ଭାରତ WHOକୁ ଦେଲା ଆଉ ଏକ ବଡ ଝଟକା, କରୋନା ଭାଇରସର ଚିକିତ୍ସାରେ ଉଠାଇଲା ଏହି ମୁଖ୍ୟ ପଦକ୍ଷେପ

କରୋନା ଭାଇରସ ମହାମାରୀ ସହିତ ଲଢେଇରେ ଭାରତ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ବିରୁଦ୍ଧରେ ମୁହଁ ଖୋଲିଛି । ଏଥର ଭାରତ ନିଜର ନୂତନ ନିର୍ଦେଶ ଏବଂ ଅନୁସନ୍ଧାନ ସହିତ WHOକୁ ସଂକେତ ଦେଇଛି କି କରୋନା ଭାଇରସ ଯୁଦ୍ଧରେ ବର୍ତ୍ତମାନ ଦେଶ ଏକା ଲଢିବ । ଦେଶର ହିତରେ ଯାହା ଅନୁସନ୍ଧାନ ଏବଂ ଚିକିତ୍ସା ଆବଶ୍ୟକ ହେବ ତାହା କରିବ । ଭାରତର ବୈଜ୍ଞାନିକ ମାନେ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି କି ସେମାନଙ୍କୁ WHOର ପରାମର୍ଶର କୌଣସି ଆବଶ୍ୟକତା ନାହିଁ ।

କରୋନା ଭାଇରସ ଉପରେ WHO ନିର୍ଦେଶନାମା ବିରୁଦ୍ଧରେ ଭାରତର ପ୍ରତିପକ୍ଷ ଆକ୍ରମଣ

WHO ସଦସ୍ୟ ଦେଶକୁ ନିର୍ଦେଶ ଜାରି କରିଥିଲେ କି କରୋନା ଭାଇରସ ଚିକିତ୍ସାରେ ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ହାନିକାରକ ପ୍ରମାଣିତ ହୋଇପାରେ । ଏଥିପାଇଁ ଏହାର ପରୀକ୍ଷା ବନ୍ଦ କରିଦିଅନ୍ତୁ । କିନ୍ତୁ ଭାରତୀୟ ବୈଜ୍ଞାନିକ ନା ହିଁ କେବଳ ଏହି ଔଷଧ ଉପରେ ଅନୁସନ୍ଧାନ କରିଛନ୍ତି ବରଂ ଦେଶର ଡାକ୍ତର ମାନଙ୍କୁ ମଧ୍ୟ କହିଛନ୍ତି କି କରୋନା ଭାଇରସର ଚିକିତ୍ସା ଏହି ଔଷଧ ଦ୍ଵାରା କରା ଯାଇ ପାରିବ । ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ ନିଜର ତାଜା ଅନୁସନ୍ଧାନରେ କହିଛି କି ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ଔଷଧ ଖାଇବା ଦ୍ଵାରା କରୋନା ଭାଇରସ ସଂକ୍ରମଣ ହେବାର ଆଶଙ୍କା କମ ହେବାର ଦେଖାଯାଇଛି ।

ଏହି ଲଢେଇ ଭାରତୀୟ ଔଷଧ ବନାମ ଆନ୍ତର୍ଜାତିୟ ଦଳର ଅଟେ

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି କି ଅଧିକାଂଶ ପଶ୍ଚିମ ଦେଶର ବୈଜ୍ଞାନିକ ଏବଂ ଔଷଧ କମ୍ପାନୀ ଗୁଡିକ ଭାରତ ବହୁତ ଶସ୍ତା ଔଷଧର ଉପଚାରକୁ ନେଇ ସବୁବେଳେ ନୀଚ ଦେଖାଇବାର ଚେଷ୍ଟା କରୁଛନ୍ତି । କରୋନା ଭାଇରସର ଚିକିତ୍ସା ମ୍ୟାଲେରିଆକୁ ରୋକିବା ପାଇଁ ପ୍ରସ୍ତୁତ ହାଇଡ୍ରୋକ୍ସିକ୍ଳୋରୋକ୍ଵିନ ଦ୍ଵାରା ସମ୍ଭବ ଅଟେ । ଯଦି କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଏହି ଶସ୍ତା ଔଷଧର ବ୍ୟବହାର ବଢାଯାଏ ତାହେଲେ ପଶ୍ଚିମ ଦେଶର ଔଷଧ କମ୍ପାନୀଗୁଡିକୁ କୋଟି କୋଟି ଟଙ୍କାର କ୍ଷତି ହେବ । ଏହି କାରଣରୁ ସେମାନଙ୍କର ଲାବି WHO ଉପରେ ଚାପ ପକାଇ ହାଇଡ୍ରୋକ୍ସିକ୍ଳୋରୋକ୍ଵିନର ସବୁ ପରୀକ୍ଷା ବନ୍ଦ କରିବା ପାଇଁ ଚାହୁଁଛନ୍ତି । ଭାରତ ଏହାକୁ ବିରୋଧ କରିଛି ।

କରୋନା ଭାଇରସ ସଂକ୍ରମଣକୁ ବିସ୍ତାର କରିବାରେ WHO ଉପରେ ଅଭିଯୋଗ କରାଯାଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫ ମଧ୍ୟ WHO ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ମଧ୍ୟ ଜାହିର କରିଛନ୍ତି କି WHOରେ ଅନେକ ଔଷଧ ତିଆରି କରୁଥିବା କମ୍ପାନୀଗୁଡିକ ବି ବିଭିନ୍ନ ଉପାୟରେ ଚାପ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି କାରଣରୁ ଆଜିକାଲି ଲୋକମାନେ ଅଧିକାଂଶ ସୋସିଆଲ ମିଡିଆ WHO ପୋଷ୍ଟ ଉପରେ ରାଗୁ ଥିବାର ଦେଖାଯାଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।