ଏହି କାମ କଲେ ପୁରା ଭିତରୁ ହେଇଯିବେ ଶକ୍ତିଶାଳୀ, ସମସ୍ତେ ଆପଣଙ୍କ ଭଳି ହେବାକୁ ଚାହିଁବେ

ଅନେକ ସମୟରେ ଆମେ ଦେଖି ଥାଉ ବାହାରୁ ମୋଟା ଓ ସୁସ୍ଥ ସବଳ ଦିଶୁଥିବା ଲୋକ, ଟିକେ ଜଳବାୟୁରେ ପରିବର୍ତ୍ତନ ହେଲେ ରୋଗାକ୍ରାନ୍ତ ହୋଇଯାନ୍ତି । ଆଉ ପତଳା ଓ ରୋଗିଣା ଦିଶୁଥିବା ଲୋକ ମାନେ ବାହାରୁ ଠିକ୍ ନ ଲାଗୁଥିଲେ ମଧ୍ୟ ଭିତରୁ ଠିକ୍ ଥାଆନ୍ତି ବା ଏମାନଙ୍କ ରୋଗ ପ୍ରତିରୋଧକ କ୍ଷମତା ଅଧିକ ଥାଏ । ଏହାର ଅର୍ଥ ଏମାନଙ୍କ ଖାଇବା ପିଇବା ଓ ଜୀବନଯାପନ ରେ କିଛି ପୃଥକତା ରହିଥାଏ ଯାହା ଏମାନଙ୍କୁ ସବଳ କିମ୍ବା ଦୁର୍ବଳ କରିଥାଏ ।

ମାନସିକ ସ୍ଵାସ୍ଥ୍ୟ ମଧ୍ୟ ଠିକ୍ ଏହି ପରି । ଆପଣ ବାହାରୁ ଦେଖି କାହାର ମାନସିକ ସ୍ଥିତି ଜାଣି ପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ ବ୍ୟକ୍ତିଙ୍କୁ ଭିତରୁ ଜାଣିବାକୁ ହେବ । କେବେ କେବେ କିଛି କଥା ଆମ ପାଇଁ ବହୁତ ବଡ଼ ହୋଇଥାଏ ଓ କେବେ ବହୁତ ଛୋଟ । ମାନସିକ ଭାବେ ସବଳ ହେବାକୁ ହେଲେ ଏହି ଦୁଇ ପରିସ୍ଥିତିକୁ ଆମକୁ ଭଲ ସେ ବୁଝିବା ଜରୁରୀ ଅଟେ ।

କେବେ କେବେ କିଛି ଛୋଟ କଥାକୁ ଆମେ ନିଜ ଭିତରେ ରଖି ଏତେ ବଡ଼ କରି ଦେଇ ଥାଉ ଯେ ତାହା ଆମକୁ ସବୁ ସମୟରେ ବ୍ୟସ୍ତ କରାଇ ଥାଏ ଓ ସେଥିରୁ ବାହାରିବା ଆମ ପାଇଁ ବହୁତ କଷ୍ଟକର ହୋଇପଡେ । ଯଦି ଆପଣ ମାନସିକ ଭାବେ ଦୁର୍ବଳ ଥିବେ ତେବେ ସେହି କଥା ର ସମାଧାନ ଚିନ୍ତା ନ କରି ଆପଣ ଭାଙ୍ଗି ପଡନ୍ତି । ଆପଣ ଏହି କଥା କୁ କାହାକୁ ଜଣାଇବାକୁ ଚାହିଁଲେ ମଧ୍ୟ ଏହା ଭାବନ୍ତି କି ଆପଣ ପ୍ରକୃତରେ ଯାହା ଶୁଣିବାକୁ ଚାହାନ୍ତି ଆପଣଙ୍କୁ ସେପରି ହିଁ ପରାମର୍ଶ ମିଳୁ ।

କେବେ କେବେ ଆମେ ଲୋକଙ୍କ କଥା ଶୁଣୁ ଥାଉ କିନ୍ତୁ ସହମତ ହୋଇ ନ ଥାଉ । କାରଣ ଆମକୁ ଲାଗେ ଯାହା ଆମ ମନ ଭିତରେ ଅଛି ତାହା ହିଁ ଠିକ୍ ଅଟେ । କିନ୍ତୁ ମାନସିକ ରୂପେ ସବଳ ହେବାକୁ ହେଲେ ନିଜେ ସବୁ କଥା ଅନୁମାନ ନ କରି ଆମକୁ ଚିନ୍ତା କରିବା ଉଚିତ୍ କଣ ଠିକ୍ ଅଟେ । ଆମକୁ ପରିସ୍ଥିତି କୁ ବୁଝି ତାର ସାମନା କରିବାକୁ ପଡ଼ିବ ଓ କିପରି ସମାଧାନ ହୋଇ ପାରିବ ତାହା ମଧ୍ୟ ଚିନ୍ତା କରିବାକୁ ପଡ଼ିବ । ଆପଣଙ୍କୁ କେହି ଭୁଲ ଭାବିଲେ ତାଙ୍କ ସହ ପ୍ରତ୍ୟକ୍ଷ କଥା ହୁଅନ୍ତୁ ଓ କଟୁ କଥା କହିଲେ ତାଙ୍କୁ ସିଧା କୁହନ୍ତୁ କି ତାହା ଆପଣଙ୍କୁ ଭଲ ଲାଗିଲା ନାହିଁ ।

ପ୍ରଥମେ ଏହା ଭାବିବା ବନ୍ଦ କରି ଦିଅନ୍ତୁ କି ଆପଣଙ୍କୁ କେହି ବୁଝୁ ନାହାନ୍ତି, ଆପଣ ଖରାପ ଲୋକ ଅଟନ୍ତି କିମ୍ବା ଆପଣଙ୍କ ମାନସିକ ଶକ୍ତି ଦୁର୍ବଳ ଅଟେ । ଆମେ ଯେପରି ଭାବିଥାଉ ଆମକୁ ସବୁ ବିଷୟ ସେହିପରି ହିଁ ଦିଶିଥାଏ । ସେଥିପାଇଁ ଏହି ବିଷୟରେ କେହି ଥଟ୍ଟା ରେ କହିଲେ ମଧ୍ୟ ଆମେ ଦୁଃଖିତ ଓ ବ୍ୟତିବ୍ୟସ୍ତ ହୋଇ ଯାଉ । କିନ୍ତୁ ପ୍ରକୃତରେ ଏହା ଜରୁରୀ ନୁହେଁ କି ଅନ୍ୟ ବ୍ୟକ୍ତି ଆମକୁ ସବୁବେଳେ ବୁଝନ୍ତୁ ଅବା ଆମକୁ ବୁଝିଥିବା ଲୋକ ଆମକୁ ସବୁ ସମୟରେ ମିଳନ୍ତୁ । ଛୋଟ ରୁ ବଡ଼ ହେବା ଯାଏ ଆମେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥାଉ ।

କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ମାତ୍ର ଲୋକ ହିଁ ଆମର ନିକଟତର ହୋଇ ପାରିଥାନ୍ତି । କାହିଁକି ନା ଆମ ସ୍ଵଭାବ ଓ ବୁଝାମଣା କେବଳ ସୀମିତ ଲୋକଙ୍କ ସହ ଖାପ ଖୁଆଇ ଥାଏ । ଏତେ ଲୋକଙ୍କ ମଧ୍ୟ ରୁ ଯଦି କେବଳ କିଛି ମାତ୍ର ଲୋକ ହିଁ ଆମକୁ ବୁଝି ପାରନ୍ତି, ତେବେ ଯଦି କେଉଁ ସମୟରେ ଆମକୁ କେହି ବୁଝି ନ ପାରେ ତେବେ ସେଥିରେ କିଛି ବି ଅସୁବିଧା ନାହିଁ । ସେଥିପାଇଁ ନିଜକୁ ଦୁର୍ବଳ ଓ ଅଲୋଡା ଅନୁଭବ କରାଇବା ବନ୍ଦ କରି ଦିଅନ୍ତୁ । ଆପଣ ନିଜକୁ ବୁଝାନ୍ତୁ କି ଆପଣ ସେପରି ନୁହନ୍ତି । ମନ ହାଲୁକା ରଖନ୍ତୁ ଓ ସବୁ କଥା ହୃଦୟକୁ ନିଅନ୍ତୁ ନାହିଁ ।

ଯେଉଁ ପରିସ୍ଥିତି ଆପଣଙ୍କ କ୍ଷମତା ବାହାରେ ଅଛି ସେହି ବିଷୟରେ ଭାବି ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ । ତାକୁ ସେପରି ଛାଡି ଦିଅନ୍ତୁ । ଆମ ଜୀବନରେ କିଛି ବିଷୟ ସମୟ ହାତରେ ଛାଡି ଦେବା ବହୁତ ଜରୁରୀ ଅଟେ । ଜୀବନରେ କିଛି ବି ନକାରାତ୍ମକ ବିଷୟ ଘଟିଲେ କେହି ଆପଣଙ୍କ ଠାରୁ ଦୂରେଇ ଗଲେ, ଜବରଦସ୍ତି ସେହି ସବୁକୁ ଧରି ରଖିବାକୁ ପ୍ରୟାସ କରନ୍ତୁ ନାହିଁ ।

ଆପଣଙ୍କୁ ବୁଝିବାକୁ ହେବ କି ବର୍ତ୍ତମାନ ପାଇଁ କିଛି ବିଷୟ ଆପଣଙ୍କ ଇଛାନୁଯାୟୀ ନ ହେଉଥିଲେ ମଧ୍ୟ ଏହାର ଅର୍ଥ ନୁହେଁ କି ଆପଣଙ୍କ ସାରା ଜୀବନ ନଷ୍ଟ ହୋଇଗଲା । ସବୁବେଳେ ନିଜକୁ ସମ୍ଭାଳି ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ସବୁ ବିଷୟରେ ଥରକେ ଯେ ସଫଳତା ମିଳିବ ଏହା ଜରୁରୀ ନୁହେଁ, କିନ୍ତୁ ଆପଣ ନିଶ୍ଚୟ ସଫଳ ହେବେ ଏହା ବିଶ୍ୱାସ ରଖନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।