ଆୟୁଷ୍ମାନ ଭାରତ ଯୋଜନା ବ୍ୟତୀତ ବି ଅଛି ଅନ୍ୟଯୋଜନା ଯେଉଁଥିରେ ଚିକିତ୍ସା ପାଇଁ ମିଳିବ ଆପଣଙ୍କୁ ୨ ଲକ୍ଷ ଟଙ୍କା

ଦେଶର ପ୍ରଧାନ ମନ୍ତ୍ରୀ ଯେବେଠୁ ସତ୍ତା ସମ୍ଭାଳି ଛନ୍ତି, ସେବେଠୁ ସେ ଦେଶକୁ ବହୁତ ଯୋଜନାରେ ଲାଭାନ୍ଵିତ କରିଛନ୍ତି । ଦେଶର ମହିଳାମାନଙ୍କ ଠୁ ଝିଅ ପର୍ଯ୍ୟନ୍ତ ସମସ୍ତେ ତାଙ୍କର କୌଣସି ନା କୌଣସି ଯୋଜନାରେ ଲାଭାନ୍ଵିତ ହୋଇଛନ୍ତି ଓ ଏଥିପାଇଁ ଲୋକଙ୍କ ଭଲପାଇବା ବି ତାଙ୍କୁ ଭରପୁର ମିଳିଛି । ଏବେ ମୋଦୀ ସରକାର ଆଣିଥିବା ଆୟୁଷ୍ମାନ ଭାରତ ଯୋଜନାର ପ୍ରଶଂସା ତ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ହେଉଅଛି । ବିଲ ଗେଟ୍ସ ମଧ୍ୟ ମୋଦୀଙ୍କର ଏହି ଯୋଜନାର ପ୍ରଶଂସା କରି ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି ।

ଜଣାଇ ଦେଉଛୁ କି ଏହି ଯୋଜନାରେ ଗରିବ ପରିବାର ବର୍ଷକୁ 5 ଲକ୍ଷ ଟଙ୍କାର ମାଗଣାରେ ଚିକିତ୍ସା କରାଇ ପାରିବ ଓ ଏହା ଆଜି ପର୍ଯ୍ୟନ୍ତର ସବୁଠୁ ବଡ ହେଲ୍ଥ ସ୍କିମ ଅଟେ । ପ୍ରଧାନ ମନ୍ତ୍ରୀ 2018 ର ସେପ୍ଟେମ୍ବର ମାସରେ ଆରଏସଏସ ବିଚାରକ ଦିନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହା ଏମିତିକା ପ୍ରଥମ ଯୋଜନା ନୁହେଁ ଏହି ପ୍ରକାରର ଆହୁରି ଯୋଜନା ମଧ୍ୟ ଅଛି ଯାହା ବିଷୟରେ ଆପଣ ବୋଧେ ଜାଣି ନଥିବେ । ତେବେ ଆଜି ଆମେ ଆପଣଙ୍କୁ ଦେଶରେ ଚାଲୁଥିବା ଏହି ପ୍ରକାରର ଏକ ବିଶେଷ ସ୍ୱାସ୍ଥ୍ୟ ଯୋଜନା ବିଷୟରେ ଜଣାଇବୁ ।

ରାଷ୍ଟ୍ରୀୟ ଆରୋଗ୍ୟ ନିଧି

ଏହି ଯୋଜନା 1997 ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ଵାରା ଚାଲୁଅଛି । ଏହି ଯୋଜନା ମାଧ୍ୟମରେ ରୋଗୀଙ୍କୁ ସାହାର୍ଯ୍ୟ କରାଯାଇଥାଏ ଯେଉଁମାନେ ଗରିବରେଖା ତଳେ ଅଛନ୍ତି ଓ କୌଣସି ଗମ୍ଭୀର ରୋଗର ଚିକିତ୍ସା କରାଇବାକୁ ଚାହୁଞ୍ଚନ୍ତି । ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଯୋଜନା ଅନୁସାରେ କୌଣସି ବି ସୁପର ସ୍ପେଶିଆଲିଟି ସରକାରୀ ହସ୍ପିଟାଲ ବା ସଂସ୍ଥାନରେ ଆପାଣ ଚିକିତ୍ସା କରାଇ ପାରିବେ ଓ ଚିକିତ୍ସା ପାଇଁ ଆବଶ୍ୟକ ଧନରାଶି ମାଗଣାରେ ଉପଲବ୍ଧ କରାଯାଇଥାଏ । ଏହି ରାଶି ସେହି ହସ୍ପିଟାଲ ଚିକିତ୍ସା ଆଧିକାରୀଙ୍କୁ ଦିଆଯାଇଥାଏ ଯେଉଁଠି ରୋଗୀ ନିଜର ଚିକିତ୍ସା କରାଉଥାନ୍ତି ।

କିପରି ଏହି ଯୋଜନାର ଲାଭ ଉଠାଇ ପାରିବେ

ରାଷ୍ଟ୍ରୀୟ ଆରୋଗ୍ୟ ନିଧି ଯୋଜନା ଅନୁସାରେ ସହାୟତା ପ୍ରାପ୍ତି କରିବା ପାଇଁ ରୋଗୀକୁ ଡକୁମେଣ୍ଟ ର ଆବଶ୍ୟକତା ପଡିଥାଏ ।

୧. ଆବେଦନ ପତ୍ର ସହିତ ଯେଉଁ ହସ୍ପିଟାଲରେ ଆପଣଙ୍କର ଚିକିତ୍ସା ଚାଲିଛି ସେଠାକାର ସବୁ ପେସକ୍ରିପସନ ଓ ଚିକିତ୍ସା ଅଧିକାରୀଙ୍କ ଦ୍ଵାରା ଲେଖାଯାଇଥିବା ଏକ ଲେଟର ର ଆବଶ୍ୟକତା ହୋଇଥାଏ ।

୨. ଆୟ ପ୍ରମାଣପତ୍ର ର କପି

୩. ରାଶନ କାର୍ଡର କପି

୪. 13 ଟି କେନ୍ଦ୍ର ସରକାରୀ ହସ୍ପିଟାଲ ବା ସଂସ୍ଥାନରେ ସ୍ଵିବ୍ଲିଙ୍ଗ ଫଣ୍ଡ ସ୍ଥାପିତ କରାଯାଇଛି ଓ ସବୁ ହସ୍ପିଟାଲ ରେ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫଣ୍ଡ ଉପଚାର ପାଇଁ ରଖା ଯାଇଥାଏ । ଏମସ ରେ ଏହି ଫଣ୍ଡ 90 ଲକ୍ଷ ଟଙ୍କା ଅଟେ । ପ୍ରତ୍ୟେକ କେସ ପାଇଁ 2 ଲକ୍ଷ ପର୍ଯ୍ୟନ୍ତ ଫଣ୍ଡ ଖର୍ଚ୍ଚ କରା ଯାଇଥାଏ ।

୫. ୨ ଲକ୍ଷ ଟଙ୍କାରୁ ଅଧିକ ଉପଚାର ମାମଲା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାରଙ୍କୁ ଧନ ଉପଲବ୍ଧ କରାଇବା ପାଇଁ ସମ୍ପର୍କ କରାଯାଇଥାଏ ।

ଏହି ଯୋଜନା ସମ୍ବନ୍ଧିୟ ଅଧିକ ସୂଚନା ପାଇଁ ଆପଣ ଭାରତ ସରକାରଙ୍କ ୱେବସାଇଟ https://mohfw. gov.in ରେ ଦେଖି ପାରିବେ ।

ଆଶାକରୁଛୁ ଆମର ଏହି ସୁଚନାଟି ଆପଣଙ୍କୁ ନିଶ୍ଚୟ ସାହାଜ୍ଯ କରିବ । ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।