ଭାରତ-ଜିମ୍ବାୱେ ମ୍ଯାଚକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଏହି ପାକିସ୍ତାନୀ ଅଭିନେତ୍ରୀ, କହିଲେ, “ଭାରତ ମ୍ଯାଚ ହାରିଲେ ମୁଁ ଏହି ଖେଳାଳିଙ୍କୁ ବିବାହ କରିବି…!”

ଆଜି ଭାରତ ଓ ଜିମ୍ବାୱେ ଖେଳିବେ ଟି-୨୦ ବିଶ୍ଵକପର ସେଶ ଲିଗ୍ ମ୍ଯାଚ । ଆଉ ଏହି ମ୍ଯାଚରେ ଯଦି ଜିମ୍ବାୱେ ଭାରତକୁ ପରାଜିତ କରେ ତେବେ ଜଣେ ସୁନ୍ଦରୀ ଯୁବତୀ ଜିମ୍ବାୱେ ଖେଳାଳିଙ୍କୁ ବିବାହ କରିବେ । ଏମିତି ଏକ ଅଜବ ପ୍ରସ୍ତାବ ଦେଇଛନ୍ତି ଜଣେ ସୁନ୍ଦରୀ ଯୁବତୀ । ଏହି ଯୁବତୀ ଜଣକ ହେଉଛନ୍ତି ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରି । ସେ ଏମିତି ଏକ ପ୍ରସ୍ତାବ ଦେଇଛନ୍ତି ଯାହା ଶୁଣିବା ଲୋକ ତାଜୁବ ହୋଇ ଯାଉଛନ୍ତି ।

ଆଜିର ମ୍ଯାଚରେ ଜିମ୍ବାୱେ ଯଦି ଭାରତକୁ ହରାଏ ତେବେ ଜିମ୍ବାୱେର କେଉଁ ଜଣେ କଳା ଖେଳାଳିଙ୍କୁ ଏହି ପାକିସ୍ତାନୀ ସୁନ୍ଦରୀ ବିବାହ କରିବେ । ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଦୌଡରେ ଥିବା ବେଳେ ଏବେ କିନ୍ତୁ ସଂପୂର୍ଣ୍ଣ ବଦଳି ଯାଇଛି ଏହି ସମୀକରଣ । ଆଜିର ମ୍ଯାଚରେ ଯଦି ଭାରତ ହାରିବ ତେବେ ପାକିସ୍ତାନ ପାଇଁ ସେମିଫାଇନାଲ ରାସ୍ତା ସଫା ହୋଇଯିବ । ତେଣୁ ଏହି ପାକିସ୍ତାନୀ ଅଭିନେତ୍ରୀ ଭାରତର ଏହି ମ୍ଯାଚର ଗୁରୁତ୍ଵକୁ ଆଖିରେ ରଖି ସାମାଜିକ ଗଣମାଧ୍ୟମରେ ଏଭଳି ଏକ ବିବାଦୀୟ ପ୍ରସ୍ତାବ ରଖିଛନ୍ତି ।

ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ପାକିସ୍ତାନ କ୍ରିକେଟକୁ କୁଆଡେ ଏତେ ଭଲ ପାଆନ୍ତି ଯେ ସେଥିପାଇଁ କୁଆଡେ ସେ କିଛିବି କରିପାରନ୍ତି । ସେଥିପାଇଁ ଆଜିର ମ୍ଯାଚ ତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ପାକିସ୍ତାନ ଟିମ୍ ପଡିଆକୁ ନ ଓହ୍ଲାଇ ମଧ୍ୟ ଆଜି ଭାରତ ଏବଂ ଜିମ୍ବାୱେ ମ୍ଯାଚରେ ରହିଛି ଏହି ସୁନ୍ଦରୀଙ୍କ ସମେତ ପୁରା ପାକିସ୍ତାନର ନଜର ।

କାରଣ ଜିମ୍ବାୱେ ଆଜି ଯଦି ଭାରତକୁ ହରାଇ ଦେଉଛି ତେବେ ପାକିସ୍ତାନ ସେମିଫାଇନାଲ ଖେଳିବାର ସମ୍ଭାବନା ବଢିଯାଉଛି । କିନ୍ତୁ ଯଦି ଭାରତ ଜିମ୍ବାୱେକୁ ହରାଇ ଦେବ ତେବେ ପାକିସ୍ତାନ ଯେଉଁଠି ଅଛି ସେଇଠି ହିଁ ରହିଯିବ । ସେଥିପାଇଁ ଆଜିର ମ୍ଯାଚ ପାକିସ୍ତାନ ପାଇଁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜିମ୍ବାୱେ ଦଳର ମନୋବଳକୁ ଦୃଢ କରିବା ପାଇଁ ଏହି ପାକିସ୍ତାନୀ ସୁନ୍ଦରୀ ଏଭଳି ପ୍ରସ୍ତାବ ରଖିଛନ୍ତି । ସେ ସିଧା କହିଛନ୍ତି, ଯଦି ତୁମେ ଭାରତକୁ ହରାଇବ ତେବେ ତୁମ ଦେଶର କେଉଁ ଜଣେ ଖେଳାଳିଙ୍କୁ ମୁଁ ବିବାହ କରିବି ।

ତେବେ ପୂର୍ବରୁ ମଧ୍ୟ ଅନେକ ଥର କ୍ରିକେଟ ସମ୍ବନ୍ଧିତ ବିବାଦୀୟ ମନ୍ତବ୍ୟ ଦେଇ ସେହେର ଶିନୱାରି ଚର୍ଚ୍ଚାରେ ରହିଛନ୍ତି । ତେବେ ଦେଖାଯାଉ ଆଜିର ମ୍ଯାଚରେ କିଏ କାହାକୁ ପରାସ୍ତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।