ଏହି ମଣିଷକୁ ମୃତ ଭାବି ବନେଇଲେ କବର, କିନ୍ତୁ ବାହାରି ଆସିଲା ଜୀବନ୍ତ, ପୁରା ଘଟଣା ଜାଣନ୍ତୁ

ସାଧାରଣତଃ ଆଜିକାଲି ଏମିତି ସବୁ ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ବିଷୟରେ ଆପଣ ଜାଣିଲେ ବିଶ୍ଵାସ କରିବେ ନାହିଁ, ହେଲେ ଏହା ସତ । ଆଜି ଆମେ ଆପଣଙ୍କୁ ଏହିପରି ଏକ ଘଟଣା କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସ୍କଟଲ୍ୟାଣ୍ଡରେ ଟେୟସାଇଡ ନାମକ ଏକ ସ୍ଥାନ ଅଛି । ସେଠାରେ ରହୁଥିବା ୭୫ ବର୍ଷ ବୟସର ବୃଦ୍ଧ ଏଲନ ହେଟେଲ ଜିଅନ୍ତା ଅବସ୍ଥାରେ ହିଁ ନିଜ କବର ଦେଖିବାକୁ ମିଳିଲା । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏଲନ ୪ ମାସ ହେବ କୌଣସି ଲୋକର ସମ୍ପର୍କରେ ନ ଥିଲେ । ଏହି ସମୟରେ ସେ କାହାକୁ ସମ୍ପର୍କ କରିନଥିଲେ ଓ ଅନ୍ୟ କିଏ ମଧ୍ୟ ତାଙ୍କୁ ସମ୍ପର୍କ ବା କଲ୍ କରିନଥିଲେ । ଯେତେବେଳେ ସେ ଜାଣିବାକୁ ଚାହିଁଲେ ଏମିତି କାହିଁକି ହେଉଛି, ସେତେବେଳେ ଜଣା ପଡିଥିଲା କି ଘର ଲୋକ ତାଙ୍କୁ ମୃତ ଘୋଷଣା କରି ତାଙ୍କ କବର କରିଦେଇଛନ୍ତି ।

ସୂତ୍ର ଅନୁଯାୟୀ ଏଲନ ସେହି କବର ସ୍ଥାନରେ ପହଞ୍ଚି ଥିଲେ । ଯେତେବେଳେ ସେ ସେହି ସ୍ଥାନରେ ଥିବା ତାଙ୍କ କବରକୁ ଦେଖିଲେ ସେ ଆଶ୍ଚର୍ଯ୍ୟ ହେଇଗଲେ, ସେଠାରେ ତାଙ୍କ ପୂର୍ବ ପତ୍ନୀର କବର ମଧ୍ୟ ଥିଲା । ଏଲନ କହିଲେ କି ସେ ୨୬ ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଥିଲେ । ହେଲେ ତାଙ୍କ ପତ୍ନୀଙ୍କର ଇଛା ଥିଲା କି, ମରିବା ପରେ ଦୁଇ ଜଣଙ୍କ କବର ଗୋଟିଏ ସ୍ଥାନରେ ରହିବ ।

ଏଲନ କହିଲେ ସେ ତାଙ୍କ କବରକୁ ଦେଖି ଏଥିପାଇଁ ମଧ୍ୟ ଆଶ୍ଚର୍ଯ୍ୟ ହେଲେ କାରଣ ସେ ଚାହୁଁଛନ୍ତି ମରିବା ପରେ ତାଙ୍କ ଶରୀରର ଅନ୍ତିମ ସଂସ୍କାର ହେଉ ନା କି ତାଙ୍କୁ କବରରେ ପୋତା ଯାଉ ।

ତାଙ୍କ ମତରେ ଏହି କବର ପାଇଁ ତାଙ୍କର ସାମାଜିକ ଜୀବନ ନଷ୍ଟ ହେଇଯାଉଛି । ଲୋକମାନେ ତାଙ୍କୁ ମୃତ ଭାବୁଛନ୍ତି, ହେଲେ କେହି ଜାଣି ନାହାନ୍ତି କି ସେ ଜୀବନ୍ତ ଓ ସୁସ୍ଥ ଅଛନ୍ତି । ଏଲନ ତାଙ୍କର କବର ବନେଇବା ପଛରେ ଦୁଷ୍ଟ ଲୋକଙ୍କର ହାତ ଅଛି ବୋଲି କହିଲେ । ସେ କହିଲେ କି ଏମିତି ଅଜବ ଗଜବ ଜିନିଷ କରିବା ପାଇଁ ତାଙ୍କ ପତ୍ନୀଙ୍କୁ କେହି ଶିଖେଇଛି ।