ବରର ଗୋଡ ଭାଙ୍ଗିଗଲା ବିବାହ ହେବା ପୂର୍ବରୁ , କନ୍ୟା କରିଲା ଏମିତି କାମ କି ସବୁଆଡେ ତାଙ୍କ ପ୍ରଶଂସା

ଭାରତରେ ବିବାହ କେବଳ ଏକ ପ୍ରଥା ନୁହେଁ ଏହା ଦୁଇ ଆତ୍ମାର ମିଳନ ହୋଇଥାଏ । ଏହି ବିବାହରେ ଅଗ୍ନିକୁ ସାକ୍ଷୀ ରଖି ପତି ପତ୍ନୀ ସାତ ଜନ୍ମ ପାଇଁ ଦୁହେଁ ଦୁହିଁଙ୍କର ସାଥି ହୋଇଥାନ୍ତି । ଜୀବନରେ କେତେ ବି ଝଡ ଝଞ୍ଜା ଆସୁ ସବୁବେଳେ ଦୁହେଁ ଦୁହିଁଙ୍କ ସାଥିରେ ଥାଆନ୍ତି । ଯଦି ଆପଣଙ୍କ ପ୍ରେମ ସଚ୍ଚା ଅଟେ ତେବେ ଆପଣ କେବେ ବି ନିଜ ଜୀବନ ସାଥିଙ୍କ ହାତ ଛାଡନ୍ତି ନାହିଁ । ଏହି କଥାର ଉଦାହରଣ ଏବେ ଇନ୍ଟରନେଟରେ ଫଟୋ ମାଧ୍ୟମରେ ବହୁତ ଭାଇରାଲ ହେଉଛି ।

ପ୍ରକୃତରେ ବର୍ତ୍ତମାନ ସୋସିଆଲ ମିଡିଆରେ କିଛି ଫଟୋ ବହୁତ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ବର ହ୍ଵିଲ ଚେୟାରରେ ବସିଛି ଓ କନ୍ୟା ପଛରୁ ହ୍ଵିଲ ଚେୟାରକୁ ଧକ୍କା ଦେଉଛି । ଫଟୋରେ ଦୁଇ ଜଣ ବହୁତ ଖୁସି ଥିବାର ନଜର ଆସୁଛନ୍ତି । ଏହା ସ୍ପଷ୍ଟ ଜଣା ପଡୁଛି କି ଦୁହେଁ ବିବାହ କରିବା ପାଇଁ ଯାଉ ଛନ୍ତି ।

ସୂଚନା ଅନୁସାରେ ବର ବିବାହ ପୂର୍ବରୁ ବ୍ୟାଚେଲର ପାର୍ଟି କରୁଥିଲା । ସେଠାରେ ବର ଏତେ ମସ୍ତି କଲା କି ନିଜର ଗୋଡକୁ ହିଁ ଭାଙ୍ଗିଦେଲା । ତା’ର ଗୋଡକୁ ବ୍ୟାଣ୍ଡେଜ କରାଗଲା ଓ ସେ ଚଲା ବୁଲା କରିବା ପାଇଁ ହ୍ଵିଲ ଚେୟାର ର ସାହାର୍ଯ୍ୟ ନେଲା । ଏହି ଘଟଣା ହେଲା ପରେ ବି କନ୍ୟା ବୁଦ୍ଧିମତା ଓ ଭଲ ପାଇବା ଦେଖାଇ ବରକୁ ପୁରା ସପୋର୍ଟ କଲା । ଏହି କପଲ କଠିନ ପରିସ୍ଥିତିରେ ମଧ୍ୟ ଖୁସି ଖୁସି ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ।

ଏହି ପୁରା ମାମଲାରେ କନ୍ୟାର ବଡ ପ୍ରଶଂସା କରାଯାଉଛି । ତା ମୁହଁର ହସରୁ ସ୍ପଷ୍ଟ ଜଣା ପଡୁଛି କି ସେ ତାର ହେବାକୁ ଯାଉଥିବା ସ୍ଵାମୀ ସହିତ ବହୁତ ଖୁସି ଅଟେ, ତା’ର ଅବସ୍ଥା ଯେପରି ହେଉ ମଧ୍ୟ ତାକୁ କିଛି ଫରକ ପଡୁ ନାହିଁ । କନ୍ୟା ନିଜେ ଏହି ନିସ୍ପତି ନେଲା କି ବିବାହ ସମୟରେ ସେ ବର ସହିତ ହିଁ ଏଣ୍ଟ୍ରି କରିବ, ଯାହା ଦ୍ଵାରା ତାକୁ ସପୋର୍ଟ ମିଳି ପାରିବ ।

ଏହା ଆମ ଦେଶର ବିଶେଷତ୍ତ୍ଵ ଅଟେ । ଗୋଟିଏ ଝିଅ ଯେତେବେଳେ ଜଣଙ୍କୁ ନିଜର ହୃଦୟ ଦେଇଥାଏ ସେ ଜୀବନ ସାରା ତା ହାତ ଛାଡି ନଥାଏ । ସୋସିଆଲ ମିଡିଆରେ ବି ଲୋକମାନେ କହୁଛନ୍ତି କି ବର ବହୁତ ଲକି ଅଟେ କି ତାକୁ ଏତେ ଭଲ ପାଉଥିବା ଓ ସପୋର୍ଟ କରୁଥିବା କନ୍ୟା ମିଳିଛି ।