ବେକର କଳଦାଗରୁ ଛୁଟକାରା ପାଇବାକୁ ଚାହୁଁଛନ୍ତି, ତ କରନ୍ତୁ ଏହି ସହଜ ଘରୋଇ ଉପାୟ

ବହୁତ ଥର ଲୋକେ ତାଙ୍କ ଚେହେରାକୁ ଚିକଣ କରିବା ପାଇଁ କେତେକ ପ୍ରକାରର କ୍ରିମର ପ୍ରୟୋଗ କରିଥାନ୍ତି ଯାହା ଦ୍ଵାରା ତାଙ୍କ ଚେହେରା ସବୁବେଳେ ସଫା ଓ ଗୋରା ଦେଖାଯିବ । ସବୁ ପୁଅ ଝିଅ ସୁନ୍ଦର ଦେଖାଯିବ ପାଇଁ କଷ୍ଟ କରିଥାନ୍ତି , ଚେହେରାର ଯତ୍ନ ବହୁତ ନେଇଥାନ୍ତି କିନ୍ତୁ ବେକର ଦେଖାଶୁଣା କରିବାକୁ ଭୁଲି ଯାଇଥାନ୍ତି । ଯେଉଁଠି ପାଇଁ ବେକ କଳା ପଡ଼ିଯାଏ , ଯାହା ଆପଣଙ୍କ ସୁନ୍ଦରତାକୁ ନଷ୍ଟ କରିଥାଏ । ଯଦି ଆପଣଙ୍କ ବେକ ବି କଳା ଅଛି , ତେବେ ଏହାକୁ ସହଜରେ ଚିକଣ କରିପାରିବେ । ବେକକୁ ଚିକଣ କରିବା ପାଇଁ ତଳେ ଲେଖାଥିବା ଉପାୟକୁ ଆପଣାନ୍ତୁ । ଏହା ଦ୍ଵାରା ଆପଣଙ୍କ କଳା ଦାଗ ଦୁର ହେଇଯିବ ।

ବେକର କଳା ଦାଗକୁ ସଫା କରିବା ପାଇଁ ଏହି ଉପାୟ କରନ୍ତୁ

ଲେମ୍ବୁର ପ୍ରୟୋଗ

ଲେମ୍ବୁର ରସ ବେକରେ ଲଗାଇବା ଦ୍ଵାରା କଳଦାଗ ପୁରାପୁରି ଦୁର ହୋଇଯିବ । ଆପଣ ଗୋଟେ ଲେମ୍ବୁକୁ ଭଲସେ ଚିପୁଡି ଦିଅନ୍ତୁ ଓ ଏହି ଲେମ୍ବୁ ରସ ଭିତରେ ଟିକେ ଗୋଲାପ ଜଳ ମିଶେଇ ଦିଅନ୍ତୁ ଓ ଏହାକୁ ବେକରେ ଭଲସେ ଲଗାଇ ରାତିସାରା ଏହାକୁ ଛାଡ଼ି ଦିଅନ୍ତୁ । ସକାଳୁ ଏହାକୁ ଧୋଇ ଦିଅନ୍ତୁ ଏହାକୁ ଗୋଟେ ସପ୍ତାହ ଯାଏ ସବୁଦିନ ଲଗାଇବା ଦ୍ଵାରା ଆପଣଙ୍କ ବେକରୁ କଳଦଗା ପଳାଇବ ।

ମହୁର ଉପଯୋଗ

ମହୁ ସାହାଯ୍ୟରେ ବେକ କୁ ଚିକଣ କରାଯାଇ ପାରିବ । ଆପଣ ଦୁଇ ଚାମଚ ମହୁରେ ଟିକେ ହଳଦୀ ମିଶାଇ ଏକ ପେଷ୍ଟ ତିଆରି କରି ଦିଅନ୍ତୁ । ଏହି ପେଷ୍ଟକୁ ନିଜ ବେକରେ ଲଗାଇ ଦିଅନ୍ତୁ । ଏହି ପେଷ୍ଟ ଆପଣ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ ଓ ଯେବେ ସେ ଶୁଖିଯିବ ତେବେ ଉଷୁମ ପାଣି ଦ୍ଵାରା ବେକକୁ ସଫା କରି ଦିଅନ୍ତୁ । ଆପଣଙ୍କୁ ବେକର କଳା ଦାଗରୁ ମୁକ୍ତି ମିଳିବ ।

ଲେମ୍ବୁ ଓ ମହୁର ପେଷ୍ଟ

ଦୁଇ ଚାମଚ ଲେମ୍ବୁ ରସକୁ ମହୁ ସହ ମିଶେଇ ପେଷ୍ଟ ତିଆରି କରନ୍ତୁ । ଏବେ ଏହାକୁ ଅଧ ଘଣ୍ଟାଯାଏ ଲଗାଇ ରଖି ଦିଅନ୍ତୁ । ବେକର ମସାଜ କରିବା ପରେ ଏହାକୁ ଧୋଇ ଦିଅନ୍ତୁ ।

ବେଶନ ଓ ଦହିର ପେଷ୍ଟ

ଆପଣ ଦୁଇ ଚାମଚ ବେସନରେ ଦହି ମିଶେଇ ଗୋଟେ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ବେକରେ ଲଗାନ୍ତୁ ଓ 15 ମିନିଟ ପରେ ପାଣି ସାହାଯ୍ୟରେ ବେକକୁ ସଫା କରିଦିଅନ୍ତୁ । ଆପଣଙ୍କ ବେକର କଳାପଣ ଦୁର ହୋଇଯିବ । ଦେଖିବେ ଏହାର ତିନି ଦିନ ପରେ ଆପଣଙ୍କୁ ଏହାର ଫରକ ଦେଖା ଦେବ ।

କାକୁଡି

କାକୁଡିର ରସ ସାହାଯ୍ୟରେ ବେକକୁ ସଫା କରିହେବ । କାକୁଡିକୁ ବାଟି ସେଥିରେ ଗୋଲାପ ଜଳ ମିଶାନ୍ତୁ । ଏବେ ଏହି ମିଶ୍ରଣକୁ 10 ମିନିଟ୍ ବେକରେ ଲଗାଇ ଛାଡ଼ି ଦିଅନ୍ତୁ । ମଶାଜ କରିବା ପରେ ଏହାକୁ ଧୋଇ ଦିଅନ୍ତୁ । ପ୍ରତିଦିନ ଗାଧେଇବା ପୂର୍ବରୁ ଆପଣ ଲେମ୍ବୁ ଓ କାକୁଡି ମିଶ୍ରଣକୁ ହାଲ୍କା ଭାବରେ ଲଗାନ୍ତୁ । ଦେଖିବେ ଆପଣଙ୍କୁ ଏହାର ଚମକ ଦେଖା ଦେବ ।

ହଳଦୀ

ହଳଦୀର ପ୍ରୟୋଗ ପ୍ରାଚୀନ କାଳରେ ବହୁତ କରା ଯାଉଥିଲା ଓ ଏହାକୁ ଚେହେରା ପାଇଁ ଉତ୍ତମ ବୋଲି ଜଣାଯାଏ । ଆଜି ମଧ୍ୟ ହଳଦୀର ପ୍ରୟୋଗ କେତେକ ଲୋକ ସୁନ୍ଦର ତ୍ୱଚା ପାଇବା ପାଇଁ କରିଥାନ୍ତି ଓ ଏହାକୁ ଚେହେରାରେ ଲଗାଯାଏ । ଚେହେରା ପରି ହିଁ ଆପଣ ହଳଦୀକୁ ନିଜ ବେକରେ ମଧ୍ୟ ଲଗାଇ ପାରିବେ । ହଲଦିକୁ ବେକରେ ଲଗାଇବା ଦ୍ଵାରା ବେକ ସଫା ହେଇ ଯାଇଥାଏ । ହଳଦୀ ସହିତ ଦହି ପକାଇ ପେଷ୍ଟ ତିଆରି କରି ଲଗାନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।