେଶରେ ମିଳିଯିବେ । ଏହି ଗାଁ ର ସବୁଠୁ ବଡ କଥା ହେଉଛି ଗାଁ ର ଲୋକମାନେ ବିଦେଶରେ ଚାକିରି କଲେ ମଧ୍ୟ ନିଜ ଗାଁ ଠାରୁ ଅଲଗା ହୁଅନ୍ତି ନାହିଁ । ସବୁ ଲୋକମାନେ ୧୨ ଜାନୁୟାରୀରେ ଧର୍ମଜ ଡେ ସେଲିବ୍ରେଟ କରିବା ପାଇଁ ଗାଁକୁ ନିଶ୍ଚିନ୍ତ ଆସନ୍ତି । ଏହି ଗାଁ ରେ ଆପଣଙ୍କୁ ଆୟୁର୍ବେଦିକ ହସ୍ପିଟାଲ, ସୁପର ସ୍ପେଶାଲିଟି ହସ୍ପିଟାଲ ଓ ରେସିଡେନ୍ସାଲ ସ୍କୁଲ ଦେଖିବାକୁ ମିଳିବ । ଏହି ଗାଁ ରେ ପ୍ରାୟତଃ ବହୁତ ଘରରେ ସ୍ଵିମିଂ ପୁଲ୍ ରହିଛି ।

Image courtesy: Google

ଗାଁ ଲୋକମାନେ ଏହି ସବୁ ବିନା ସରକାରୀ ସାହାର୍ଯ୍ୟରେ ନିଜ ପଇସାରେ ତିଆରି କରିଛନ୍ତି । ଏହି ଗାଁ ରେ ରହୁଥିବା ଅଧିକାଂଶ ଲୋକ କୋଟିପତି ଅଟନ୍ତି । ଗାଁରେ ବହୁତ ମହଙ୍ଗା ମହଙ୍ଗା ଗାଡି ସହ ରେଷ୍ଟୁରାଣ୍ଟ ମଧ୍ୟ ରହିଛି । ଏହି ଗାଁ ର ଲୋକମାନେ ନିଜେ ତାଙ୍କ ଗାଁ କୁ ବିକଶିତ କରିଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।