ଭାରତ ଦ୍ଵାରା ଅବିଷ୍କୃତ ଏହି ୫ଟି ଜିନିଷ ଆଜି ପୁରା ଦୁନିଆ ବ୍ୟବହାର କରୁଛି, ପ୍ରଥମ ଜିନିଷ ସମସ୍ତଙ୍କର ପସନ୍ଦ ଅଟେ

ଭାରତ ପୁରା ଦୁନିଆରେ ନିଜର ଏକତା କାରଣରୁ ଜଣାଶୁଣା ଅଟେ । ଏହା ସହିତ ଭାରତକୁ ଲୋକ ତାହାର ସଂସ୍କୃତି ଏବଂ ପରମ୍ପରା ପାଇଁ ଜାଣିଥାନ୍ତି । ଭାରତରେ ସବୁ ପ୍ରକାରର ଲୋକ ରୁହନ୍ତି । ଭାରତ କେତେକ ମାମଲାରେ ଦୁନିଆରେ ସବୁଠାରୁ ଆଗରେ ଅଛି । ଯଦି ଆମେ ବୁଦ୍ଧି ବିଷୟରେ କଥା ହେବା ତାହେଲେ ଭାରତୀୟଙ୍କ ବୁଦ୍ଧି ଦୁନିଆର ସବୁଠାରୁ ଭଲ ବୁଦ୍ଧି ଅଟେ । ଭାରତର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଜି ମଧ୍ୟ ସମସ୍ତଙ୍କ ଠାରୁ ଆଗରେ ଅଛି ।

ସବୁଠାରୁ ଶୀଘ୍ର ବିକାଶ କରୁଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଆଗରେ ଅଛି । ଭାରତ ଦୁନିଆକୁ ଅନେକ ଜିନିଷ ଦେଇଛି ଯେଉଁ କାରଣରୁ ଦୁନିଆର ଅନେକ କାମ ସହଜ ହେଉଛି । ଭାରତ ସମଗ୍ର ବିଶ୍ଵକୁ ଶୂନ ଦେଇଛି । ପାଟନାରେ ଜଣ ଗ୍ରହଣ କରିଥିବା ଆର୍ଯ୍ୟଭଟ୍ଟ ୫ତମ ଶତାଦ୍ଧିରେ ଶୂନ ଆବିଷ୍କାର କରିଥିଲେ ଏବଂ ସେ ପ୍ରଥମେ କହିଥିଲେ କି ଭାରତ ନିଜର ଅକ୍ଷରେ ବୁଲି ସୂର୍ଯ୍ୟ ଚାରିପଟେ ବୁଲିଥାଏ ଏବଂ ଚନ୍ଦ୍ର ପୃଥିବୀର ଉପଗ୍ରହ ଅଟେ ଯାହା ପୃତିବି ଚାରିପଟେ ବୁଲୁଛି । ଆଜି ଆମେ ଆପଣଙ୍କୁ ଏମିତି ୫ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଭାରତ ଆବିଷ୍କାର କରିଛି ।

ଏହି ଜିନିଷ ଭାରତ ସାରା ଦୁନିଆକୁ ଦେଇଛି

ସାମ୍ପୁ

କିଛି ଲୋକ ଏହା କହିଛନ୍ତି କି ସବୁଠାରୁ ପ୍ରଥମେ ସାମ୍ପୁର ବ୍ୟବହାର ମିଶର ସଭ୍ୟତାରେ ହୋଇଥିଲା । କିନ୍ତୁ ସତ କଥା ହେଉଛି କି ସାମ୍ପୁର ବ୍ୟବହାର ସବୁଠାରୁ ପ୍ରଥମେ ୧୫ତମ ଶତାଦ୍ଧିରେ ଭାରତରେ କରାଯାଉଥିଲା । ଭାରତରେ ସେହି ସମୟରେ ଅନେକ ପ୍ରସାଧନ ସାମଗ୍ରୀ ତିଆରି କରାଯାଇଥିଲା । ସେହି ସମୟରେ ବାଳ ଧୋଇବା ପାଇଁ ଫଳର ମଞ୍ଜି ବ୍ୟବହାର କରାଯାଉଥିଲା । ଏଥିରେ ଅନେକ ଜଡୀବୁଟୀ ମଧ୍ୟ ମିଶାଯାଉ ଥିଲା । ଇଂରେଜମାନେ ଏହି ରେସିପିକୁ ୟୁରୋପ ଏବଂ ଇଂଲଣ୍ଡରେ ପହଞ୍ଚାଇଲେ, ଏହା ପରେ ସାରା ଦୁନିଆରେ ସାମ୍ପୁ ସାମନାକୁ ଆସିଲା ।

ରେଡିଓ ବ୍ରଡକାସ୍ଟ

ଇଞ୍ଜିନିୟର, ବିଶେଷଜ୍ଞ ଏବଂ ନୋବେଲ ପୁରସ୍କାର ବିଜେତା ମାର୍କୋନୀଙ୍କୁ ସାରା ଦୁନିଆରେ ରେଡିଓର ଜନକ ଭାବେ ଜାଣିଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଭାରତୀୟ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବସୁ ସବୁଠାରୁ ପ୍ରଥମେ ମିଲିମିଟର ପରିସର ରେଡିଓ ତରଙ୍ଗ ମାଇକ୍ରୋବସର ବ୍ୟବହାରର ଘଣ୍ଟି ବଜାଇବା ପାଇଁ କରିଥିଲେ । ଏହି ମାଇକ୍ରୋବ୍ସ ମାଧ୍ୟମରେ ୱାୟାରଲେସ ରେଡିଓ ବ୍ରଡକାସ୍ଟର ଆବିଷ୍କାର କରାଯାଇଥିଲା ।

ଫାଇବର ଅପ୍ଟିକ୍ସ

ଆଜି ସମଗ୍ର ବିଶ୍ଵ ଇଣ୍ଟରନେଟର ଦିଵାନା ଅଟେ । ଏହା ବିନା ଆଜିର ସମୟରେ କୌଣସି ବି କାମ ସମ୍ଭବ ନୁହେଁ । କିନ୍ତୁ କମ ଲୋକ ଜାଣିଛନ୍ତି କି ଏହାର ଶ୍ରେୟ ଭାରତକୁ ହିଁ ମିଳିଥାଏ । ପଞ୍ଜାବର ମୋଗାରେ ଜନ୍ମ ହୋଇଥିବା ନରୀନ୍ଦର ସିଂହ ନାଗନି ହିଁ ଫାଇବାର ଅପ୍ଟିକ୍ସର ଆବିଷ୍କାର କରିଥିଲେ । ତାଙ୍କୁ ଫାଇବାର ଅପ୍ଟିକ୍ସର ଜନକ ବୋଲି କୁହାଯାଏ । ୧୯୬୦ରେ ଫାଇବର ଅପ୍ଟିକ୍ସ ଉପରେ ଲେଖାଯାଇ ଥିବା ତାଙ୍କ ଲେଖା ସାଇଣ୍ଟିଫିକ ଆମେରିକନରେ ପ୍ରକାଶିତ କରାଯାଇଥିଲା ଏବଂ ଏହି କାରଣରୁ ଫାଇବାର ଅପ୍ଟିକ୍ସକୁ ସ୍ଥାପନ କରାଯାଇଥିଲା ।

ଚେସ ଏବଂ ସାପ-ସିଢି

ସାପ-ସିଢି ଆଜି ସାରା ଦୁନିଆରେ ଖେଳା ଯାଉଛି । ଏହା ସହିତ ଚେସ ବୁଦ୍ଧିର ଖେଳ ରୂପରେ ସମଗ୍ର ଦୁନିଆରେ ପ୍ରସିଦ୍ଧ ଅଟେ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାର ପ୍ରତିଯୋଗୀତା ମଧ୍ୟ ହୋଇଥାଏ । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି କି ଏହି ଦୁଇଟି ଖେଳର ଉତ୍ପତି ଭାରତରେ ହିଁ ହୋଇଥିଲା । ସାପ-ସିଢି ଖେଳକୁ ପ୍ରଥମେ ଭାରତରେ ମୋକ୍ଷପାତ ନାମରେ ଜଣାଯାଉଥିଲା । ଚେସ ଖେଳ ଆଜିକୁ ୧୫୦୦ ବର୍ଷ ପୁରୁଣା ଅଟେ । ସୂଚନା ଅନୁସାରେ ଭାରତରୁ ଏହି ଖେଳ ଫାରସ ପହଞ୍ଚିଥିଲା ଏବଂ ସେଠାରୁ ଆରବ ଦେଇ ୟୁରୋପରେ ପହଞ୍ଚିଥିଲା ।

ୟୁଏସବି ପୋର୍ଟ

ଆଜି ବିଶ୍ଵରେ ଲୋକପ୍ରିୟ ଇଉଏସବିଆଇ ପୋର୍ଟ ଆବିଷ୍କାର ଭାରତରେ ହିଁ କରାଯାଇଥିଲା । କମ୍ପ୍ୟୁଟର ବୈଜ୍ଞାନିକ ଅଜୟ ଭଟ୍ଟ ଏହାର ଆବିଷ୍କାର କରିଥିଲେ । ଏହା ସାହାଯ୍ୟରେ ସମସ୍ତ ଇଲୋକ୍ଟ୍ରୋନିକ୍ସ ଉପକରଣକୁ ଯୋଡିବାରେ ସାହାଯ୍ୟ ମିଳିଥାଏ । ୧୯୯୦ରେ ଅଜୟ ଭଟ୍ଟ ଏବଂ ତାଙ୍କର ଟିମ ମିଶି ଏହାର କାମ ଆରମ୍ଭ କରିଥିଲେ । ଏଥିପାଇଁ ୨୦୧୩ରେ ଭଟ୍ଟଙ୍କୁ ୟୁରୋପୀୟ ଇଂଭେଣ୍ଟର ଆୱାର୍ଡରେ ମଧ୍ୟ ସଂମ୍ମାନିତ କରାଯାଇଥିଲା ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।