ମାତ୍ର କୋଡିଏ ଟଙ୍କାରେ କୋମଳ ଚେହେରା, ଗହବା ବାଳ ଓ ଷ୍ଟ୍ରେଚମାର୍କ ହେବ ଦୂର, ଜାଣନ୍ତୁ କେମିତି

ଆଜି ଆମେ ଭିଟାମିନ E କ୍ୟାପସୁଲ ବିଷୟରେ ଆପଣଙ୍କୁ କହିବୁ । ଏହି କ୍ୟାପସୁଲ ଆପଣଙ୍କ କେସ ଓ ଚେହେରା ପାଇଁ ବହୁତ ଭଲ ଅଟେ । ଏହି କ୍ୟାପସୁଲ ଦ୍ଵାର ଆପଣଙ୍କ ଫଟା ଓଠକୁ ବି ଠିକ କରିଥାଏ । ଆଖି ତଳେ ଥିବା କଳା ଦାଗକୁ ମଧ୍ୟ ଠିକ କରିଥାଏ ଓ ଷ୍ଟ୍ରେଚ ମାର୍କକୁ ବି ଠିକ କରିଥାଏ । ଏହି କ୍ୟାପସୁଲକୁ କେଉଭଳି ବ୍ୟବହାର କରିବେ ଆଜି ଆମେ ଆପଣଙ୍କୁ କହିଦେଉଛୁ । ଏହି ଗୋଟିଏ କ୍ୟାପସୁଲର ଦାମ ୨୦ ଟଙ୍କା ଅଟେ ।

ଯାହାକି କୌଣସି ବି ଔଷଧ ଦୋକାନରେ ମିଳିଯିବ । ପ୍ରଥମେ ଏହି କ୍ୟାପସୁଲକୁ ଏକ ପିନ ଦ୍ଵାରା କଣା କରି ଏହା ଭିତରେ ଥିବା ଜେଲକୁ ଏକ ପ୍ଲେଟରେ ବାହାର କରି ଦିଅନ୍ତୁ ।

ଯଦି ଆପଣ ଚାହିଁବେ ଏହାକୁ କେସ ଓ ଗାଳରେ ବି ଲଗେଇ ପାରିବେ । ଏଥିରେ ଅଲିଭ ଅୟେଲ ମିଶେଇବା ଦ୍ଵାରା ଆପଣ ସହଜରେ କେସରେ ଲଗେଇ ପାରିବେ । ଯଦି ଆପଣ ପାଖରେ ଅଲିଭ ଅୟେଲ ନାହିଁ, ତେବେ ଆପଣ ଅଲଗା ତେଲ ମିଶାଇ କେସରେ ଲଗେଇ ପାରିବେ ।

ଭିଟାମିନ – E ରେ ଥିବା ଆଣ୍ଟି ଅକ୍ସିଡେନ୍ଟ ଆମର କେସ ଓ ଚେହେରା ପାଇଁ ବହୁତ ଲାଭକାରୀ ଅଟେ । ବର୍ତ୍ତମାନ ଆମେ ଆପଣଙ୍କୁ ଭିଟାମିନ – E କ୍ୟାପସୁଲକୁ କେଉଁଠି ଓ କିପରି ଭାବରେ ଆପଣ ବ୍ୟବହାର କରିବେ ସେହି ବିଷୟରେ କହି ଦେଉଛୁ । ଯଦି ଆପଣଙ୍କ ଓଠ ଫାଟିଛି ଏହା ସହିତ ନରମ ଓ ଚମକଦାର  କରିବାର ଅଛି ତେବେ ଏଥିପାଇଁ ସର୍ବ ପ୍ରଥମେ ଓଠକୁ ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ଭିଟାମିନ – E ଅୟେଲ ଦ୍ଵାରା ମସାଜ କରନ୍ତୁ ।

ଆପଣ ଚାହିଁବେ ତ ସିଧାସଳଖ ଜେଲକୁ ବାହାର କରି ସେଥିରେ ଅଧା ଚାମଚ ବାଦାମ ତେଲ ମିଶେଇ ବି ଲଗାଇ ପାରିବେ । ଏହାକୁ ଆପଣ ରାତିରେ ଶୋଇବା ସମୟରେ ବି ଲଗାଇ ପାରିବେ । ଯଦି ଆପଣଙ୍କ ଓଠ ରଙ୍ଗ କଳା ଅଛି ତ ଆପଣ ଏହାକୁ ଲଗାଇବା ଦ୍ଵାରା ଆପଣଙ୍କ ଓଠ ସୁନ୍ଦର ଓ ଗୋଲାପି ରଙ୍ଗର ହୋଇଯିବ । ଚେହରା ପାଇଁ ବହୁତ ଲାଭକାରୀ ଅଟେ । ଯଦି ଚେହାରରେ କିଛି ସମସ୍ୟା ଅଛି ଯେମିତି କି କଳା ଦାଗ, ବ୍ରଣ ଓ ଶୁଖିଲା ତ୍ଵଚା ଇତ୍ୟାଦି ତେବେ ଭିଟାମିନ – E କ୍ୟାପସୁଲକୁ ଲଗାଇବା ଦ୍ଵାରା ଏହା ଆପଣଙ୍କ ଚେହାରକୁ ମୋଶ୍ଚରାଇଜର ଓ ହାୟଡ୍ରେଡ ରଖିଥାଏ ।

ଆଣ୍ଟିରିଙ୍କଲ୍ସ ମାସ୍କ ବନାଇବା ପାଇଁ ପ୍ରଥମେ ଦୁଇଟି ଭିଟାମିନ – E କ୍ୟାପସୁଲର ଅୟେଲ  ଓ ସେଥିରେ ଏକ ଚାମଚ ଦହି, ଏକ ଚାମଚ ମହୁ, ଏକ ଚାମଚ ଲେମ୍ବୁ ରସ ମିଶାଇ ଚେହାରରେ ଲଗାଇ ଦିଅନ୍ତୁ । ଏହାକୁ ଚେହେରାରେ ଆପଣ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖି ପାଣିରେ ଧୋଇ ଦିଅନ୍ତୁ । ଏହାକୁ ଆପଣ ସପ୍ତାହକୁ ତିନି ଥର କରନ୍ତୁ । ଯଦି ଆପଣଙ୍କର ଚେହେରାରେ ବ୍ରଣ କିମ୍ବା ଦାଗ ରହିଛି ତେବେ ଆପଣ ସିଧା ସଳଖ ଭିଟାମିନ – E କ୍ୟାପସୁଲର ଜେଲ କୁ ବାହାର କରି ଲଗାଇ ଦିଅନ୍ତୁ ।

କିନ୍ତୁ ଏହାକୁ ଲଗାଇବା ପୂର୍ବରୁ ପ୍ରଥମେ ନିଜ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଭିଟାମିନ – E ଜେଲକୁ ଆପଣ ରାତିରେ ଶୋଇବା ପୂର୍ବରୁ ଚେହାରରେ ଲଗାନ୍ତୁ । ଏହାକୁ କରିବା ଦ୍ଵାରା ଆପଣ ଏକ ସପ୍ତାହ କିମ୍ବା ଦୁଇ ସପ୍ତାହ ମଧ୍ୟରେ ପର୍ଥକ୍ୟ ଦେଖିବେ । ଆଖି ପାଇଁ, ଆଖିରେ ଦେଖାଯାଉଥିବା କଳା ଦାଗକୁ ଦୂର କରିବା ପାଇଁ ଏହାର ବ୍ୟବହାର କରିପାରିବେ । ଏହି ଭିଟାମିନ Eର ଜେଲକୁ ଆପଣଙ୍କ ଲୋଶନ ସହିତ ମିଶାଇ ଆଖିର କଳାଦଗ ଥିବା ଜାଗାରେ ଲଗାନ୍ତୁ ।

ଏହାକୁ ରାତି ସାରା ଲଗାଇ ଛାଡି ଦିଅନ୍ତୁ, କିଛି ଦିନ ପରେ ଏହାର ଲାଭ ଜାଣି ପାରିବେ । ଏହି ଭିଟାମିନ କେସ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । କେସରେ ଲଗାଇଲେ କେସ ବହୁତ ଗହଳିଆ ହୋଇଥାଏ । ଡାନଡ୍ରପରୁ ବି ରକ୍ଷା କରିଥାଏ, କେସ ଝଡିବା ଓ କେସ ଧଳା ହେବାରୁ ବି ରକ୍ଷା କରିଥାଏ । ଏହାକୁ ଆପଣ ସାମ୍ପୁରେ ମଧ୍ୟ ମିଶାଇ ଲଗାଇ ପାରିବେ । ନଖ ପାଇଁ ମଧ୍ୟ  ଏହାକୁ ବ୍ୟବହାର କରି ପାରିବେ । ଝିଅମାନେ ଲମ୍ବା ନଖ ରଖିବାକୁ ପସନ୍ଦ କରନ୍ତି ।

କିନ୍ତୁ କାମ କରିବା ବେଳେ ଏହା ନଷ୍ଟ ହୋଇଯାଏ । ସେଥିରୁ ରକ୍ଷା ପାଇବା ପାଇଁ ଭିଟାମିନ Eର ଜେଲକୁ ବାଦାମ ତେଲ ସହ ମିଶାଇ ନଖରେ ଲଗାଇଲେ ଏଥିରୁ ନଖ ଦୃଢ ହେବା ସହ ଲମ୍ବା ମଧ୍ୟ ହୋଇଥାଏ । ଷ୍ଟ୍ରେଚ ମାର୍କ କମାଇବା ପାଇଁ ଏହାକୁ ବ୍ୟବହାର କରି ପାରିବେ । ମହିଳା ମାନେ ଗର୍ଭବତୀ ହେଲା ପରେ ବହୁତ ଷ୍ଟ୍ରେଚ ମାର୍କ ଦେଖିବାକୁ ମିଳିଥାଏ ଏହାକୁ ଦୂର କରିବା ପାଇଁ ଭିଟାମିନ E ର ଜେଲକୁ ନଡିଆ ତେଲ ସହ ମିଶାଇ ଲଗାନ୍ତୁ ଦେଖିବେ ଏହି ଦାଗ ଚାଲି ଯିବ । ଗୋଇଠି ଫାଟି ଥିଲେ ବାଦାମ ତେଲ ସହ ମିଶାଇ ଏହି ଜେଲକୁ ଲଗାଇବା ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।