କରୋନାରୁ ଠିକ ହେଇଥିବା 90% ଲୋକଙ୍କର ଫୁସଫୁସ ହେଉଛି ଖରାପ, ଅଧିକାଂଶ ଏହି ରୋଗରେ ପୀଡିତ

ଚୀନରେ କରୋନା ର ନୂଆ ଚିତ୍ର ସାମନାକୁ ଆସିଲା । ମହାମାରୀ ର କେନ୍ଦ୍ର ରହି ସାରିଥିବା ୱୂହାନ ରେ କରୋନା ରେ ଭଲ ହୋଇଥିବା ଅଧିକାଂଶ ଲୋକଙ୍କ ଫୁସଫୁସ ଖରାବ, କିଛି ଲୋକଙ୍କର ରିପୋର୍ଟ ପୁଣି ଥରେ positive ଆସିବା ପରେ Quarentine ରେ ରଖା ଯାଇଅଛି । ଅସଲ ରେ, ବୁହାନ ସହର ରୁ ଠିକ ହୋଇଥିବା କୋଭିଡ-19 ରୋଗୀ ମାନଙ୍କ ସାମ୍ପଲ ନିଆ ଯାଇଥିଲା, ଯାହାର ରିପୋର୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

ରିପୋର୍ଟ ରେ 90% ରୋଗୀ ଙ୍କର ଫୁସଫୁସ ଖରାବ ହୋଇଥିବାର କଥା ସାମ୍ନାକୁ ଆସିଛି ଏବଂ 5% ରୋଗୀଙ୍କର ପୁଣି ଥରେ ରିପୋର୍ଟ positive ଆସିଥିବାର ଜଣା ପଡିଛି । ବୁହାନ ବିଶ୍ଵ ବିଦ୍ୟାଳୟ ର ଝୋଂଗନନ ହସ୍ପିଟଲ ର ଦେଖା ରଖା କରୁଥିବା ନିର୍ଦେଶକ Peng Zhiyong ଙ୍କ କହିବା ଅନୁସାରେ ଗୋଟେ ଗୃପ April ମାସ ରୁ ଭଲ ହେଇସାରିଥିବା ୧୦୦ ଜଣ ରୋଗୀ ଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପୁଣି ଥରେ କରୁଅଛି ।

ରୋଗୀଙ୍କ ଆଭରେଜ ବୟସ ୫୯

ଏକ ବର୍ଷ ଚାଲିବାକୁ ଥିବା ଏହି କାର୍ଯକ୍ରମ ର ପ୍ରଥମ ପର୍ଯ୍ୟାୟ ଜୁଲାଇ ମାସ ରେ ସମାପ୍ତ ହୋଇଛି । ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ବୟସ ଅଧିକାଂଶ 59 ବର୍ଷ ଅଟେ, ଚୀନ ସରକାର ଙ୍କ ମୁଖ୍ୟ ଖବର କାଗଜ ଗ୍ଲୋବାଲ ଟାଇମସ ରେ ପ୍ରକାଶ ପାଇଛି ଯେ ଆଗରୁ ସୁସ୍ଥ ହୋଇଥିବା 90% ଲୋକଙ୍କ ଫୁସଫୁସ ଏବେ ମଧ୍ୟ ଖରାପ ସ୍ଥିତି ରେ ଅଛି, ଖବର କାଗଜ ଅନୁସାରେ ରୋଗୀଙ୍କ ଫୁସଫୁସ ରେ ପବନ ର ଗତି ଆଉ ଗ୍ଯାସ ଏକ୍ସଚେଞ୍ଜ ପୂର୍ବ ପରି ହେଉନାହିଁ ।

ପେଙ୍ଗ ଙ୍କ ଟୀମ ରୋଗୀଙ୍କର ବହୁତ ପ୍ରକାରର ପରୀକ୍ଷା କରିସାରିଲେଣି, ଯେଉଁଥିରେ ଚଲା ବୁଲା ମଧ୍ୟ ସାମିଲ ଥିଲା, ଯାହାର ରେଜଲ୍ଟ ଏହା ଆସିଲା କି ରୋଗ ରୁ ଠିକ ହୋଇଥିବା ଲୋକ 6 MIN ରେ 400 ମିଟର ହିଁ ଚାଲି ପାରୁଛନ୍ତି, ଯେତେବେଳେ କି ସୁସ୍ଥ ଲୋକ 500 ମିଟର ଚାଲିପାରିଥାନ୍ତି । ଏତିକି ନୁହେଁ ରୋଗ ରୁ ଠିକ ହାଇଥିବା ରୋଗୀଙ୍କୁ 3ମାସ ପରେ ଅକ୍ସିଜେନ ମେଶିନ ର ଆବଶ୍ୟକତା ପଡୁଛି ।

10% ରେ Antibodies ନାହିଁ

ଏହି ଖବର ସାମ୍ନା କୁ ଆସିଛି କି ନୂଆ କରୋନା ଭାଇରସ ପାଇଁ ବାହାରିଥିବା Antibodies ୧୦୦ ରୋଗୀଙ୍କ ମଧ୍ୟରୁ ୧୦% ରୋଗୀଙ୍କ ମଧ୍ୟରେ ଆଉ ନାହିଂ, ରିପୋର୍ଟ ଅନୁସାରେ କୋଭିଡ 19 ନୁକ୍ଲିଇକ ଏସିଡ ପରୀକ୍ଷା ରେ କେବଳ 5% ରେଜଲ୍ଟ ନେଗେଟିଭ ଆସିଛି, କିନ୍ତୁ ଇମ୍ଯୁନୋଗ୍ଲୋବୁଲିନ M (igm)ପରୀକ୍ଷାରେ ତାଙ୍କ ମଧ୍ୟରେ ସଂକ୍ରମଣ ମିଳିଛି, ଆଈଜିଏମ ଟେଷ୍ଟ ରେ ପଜିଟିଭ ଆସିବାର ମାନେ ଏହା କି ବ୍ୟକ୍ତି ଏବେ ମଧ୍ୟ ଭାଇରସ ଦ୍ଵାରା ସଂକ୍ରମିତ ଅଛନ୍ତି ।

କିନ୍ତୁ ଏହା ଏବେ ବି ସ୍ପଷ୍ଟ ହୋଇନାହିଁ କି କଣ ସୁସ୍ଥ ହୋଇସରିଥିବା ଲୋକ ପୁଣି ଥରେ କରୋନା ରୁ ଆକ୍ରାନ୍ତ ହେବେ କି? ଡକ୍ଟର କହିଛନ୍ତି କି ଏହା ଦ୍ଵାରା ଜଣାପଡିଛି କି ରୋଗୀଙ୍କ ଇମ୍ଯୁନ ସିସ୍ଟମ ଏବେ ବି ଠିକ ହେଉଅଛି । ଠିକ ହୋଇଥିବା ଲୋକଙ୍କ ମଧ୍ୟରୁ ଅଳ୍ପ ଲୋକ ହିଁ କାମକୁ ଫେରିଛନ୍ତି । ଏହି ପରି ଲାଟେସ୍ଟ ଖବର ପାଇବା ପାଇଁ ଆମକୁ ଫଲୋ କରନ୍ତୁ ।