ଭାରତର ଏ ହେଉଛନ୍ତି ଏକମାତ୍ର ଜଜ, ଯାହାକୁ ଫାସୀରେ ଝୁଲାଯାଇଥିଲା, କାରଣ ଜାଣିଲେ ରୁମଟାଙ୍କୁରି ଉଠିବ

ଯେତେବେଳେ ବି କୌଣସି ବ୍ୟକ୍ତି ଅପରାଧ କରିଥାଏ, ତେବେ ପୋଲିସ ଦ୍ଵାରା ତାକୁ ଗିରଫ୍ କରାଯାଇଥାଏ ଓ ପୁଣି କୋର୍ଟର ଜଜ ଦ୍ଵାରା ତାକୁ ଦଣ୍ଡ ଦିଆଯାଏ । ଦଣ୍ଡ ଜେଲ ଠାରୁ ନେଇ ଫାସୀ ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ କଣ ଆପଣ କେବ ଏହା ଶୁଣିଛନ୍ତି କିମ୍ବା ଦେଖିଛନ୍ତି କି ଜଜକୁ ଫାସୀ ମିଳିଛି ? ବୋଧେ ନୁହେଁ, ତେବେ ଚାଲନ୍ତୁ ଆପଣଙ୍କୁ ଏହି ଆଶ୍ଚର୍ଯ୍ୟକର ମାମଲା ବିଷୟରେ କହିଦେବୁ ।

କହିବାକୁ ଗଲେ ୪୪ ବର୍ଷ ପୂର୍ବେ ୧୯୭୬ରେ ଜଣେ ଜଜକୁ ଫାସୀ ଦିଆ ଯାଇଥିଲା । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ଜଜର ନାମ ଉପେନ୍ଦ୍ର ନାଥ ରାଜଖୋୱା ଅଟେ । ଯାହାକୁ ଡୁବରୀ କିମ୍ବା ଧୁବରୀ ନାମ ଦ୍ଵାରା ବି ଜଣା ଯାଇଥାଏ । କହିବାକୁ ଗଲେ ସେ ଆସାମର ଡୁବରୀ ଜିଲ୍ଲାରେ ଜିଲ୍ଲା ଏବଂ ସତ୍ର ନ୍ୟାୟଧୀଶ ପଦରେ ଥିଲେ ଓ ତାଙ୍କୁ ଏକ ସରକାରୀ ଆବାସ ମଧ୍ୟ ମିଳିଥିଲା ।

ଏହା ପରେ ଫେବୃୟାରୀ ମାସ ୧୯୭୦ରେ ସେ ସେବାନିବୃତ ହୋଇଗଲେ । କିନ୍ତୁ ସେ ସରକାରୀ ବଙ୍ଗଳା ଖାଲି କରିଲେ ନାହିଁ । ଏହି ସବୁ ମଧ୍ୟରେ ତାଙ୍କର ପତ୍ନୀ ଓ ୩ ଜଣ ଝିଅ ଅଚାନକ କେଉଁଠି ଗାୟବ ହୋଇଗଲେ । ଯେତେବେଳେ ଏହା ବିଷୟରେ ଉପେନ୍ଦ୍ରଙ୍କୁ ପଚାରାଯାଏ ତେବେ ସେ ସେହି କଥାକୁ ଟାଳି ଦେଉଥିଲେ କିମ୍ବା କିଛି ବାହାନା କରିଦେଉ ଥିଲେ କି ସେମାନେ କେଉଁଠିକୁ ଯାଇଛନ୍ତି ।

ଏହା ପରେ ଏପ୍ରିଲ ୧୯୭୦ରେ ଉପେନ୍ଦ୍ର ସରକାରୀ ବଙ୍ଗଳାକୁ ଖାଲି କରି ଦେଲେ ଓ ଅନ୍ୟ କେଉଁ ସ୍ଥାନକୁ ଚାଲିଗଲେ, କିନ୍ତୁ ସେ କେଉଁଠିକୁ ଗଲେ ଏହା ବିଷୟରେ କାହାକୁ ବି କିଛି ଜଣା ନ ଥିଲା । ଅନ୍ୟ ପଟେ ଉପେନ୍ଦ୍ରଙ୍କ ଶଳା ଯିଏକି ପୋଲିସରେ ଥିଲେ ଓ ତାଙ୍କୁ କିଛି ଦିନ ପରେ ଜଣା ପଡିଲା କି ଉପେନ୍ଦ୍ର କିଛି ଦିନ ହେବ ସିଲୀଗୁଡ଼ୀର ଏକ ହୋଟେଲରେ ରହୁଛନ୍ତି ।

ଏହା ପରେ ସେହି ସ୍ଥାନକୁ ତାଙ୍କର ଶଳା ଅନ୍ୟ ପୋଲିସକର୍ମୀଙ୍କ ସହ ପହଞ୍ଚିଲେ ଓ ନିଜର ଭଉଣୀ ଏବଂ ଭାଣିଜୀଙ୍କ ବିଷୟରେ ପଚାରିଲେ । କିନ୍ତୁ ଉପେନ୍ଦ୍ର ବହୁତ ବାହାନା କରିଲେ ଓ ଆତ୍ମହତ୍ୟା କରିବାକୁ ବି ଚେଷ୍ଟା କରିଲେ । ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ କିଛି ସମୟ ପରେ ଉପେନ୍ଦ୍ର ମାନିଲେ କି ସେ ହିଁ ତାଙ୍କର ପତ୍ନୀ ଓ ପିଲାମାନଙ୍କର ହତ୍ୟା କରିଛନ୍ତି ଓ ସେମାନଙ୍କ ଶବକୁ ସେ ସେହି ସରକାରୀ ବଙ୍ଗଳା ତଳେ ମାଟିରେ ପୋତି ଦେଇଛନ୍ତି ।

ଏହା ପରେ ଉପେନ୍ଦ୍ରକୁ ଗିରଫ୍ କରାଗଲା ଓ ଏହା ପରେ ୧ ବର୍ଷ ପର୍ଯ୍ୟନ୍ତ କେସ ଚାଲିଲା । ଶେଷରେ ତଳ ଅଦାଲତ ଉପେନ୍ଦ୍ରକୁ ଫାସୀ ଦଣ୍ଡ ଦେଲେ । ଏହା ପରେ ଉପେନ୍ଦ୍ର ହାଈକୋର୍ଟ, ସୁପ୍ରୀମ କୋର୍ଟ ଓ ରାଷ୍ଟ୍ରପତିଙ୍କୁ ବି ନିଜର ଦୟା ଆବେଦନ ପତ୍ର ଦେଲେ । କିନ୍ତୁ ସମସ୍ତେ ତଳ ଅଦାଲତର ନିଷ୍ପତିକୁ ସଠିକ ବୋଲି କହିଲେ । ଏହା ପରେ ତାଙ୍କୁ ୧୪ ଫେବୃୟାରୀ ୧୯୭୬ରେ ଜୋରହଟ ଜେଲରେ ଫାସୀ ଦିଆଗଲା ।

କିନ୍ତୁ ସବୁଠୁ ବଡ କଥା ଏହା ଅଟେ କି ଉପେନ୍ଦ୍ର ନିଜର ପତ୍ନୀ ଓ ଝିଅମାନଙ୍କ ହତ୍ୟା କାହିଁକି କରିଲେ । ଏହା ବିଷୟରେ ସେ କେବେ ବି କାହାକୁ କିଛି କହି ନାହାନ୍ତି । ଏହା ବି ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇ ରହିଛି । ଯେଉଁ ବଙ୍ଗଳାରେ ପତ୍ନୀ ଝିଅର ଶବକୁ ଉପେନ୍ଦ୍ର ପୋତି ଥିଲେ, ତାକୁ ପରେ ଭୁତ ବଙ୍ଗଳା ବୋଲି ବି କୁହାଯିବାକୁ ଲାଗିଲା । ଅନ୍ୟ ପଟେ ଅନ୍ୟ ଜଜମାନେ ବି ସେହି ବଙ୍ଗଳା ଛାଡି ଚାଲି ଯାଇଥିଲେ ।

ଏହା ପରେ ବଙ୍ଗଳାକୁ ଭାଙ୍ଗି ଦିଆଗଲା ଓ ସେଠି ଏକ ନୂତନ କୋର୍ଟ ଭବନ ତିଆରି କରାଗଲା । ଅନ୍ୟ ପଟେ କୁହାଯାଏ କି ଉପେନ୍ଦ୍ର ଦୁନିଆର ଏକମାତ୍ର ଜଜ ଅଟନ୍ତି ଯାହାକୁ ଫାସୀ ଦଣ୍ଡ ମିଳିଥିଲା । ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଜଜକୁ ବି ଫାସୀ ଦଣ୍ଡ ଦିଆଯାଇ ନାହିଁ ।