ପାକିସ୍ଥାନକୁ କଡା ଜବାବ, ଅସ୍ତ୍ରବିରତି ଉଲଂଘନ ହେବା ପରେ ଭାରତୀୟ ସେନା ପୋକ ନିକଟରେ ଥିବା ୧୦ଟି ପାକିସ୍ତାନୀ ପୋଷ୍ଟ ଉଡାଇ ଦେଲେ, ଆଉ ଏବେ

ଗତ କିଛି ଦିନ ହେଲାଣି ପାକିସ୍ତାନ ଦ୍ଵାରା ଅସ୍ତ୍ରବିରତି ଉଲଂଘନ କରାଯାଉଛି । ଗତକାଲି ପାକିସ୍ତାନ ସେନା ପୁଣି ଥରେ ଭାରତ ସୀମା ପାର ହୋଇ ଗୁଳି ବିନିମୟ କରି ଅସ୍ତ୍ରବିରତି ଉଲଂଘନ କରିଛି । ଏହି ଗୁଳିରେ ଜଣେ ଭାରତୀୟ ଜବାନ ସହିଦ ହୋଇ ଯାଇଛନ୍ତି । ଭାରତୀୟ ସେନା ମାନେ ମଧ୍ୟ ପାକିସ୍ଥାନକୁ ଏହି ଗୁଳି ଚାଳନା ପାଇଁ କଡା ଜାବବ ଦେଇଛନ୍ତି । ଭାରତୀୟ ସେନା ପିଓକେ ରେ ଏଲଓସି ସହିତ ୧୦ଟି ପାକିସ୍ତାନୀ ପୋଷ୍ଟକୁ ଉଡାଇ ଦେଇଛନ୍ତି ।

ପାକିସ୍ତାନକୁ ଉପଯୁକ୍ତ ଉତ୍ତର ଦେବା ପାଇଁ ଭାରତ ଏହାର ଠିକ ଭାବରେ ପ୍ରତିଶୋଧ ନେଇଛି । ଭାରତୀୟ ସେନାମାନେ ଏଲଓସି ନିକଟରେ ଥିବା ପାକିସ୍ତାନୀ ପୋଷ୍ଟ ଉଡାଇ ଦେଇଛନ୍ତି । ଭାରତ ନିଜର ଜବାନଙ୍କ ସହିଦର ପ୍ରତିଶୋଧ ନେବା ପାଇଁ ପାକିସ୍ତାନର ସେନା ମାନଙ୍କୁ ଶିକ୍ଷା ଦେଇଛନ୍ତି । ଜାମ୍ମୁ-କାଶ୍ମୀରର ରାଜୋରି ଏବଂ ପୁଞ୍ଛ ସେକ୍ଟରରେ ପାକିସ୍ତାନ ଦ୍ଵାରା କରାଯାଉ ଥିବା ଗୁଳିମାଡରେ ସେନାର ଜବାନ ହରଚରଣ ସିଂହ ସହିଦ ହୋଇ ଯାଇଛନ୍ତି, ଯାହା ପରେ ଭାରତୀୟ ସେନା ମାନେ ପାକିସ୍ତାନୀ ପୋଷ୍ଟକୁ ସମ୍ପୂର୍ଣ ଭାବରେ ନଷ୍ଟ କରି ଦେଇଛନ୍ତି ।

ସେନା ପିଓକେ ର କହବଲିୟନ ନାଲୀ ସମ୍ହାନୀ ସେକ୍ଟରରେ ପାକିସ୍ତାନର ସାମରିକ ପୋଷ୍ଟ ଗୁଡିକୁ ଉଡାଇ ଦେଇଛନ୍ତି । ଏହା ପ୍ରଥମ ଥର ହୋଇ ନାହିଁ କି ଭାରତୀୟ ସେନା ମାନେ ପାକିସ୍ତାନୀ ସେନା ମାନଙ୍କୁ କଡା ଜବାବ ଦେଇଛନ୍ତି । ଭାରତୀୟ ସେନା ମାନେ ମଧ୍ୟ ଏହା ପୂର୍ବରୁ ପିଓକେ ସ୍ଥିତ ଆତଙ୍କବାଦୀ ମାନଙ୍କର ଠିକଣାକୁ ଲକ୍ଷ କରି ତାହାକୁ ଧ୍ଵଂସ କରିଦେଇ ଥିଲେ ।

ସେହି ପରି ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନା ମାନେ ବାଲାକୋଟରେ ଏୟାର ଷ୍ଟ୍ରାଇକ କରି ଆତଙ୍କବାଦୀ ମାନଙ୍କୁ ମାରି ଦେଇଥିଲେ । ଏହିପରି ଭାରତୀୟ ସେନା ମାନେ ପାକିସ୍ତାନୀ ସେନା ମାନଙ୍କୁ ବହୁତ କଡା ଜବାବ ଦେଇଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।