ଭାରତର ଏକ ଏମିତି କିଲ୍ଲା, ଯାହାକୁ ଜିତିବାରେ କେହି ବି ହୋଇ ନାହାନ୍ତି ସଫଳ, ୩୫୦ ବର୍ଷରୁ ହେଇ ରହିଛି ରହସ୍ୟମୟୀ

ଭାରତ ଦେଶରେ ବହୁତ ପ୍ରାଚୀନ କିଲ୍ଲା ଅଛି । ଯିଏ ନିଜ ମଧ୍ୟରେ ବହୁତ ରହସ୍ୟକୁ ଲୁଚାଇ ରଖିଛି । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ରହସ୍ୟମୟୀ କିଲ୍ଲା ବିଷୟରେ କହିବାକୁ ଯାଉଛୁ । ଏହି କିଲ୍ଲା ମହାରାଷ୍ଟ୍ରର ରାୟଗଢ ଜିଲ୍ଲାର ତଟୀୟ ଗ୍ରାମ ମୁରୁଦରେ ଅବସ୍ଥିତ । ଯାହାକୁ ମୁରୁଦ ଜଂଜୀରା କିଲ୍ଲା ନାମରେ ଜଣାଯାଏ । ସମୁଦ୍ର ତଳରୁ ୯୦ ଫୁଟ ଉଚ୍ଚତାରେ ତିଆରି ଏହି କିଲ୍ଲାର ଖାସକଥା ଏହା ଅଟେ କି ଏହା ସମୁଦ୍ର ମଝିରେ (ଆରବ ସାଗର)ରେ ତିଆରି ହୋଇଛି । ଯାହା ଦେଖିବାକୁ ଏକଦମ ଅଦ୍ଭୁତ ଅଟେ ।

ମୁରୁଦ ଜଂଜୀରା କିଲ୍ଲା ଭାରତର ପଶ୍ଚିମ ତଟର ଏକମାତ୍ର ଏମିତି କିଲ୍ଲା ଅଟେ, ଯାହାକୁ କେହି ବି ଜିତି ପାରି ନାହାଁନ୍ତି । କୁହନ୍ତି କି ବ୍ରିଟିଶ, ପୁର୍ତଗାଲୀ, ମୁଗଲ, ଶିବାଜୀ ମହାରାଜ, କାନ୍ହୋଜୀ ଆଂଗ୍ରେ, ଚିମ୍ମାଜୀ ଅପ୍ପା ଓ ସଂଭାଜୀ ମହାରାଜ ଏହି କିଲ୍ଲାକୁ ଜିତିବା ପାଇଁ ବହୁତ ପ୍ରୟାସ କରିଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ କେହି ବି ଏଥିରେ ସଫଳ ହୋଇ ପାରିଲେ ନାହିଁ । ଏହି କାରଣରୁ ୩୫୦ ବର୍ଷ ପୁରୁଣା ଏହି କିଲ୍ଲାକୁ ଅଜୟ କିଲ୍ଲା ବି କୁହାଯାଏ ।

ମୁରୁଦ ଜଂଜୀରା କିଲ୍ଲାକୁ ଉଚ୍ଚ କାନ୍ଥ ଦ୍ଵାରା ଘେରା ଯାଇଛି । ସେଥିପାଇଁ କିଲ୍ଲା ଠାରୁ କିଛି ମିଟର ଦୂରକୁ ଯିବା ପରେ କାନ୍ଥ କାରଣରୁ ଏହି କିଲ୍ଲା ଦେଖିଯିବା ବନ୍ଦ ହୋଇଯାଏ । କୁହନ୍ତି କି ଏହି କାରଣ ଅଟେ କି ଶତୃ କିଲ୍ଲା ପାଖକୁ ଆସିବା ସତ୍ତ୍ୱେ ବି ଚକମା ଖାଇ ଯାଆନ୍ତି ଓ କିଲ୍ଲା ଭିତରକୁ ଯାଇ ପାରନ୍ତି ନାହିଁ । ଏହି କିଲ୍ଲାର ନିର୍ମାଣ ଅହମଦନଗର ସଲ୍ତନତର ମଲିକ ଅଂବରଙ୍କ ଦ୍ଵାରା ୧୫ ତମ ଶତାବ୍ଦୀରେ ତିଆରି ହୋଇଥିଲା ।

ଏହି କିଲ୍ଲା ୪୦ ଫୁଟ ଉଚ୍ଚ କାନ୍ଥ ଦ୍ଵାରା ଘେରା ହୋଇଛି । କୁହାଯାଏ କି ଏହାର ନିର୍ମାଣରେ ୨୨ ବର୍ଷର ସମୟ ଲାଗିଥିଲା । ୨୨ ଏକରରେ ବ୍ୟାପିଥିବା ଏହି କିଲ୍ଲାରେ ୨୨ଟି ସୁରକ୍ଷା ଚୌକି ବି ତିଆରି କରାଯାଇଛି । ଏଠି ସିଦ୍ଦୀକୀ ଶାସକମାନଙ୍କର ବିଭିନ୍ନ ତୋପ ବି ବର୍ତ୍ତମାନ ପର୍ଯ୍ୟନ୍ତ ରଖା ହୋଇଛି । ଯାହା ସମସ୍ତ ସୁରକ୍ଷା ଚୌକିରେ ଆଜି ବି ଅବସ୍ଥିତ ଅଛି । କୁହାଯାଏ କି ଏହି କିଲ୍ଲା ପଂଚ ପୀର ପଂଜାତନ ଶାହ ବାବାଙ୍କ ସଂରକ୍ଷଣରେ ଅଛି । ଶାହ ବାବାଙ୍କ ସମାଧି ସୌଧ ବି ଏହି କିଲ୍ଲାରେ ଅଛି ।