ଇଏ ହେଉଛି ଭାରତର ସବୁଠୁ ଦାମୀ ହୋଟେଲ, ସମସ୍ତ ଅତ୍ୟାଧୁନିକ ସୁବିଧା ସାଙ୍ଗକୁ ରହଣି ଖର୍ଚ୍ଚ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ଦାମୀ ହୋଟେଲ କହିଲେ ତା’ର ଆସବାବପତ୍ର ଓ ସାଜସଜ୍ଜା ଠାରୁ ଆରମ୍ଭ କରି ରହଣି ଖର୍ଚ୍ଚ ଏବଂ ସବୁପ୍ରକାରର ଅତ୍ୟାଧୁନିକ ସୁଖ ସୁବିଧାକୁ ବୁଝାଇଥାଏ । ଏହି ସବୁକୁ ତୁଳନା କଲେ ଆମ ଭାରତରେ ଏଭଳି ଏକ ହୋଟେଲ ଅଛି ଯାହା କେବଳ ଭାରତର ନୁହେଁ ବରଂ ସମଗ୍ର ଏସିଆର ସବୁଠାରୁ ଦାମୀ ହୋଟେଲ ବୋଲି ବିବେଚନା କରାଯାଇଛି । ଏହି ହୋଟେଲଟି ରହିଛି ରାଜସ୍ଥାନର ଜୟପୁରରେ । ପିଙ୍କ ସିଟି ଭାବେ ଜଣାଶୁଣା ଜୟପୁର ସହର ନିଜ ସଂସ୍କୃତି ଓ ଐତିହାସିକ ଶୌଧ ଗୁଡିକ ପାଇଁ ସାରା ବିଶ୍ବରେ ଏକ ସ୍ଵତନ୍ତ୍ର ସ୍ଥାନ ଅର୍ଜନ କରିଛି ।

ନିଜର ଅନନ୍ୟ ପୃଷ୍ଠଭୂମି ପାଇଁ ଜୟପୁର ସହର ସାରା ବିଶ୍ଵର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ଏହାକୁ ଦୃଷ୍ଟିରେ ରଖି ସେଠାରେ ଥିବା ରାଜପ୍ରାସାଦ ମାନଙ୍କରେ ଏକାଧିକ ପଞ୍ଚତାରକା ହୋଟେଲ ମାନ ପ୍ରସ୍ତୁତ କରାଯାଇଛି । ତେବେ ସେଗୁଡିକ ମଧ୍ୟରୁ ‘ଦି ରାଜ୍ ପ୍ୟାଲେସ’ ହେଉଛି ସବୁଠାରୁ ଅଧିକ ରାଜକୀୟ ଓ ମହଙ୍ଗା ହୋଟେଲ । ଏହି ପ୍ୟାଲେସଟି ଜୟପୁର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଠାରୁ ପାଖାପାଖି ୧୩ କିମି ଦୂରରେ ଅବସ୍ଥାନ କରୁଛି ।

ଅତ୍ୟାଧୁନିକ ଓ ଅଦ୍ଭୁତ ପାରମ୍ପରିକ ନିର୍ମାଣ କଳାର ଏକ ଅଦ୍ଭୁତ ସମ୍ମିଶ୍ରଣ ଏହି ପ୍ୟାଲେସଟି । ଏହାକୁ ଭାରତର ସର୍ବୋତ୍ତମ ଐତିହାସିକ ହୋଟେଲ ଭାବେ ପରିଗଣିତ କରାଯାଏ । ମୋଗଲ ଓ ଆଧୁନିକ କଳା କୌଶଳର ଏହି ସୁନ୍ଦର ମିଶ୍ରଣ ଥିବା ଏହି ହୋଟେଲଟି ହେଉଛି ଜୟପୁରର ସବୁଠୁ ପୁରୁଣା ରାଜପ୍ରାସାଦ । ଏହି ହୋଟେଲର ନିର୍ମାଣ ଶୈଳୀ ଓ ସାଜସଜ୍ଜା ପର୍ଯ୍ୟଟକଙ୍କୁ ସମୋହିତ କରିବା ପାଇଁ ଯଥେଷ୍ଟ ଅଟେ ।

ଦି ରାଜ୍ ପ୍ୟାଲେସରେ ମୋଟ ୭୮ଟି ବିଳାସପୂର୍ଣ୍ଣ କୋଠରି ରହିଛି । ଆଉ ପ୍ରତିଟି କୋଠରୀର ମାର୍ବଳ କାନ୍ଥ ମୋଗଲ ସମୟର ନିଖୁଣ ଚିତ୍ରକଳାରେ ସୁସଜ୍ଜିତ । ଏଠାରେ ପର୍ଯ୍ୟଟକଙ୍କୁ ରୂପା ପଲଙ୍କରେ ଶୋଇବାକୁ ଦିଆଯିବ ସହ ସୁନା ଥାଳିରେ ଖାଦ୍ଯ ପରଶା ଯାଇଥାଏ । ଏହି ହୋଟେଲରେ ବାଥରୁମ୍ ରେ ମଧ୍ୟ ସୁନାର ଟ୍ୟାପ ଲାଗିଛି । ଏହି ହୋଟେଲରେ ଥିବା ସ୍ଵତନ୍ତ୍ର କୋଠରୀ “ଦରବାର ସ୍ବାଇଟ” ରେ ଗୋଟିଏ ରାତି ରହିବା ପାଇଁ ୧୮ ଲକ୍ଷ ଟଙ୍କା ଗଣିବାକୁ ପଡିଥାଏ ।

ଏହି ସ୍ଵତନ୍ତ୍ର କୋଠରୀକୁ ୭ଟି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି, ଯଥା:- ହେରିଟେଜ ରୁମ୍, ପ୍ରିମିୟର ରୁମ୍, ହିଷ୍ଟୋରିକାଲ ରୁମ୍, ପ୍ରେଷ୍ଟିଜ ସ୍ବାଇଟ, ପ୍ୟାଲେସ ସ୍ବାଇଟ, ମହାରାଜା ପାଭିଲିୟନ ଓ ଶାହି ମହଲ । ଏହି ଶାହି ମହଲରେ ରହଣି ଖର୍ଚ୍ଚ ହେଉଛି ସବୁଠୁ ମହଙ୍ଗା । ଏଥିରେ ରାତିକ ପାଇଁ ରହଣି ଖର୍ଚ୍ଚ ହେଉଛି ୩୩ ଲକ୍ଷ ଟଙ୍କା ।

ଏଠାରେ କେବଳ କୋଠରୀର ସାଜସଜ୍ଜା ନୁହେଁ ବରଂ ସବୁ ପ୍ରକାରର ଅତ୍ୟାଧୁନିକ ଟେକ୍ନୋଲୋଜି ଉପଲବ୍ଧ ହେବ ସହ ସ୍ପା, ସୁଇମିଂ ପୁଲ୍, ଯୋଗ ବ୍ୟାୟାମ କରିବାର ସୁବିଧା ମଧ୍ୟ ରହିଛି । କେବଳ ଏତିକି ନୁହେଁ ବରଂ ପର୍ଯ୍ୟଟକଙ୍କ ପାଇଁ ବାହାରେ ବୁଲିବାକୁ ହାତୀ ସଫାରି ସିଟି କ୍ୟାବ ମଧ୍ୟ ରହିଛି । ଏହି ଭବ୍ୟ ହୋଟେଲ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ସେଲିବ୍ରିଟି ମାନଙ୍କର ୱେଡିଙ୍ଗ ହବ୍ ମଧ୍ୟ ରହିଆସିଛି । ଏଠାରେ ଫିଲ୍ମ ବୋଲ ବଚନର ଶୁଟିଙ୍ଗ ମଧ୍ୟ ହୋଇଥିଲା ।

ଏହାସହ ଅକ୍ଷୟ କୁମାରଙ୍କ ଫିଲ୍ମ ଭୁଲଭୁଲେୟା ମଧ୍ୟ ଏହି ହୋଟେଲରେ ଶୁଟିଙ୍ଗ ହୋଇଥିଲା । ଭରତ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ହୋଟେଲକୁ ୨୦୦୭ ରେ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର ଶ୍ରେଣୀରେ ସର୍ବଶ୍ରେଷ୍ଠ ଐତିହ୍ୟ ହୋଟେଲର ମାନ୍ୟତା ମିଳିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।