କାହିଁକି ବନ୍ଧା ଯାଏ କଳା ସୂତା ? କଳା ସୂତା ବାନ୍ଧିବାର କଣ ରହିଛି ଫାଇଦା ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ସମୟ ସହିତ ଆଗକୁ ବଢିବା ସହ ଆମେ ପୁରୁଣା ରୀତିନୀତି ଏବଂ ମାନ୍ୟତା ସବୁ ପାସୋରି ଯାଉଛୁ । ଯାହାର ପ୍ରଭାବ ଆମ ସଂସ୍କୃତି ଉପରେ ଦେଖିବାକୁ ମିଳୁଛି । ଆଜି ଆମେ ନକରାତ୍ମକ ଭାବନାଯୁକ୍ତ ସମାଜରେ ବାସ କରୁଛୁ । ଏପରି ସମୟରେ ଗୁରୁଜନଙ୍କ ଦ୍ଵାରା କଥିତ ବିଷୟ ଆମ କାର୍ଯ୍ୟରେ ଆସିଥାଏ । ଏହି ସବୁକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କଳା ସୂତା ସହ ଜଡିତ କିଛି ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କ ଜୀବନରୁ ନକରାତ୍ମକତା ଦୂର ହୋଇଯିବ ।

କଳା ରଙ୍ଗ ନକରାତ୍ମକ ଊର୍ଜାକୁ କମ କରିଥାଏ । ସେଥିପାଇଁ ଖରାପ ନଜରରୁ ବଞ୍ଚିବା ପାଇଁ କଳା ଟିକା, କଳା ସୂତା ବା କପଡା ଏବଂ କଳା ରଙ୍ଗର ଜିନିଷ ଗୁଡିକର ବ୍ୟବହାର କରାଯାଏ । ଯଦି ଆପଣଙ୍କ ଘରେ ଅକାରଣରେ ଝ-ଗ-ଡା ଏବଂ ମନୋମାଳିନ୍ୟ ହେଉଛି ତେବେ ଶନିବାର ଦିନ ଶନି ମହାରାଜାଙ୍କ ମନ୍ଦିରକୁ ଯାଆନ୍ତୁ ଓ ଏକ ମିଟରର କଳା ସୂତା ନେଇ ସେଥିରେ ୧୦୮ଟି ଗଣ୍ଠି ପକାନ୍ତୁ । ପ୍ରତ୍ଯେକ ଗଣ୍ଠିକୁ ବାନ୍ଧିବା ବେଳେ ‘ଓଁ ଶନିଶ୍ଚରାୟ ନମଃ’ ମନ୍ତ୍ରର ଜପ କରନ୍ତୁ ।

ଯଦି ଆଖପାଖରେ ଶନିଦେବଙ୍କ ମନ୍ଦିର ନାହିଁ ତେବେ ଆପଣ ଘରେ ମଧ୍ୟ ଏହି ଉପାୟ କରିପାରିବେ । ଏହି ସୂତାକୁ ଆପଣ ଘରର ମୁଖ୍ୟଦ୍ଵାରରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଘରକୁ ଖରାପ ଦୃଷ୍ଟି ଏବଂ ନକରାତ୍ମକ ଊର୍ଜା ପ୍ରବେଶ କରିପାରିବ ନାହିଁ । ଯଦି ଘରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ହେଉଥାଏ ତେବେ ଏକ କଳା ସୁତକୁ ମନ୍ଦିରକୁ ନେଇ ଅଳ୍ପ ସିନ୍ଦୂର ଲଗାଇ ରଖି ଦିଅନ୍ତୁ ଓ ତା ପରଦିନ ସକାଳୁ ସ୍ଵଚ୍ଛ ହୋଇ ସେହି କଳା ସୂତାକୁ ଉକ୍ତ ସଦସ୍ୟଙ୍କ ପାଦରେ ବାନ୍ଧି ଦିଅନ୍ତୁ ।

ଏହା ଦ୍ଵାରା ତାଙ୍କ ଆଖପାଖରୁ ନକରାତ୍ମକ ଊର୍ଜା ଦୂରେଇ ରହିବ ଓ କାହାର ଖରାପ ନଜର ଛୁଇଁ ପାରିବ ନାହିଁ । ଗର୍ଭବତୀ ମହିଳାଙ୍କୁ ସବୁଠୁ ଶୀଘ୍ର ଖରାପ ନଜର ଲାଗିଯାଏ । ସେମାନଙ୍କ ଆସିବାକୁ ଠିଆବ ସନ୍ତାନକୁ ମଧ୍ୟ ଏଥିପାଇଁ ଖରାପ ନଜର ଲାଗିଥାଏ । ଏଥିପାଇଁ ତାଙ୍କ ଉଚ୍ଚତା ସହ କିଛି କଳା ସୂତା ମାପିକରି ନେଇଯିବେ ଓ ଏହାକୁ ତାଙ୍କ ଚାରିପଟେ ତିନି ଥର ବୁଲାଇଦେବେ ଏବଂ ଏହାକୁ ନେଇ ବରଗଛ ମୂଳେ ପୋତି ଦିଅନ୍ତୁ କିମ୍ବା ନଦୀରେ ବିସର୍ଜନ କରି ଦିଅନ୍ତୁ ।

ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଏହି ଉପାୟକୁ କରନ୍ତୁ । ଦେଖିବେ ଗର୍ଭବତୀ ମହିଳା କିମ୍ବା ତାଙ୍କ ପିଲା ଆଖପାଖରେ କୌଣସି ମନ୍ଦ ଊର୍ଜା ଆସିବା ନାହିଁ । କଳା ସୂତାରେ ରୁଦ୍ରାକ୍ଷ ଲଗାଇ ଯଦି ବାଜୁବନ୍ଧରେ ଲଗାଯାଏ ଏହା ଅଧିକ ଲାଭଦାୟକ ହୋଇଥାଏ ।

ପୁରୁଣା କଳା ସୂତାକୁ ସର୍ବଦା ବରଗଛ ମୂଳେ ମାଟିରେ ପୋତି ଦେବା ଉଚିତ କିମ୍ବା ନଦୀରେ ଭସାଇ ଦେବା ଉଚିତ । ଅନ୍ଯଥା ଏହାକୁ କିଛି ଲୋକ କଳା ଜାଦୁ କରିବାରେ ବ୍ଯବହାର କରିପାରନ୍ତି । ଗୋଡର ବୁଢା ଆଙ୍ଗୁଠିରେ କଳା ସୂତା ପିନ୍ଧିଲେ କଳା ଶକ୍ତିର ପ୍ରଭାବ କମ ହୋଇଥାଏ । ନିଜେ କିଣିକରି କିମ୍ବା ମନ୍ଦିରର ପୂଜାରୀଙ୍କ ଠାରୁ ହିଁ କଳା ସୂତା ଆଣି ପିନ୍ଧିବା ଉଚିତ । ଅନ୍ୟ କାହାଠାରୁ ନେଇ ପିନ୍ଧିବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।