ଗୋଟିଏ ତୀରରେ ତିନୋଟି ନିଶାନା, ଭାରତ ଆଗରେ ଆଣ୍ଠେଇଲା ଚୀନ, ପାକିସ୍ତାନର ତ ମୁହଁ ବନ୍ଦ

ଟ୍ୱେଣ୍ଟି ୨୦ ଭାରତ ଆଗରେ ଚୀନକୁ ଆତ୍ମସମର୍ପଣ କରିବାକୁ ପଡିଛି । ଭାରତରେ ଚୀନର ରାଷ୍ଟ୍ରଦୂତ ଏବଂ ଚୀନର ବିଦେଶ ମନ୍ତ୍ରାଳୟ ବର୍ତ୍ତମାନ ଶାନ୍ତିର ରାସ୍ତା ଆପଣାଇବା ଆରମ୍ଭ କରିଦେଇଛି । ଡୋକଲାମ ପରେ ଏହା ଦ୍ଵିତୀୟ ଅବସର ଅଟେ କି ଚୀନ ସୀମାରୁ ଚୀନ ପଛଘୁଞ୍ଚା ଦେଉଛି । ଏହିଥର ଚୀନ ବଡ ଚତୁରତାର ସହ ପ୍ରଥମେ ନେପାଳକୁ ଆଗକୁ ନେଇ ସୀମା ବିବାଦକୁ ବଢାଇବା ପାଇଁ ଚାହିଁଲା ଏବଂ ପୁଣି ନିଜେ ଲଦାଖରେ ନିଜର ସେନାଙ୍କୁ ଆଗକୁ ପଠାଇ ଦେଲା । ଭାରତର ରାଜନୈତିକ ନେତୃତ୍ଵ, କୂଟନୀତିକ ବିଶେଷଜ୍ଞ ଏବଂ କୌଶଳୀ ଯୋଦ୍ଧାମାନେ ବଡ ସତର୍କତା ଏବଂ ସଂଯମତାର ସହିତ ରଣନୀତି ଉପରେ ଆକ୍ରମଣ ଆଭିମୁଖ୍ୟ ଗ୍ରହଣ କରିଥିଲେ । ଏହାର ଫଳସ୍ୱରୂପ ନେପାଳ ସଂସଦରେ ନକ୍ସା ସମ୍ବନ୍ଧିତ ବିଲ ଉପସ୍ଥାପନ କଲା ନାହିଁ । ଏହି ଠାରେ ଚୀନର ସବୁଠାରୁ ବଡ ପରାଜୟ ହେଲା ।

ନେପାଳ ସଂସଦରେ ନିଜର ଯୋଜନା ବିଫଳ ହେବା ଦେଖି ଚୀନ ଲଦାଖରୁ ପଛ ଘୁଞ୍ଚା ଦେବା ପାଇଁ ବାଧ୍ୟ ହୋଇଥିଲା । ଏଠାରେ ଭାରତୀୟ ସେନା କାର୍ଯ୍ୟକ୍ଷମ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ସେଠାରେ ଚୀନର ବିଦେଶ ମନ୍ତ୍ରାଳୟ ଏବଂ ଭାରତରେ ଚୀନର ରାଷ୍ଟ୍ରଦୂତ ଶାନ୍ତିର ସ୍ଵର ଉଠାଇଥିଲେ । ଏହି ଘଟଣାରେ ସବୁଠାରୁ ବଡ କ୍ଷତି ଏବଂ ଲଜ୍ୟା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ସହିବାକୁ ପଡିଛି ।

ଇମରାନ ଖାନ ଆଖି ଖୋଲିବା ମାତ୍ରେ ହିଁ ସକାଳୁ ସକାଳୁ ଭାରତ ବିରୁଦ୍ଧରେ ଟୁଇଟ କରିଥିଲେ । ଏହି ଟୁଇଟରେ ଇମରାନ ଖାନ ଭାରତର ପଡୋଶୀ ଦେଶ ସହିତ ସୀମା ବିବାଦକୁ ବଢାଇବା ପାଇଁ ଚେଷ୍ଟା କରିଥିଲେ । ଏହା ସହିତ ସେ ସବୁଥର ଭଳି ଭାରତର ମୁସଲମାନଙ୍କୁ ମଧ୍ୟ ପ୍ରତାରଣା କରିବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ଚୀନ ଆତ୍ମସମର୍ପଣ କରିବା ପରେ ଇମରାନ ଖାନ ପାଇଁ ମୁହଁ ଦେଖାଇବା କଷ୍ଟକର ହୋଇ ପଡୁଛି ।

ଭାରତରେ ଚୀନର ରାଷ୍ଟ୍ରଦୁତ ସନ ୱେଡୋଙ୍ଗ କନ୍ଫେଡରେଶନ ଅଫ ୟଙ୍ଗ ଲିଡର୍ସ ମିଟକୁ ସମ୍ବୋଧିତ କରିବା ସମୟରେ ଭାରତ ଏବଂ ଚୀନର ସଂପର୍କକୁ ଆହୁରି ଗଭୀର କରିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି । ସେ କହିଛନ୍ତି କି ଆମକୁ କେବେ ବି ନିଜର ମତଭେଦକୁ ନିଜର ସମ୍ପର୍କ ଉପରେ ପ୍ରଭାବ ପକାଇବାକୁ ଦେବା ଉଚିତ ନୁହେଁ । ଆମେ ଏହି ମତଭେଦକୁ କଥା ଦ୍ଵାରା ସମାଧାନ କରିବା ଉଚିତ ।

ସେ କହିଛନ୍ତି କି ଚିନ ଏବଂ ଭାରତ କୋଭିଡ-୧୯ ବିରୁଦ୍ଧରେ ଏକ ଯୁଦ୍ଧ ଲଢୁଛନ୍ତି ଏବଂ ଆମ ଉପରେ ନିଜର ସମ୍ପର୍କକୁ ଆହୁରି ଗଭୀର କରିବାର ଦାୟିତ୍ଵ ଅଛି । ସେ କହିଛନ୍ତି ଆମ ଯୁବକ ମାନଙ୍କୁ ଭାରତ ଏବଂ ଚୀନର ସମ୍ପର୍କକୁ ଅନୁଭବ କରିବା ଦରକାର । ଦୁଇ ଦେଶ ଜଣେ ଅନ୍ୟଜଣଙ୍କ ପାଇଁ ଅବସରର ଦ୍ଵାର ଅଟନ୍ତି । ଏହାପୂର୍ବରୁ ଚୀନ ବିଦେଶ ମନ୍ତ୍ରାଳୟ କହିଛନ୍ତି କି ଭାରତ ସହିତ ସୀମା ଉପରେ ପରିସ୍ଥିତି ସମ୍ପୂର୍ଣ ଭାବରେ ସ୍ଥିର ଏବଂ ନିୟନ୍ତ୍ରଣ ଯୋଗ୍ୟ ଅଟେ ।

ଲଦାଖରେ ଏଲଏସି ରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ କେବେ ହେଲେ ବି ଉତ୍ତେଜନାମୂଳକ କଥା କହିନାହିଁ କିନ୍ତୁ ମଙ୍ଗବାର ଦିନ ଖବର ଆସିଛି କି ଚୀନର ରାଷ୍ଟ୍ରପତି ଶି ଚୀନଫିଙ୍ଗ ନିଜର ସେନାଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତି । ଚୀନ ଦୁର୍ବଳ ପଡୋଶୀଙ୍କୁ କେବେ କେବେ ଋଣ ଦେଇ ଫସାଇ ଥାଏ ତ କେବେ ନିଜର ଶକ୍ତି ପ୍ରଦର୍ଶନ କରି ଡରେଇବାକୁ ଚେଷ୍ଟା କରିଥାଏ ।

ଭାରତ ଉପରେ ମଧ୍ୟ ସାମରିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥାଏ କିନ୍ତୁ ସେଥିରେ ସେ ସଫଳ ହୋଇ ପାରିନଥାଏ । ଡୋକଲାମ ପରେ ବର୍ତ୍ତମାନ ଲାଦାଖରେ ବି ଏମିତି ହିଁ ହୋଇଛି । ପ୍ରଥମେ ଚୀନ ବିଦେଶ ମନ୍ତ୍ରାଳୟ ସୀମା ଉପରେ ଭାରତ ସହିତ ସ୍ଥିତିକୁ ସାମାନ୍ୟ କହିଥିବା ସମୟରେ ବର୍ତ୍ତମାନ ଭାରତରେ ଚୀନର ରାଷ୍ଟ୍ରଦୂତ ମତଭେଦକୁ କଥାବାର୍ତ୍ତା ହୋଇ ସାମାଧାନ କରିବା ପାଇଁ ଜୋର ଦେଇଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।