ବାତ୍ୟାର ନାଁ ୟାସ କାହିଁକି ? କିଏ ଦେଇଛି ଏହି ନାମ ଓ କଣ ଏହାର ଅର୍ଥ ?

ଆପଣ ମାନେ ଜାଣିଥିବେ କି ଭାରତରେ, ବାଙ୍ଗଲା ଦେଶରେ ଅନେକ ବାତ୍ୟା ଆସୁ ଥିଲା ମାତ୍ର ଏହାର ନାମ କରଣ କରାଯାଉ ନଥିଲା । ମାତ୍ର ଏହା ପ୍ରତିବର୍ଷ ଆସିବା ପରେ ଏହାକୁ ଚିହ୍ନଟ କରିବା ପାଇଁ ଏହାର ନାମ କରଣ କରିବାର ନିସ୍ପତି ନିଆଗଲା ।

ଏହା ପରେ ନାମ କରଣ କରିବା ଆରମ୍ଭ ହୋଇଥିଲା । ଆଗେ ଫାଇଲିନ, ତିତିଲି, ଆମ୍ଫାନ ଆଉ ଏବେ ୟାଶ । ତେବେ ଅନେକ ସମୟରେ ଆପଣଙ୍କ ମନରେ ଏହା ପ୍ରଶ୍ନ ଆସୁଥିବ କି ଏହାର ନାମ କିଭଳି କରାଯାଉଛି । ଆମେ ଆଜି ଆପଣଙ୍କୁ ସେହି ବିଷୟରେ ସୂଚନା ଦେଇ କହିବାକୁ ଯାଉଛୁ । ୨୬ ତାରିଖ ଦିନ ଏହି ବାତ୍ୟା ପାରାଦ୍ଵୀପ ଓ ସାଗରଦ୍ଵିପ ମଧ୍ୟ ରେ ଲ୍ୟାଣ୍ଡଫଲ କରିବ । ଏହା ଅଧିକ ଜୋରେ ହେବାର ପାଣିପାଗ ବିଭାଗରୁ ସୂଚନା ମିଳିଛି ।

ତେବେ ଆସନ୍ତୁ ଜାଣିବା ଏଭଳି ତାଣ୍ଡବ କରୁଥିବା ବାତ୍ୟା ମାନଙ୍କ ନାମ କିପରି ରଖାଯାଇଛି । ସାମୁଦ୍ରିକ ଝଡ ୟାଶ ର ନାମ ଏଥର ଦେଇଛି ଓମାନ । “ୟାଶ” ପ୍ୟାରିଶ ଭାଷାରୁ ଆସିଛି । ଇଂରାଜି ଭାଷାରେ ଏହାର ଅର୍ଥ ଜସ୍ମିନ । ଏହି ପ୍ରଥା ଅନେକ କାଳରୁ ଚାଲି ଆସୁଛି । ଅନେକ ଆଗରୁ ଏହି ପ୍ରଥା ନଥିଲା ମାତ୍ର ଏହା ୨୦୦୦ ମସିହା ପରେ ପରେ ଆରମ୍ଭ ହୋଇଛି ।

ପ୍ରଥମେ ଭାରତ ମହାସାଗରରେ ଥିବା ୮ ଟି ଦେଶ ଏହି ନାମ କରଣ ରେ ସାମିଲ ହୋଇଥିଲେ । ସେମାନେ ହେଲେ ଭାରତ, ବାଙ୍ଗଲା ଦେଶ, ମାଲଦ୍ଵୀପ, ଓମାନ, ପାକିସ୍ଥାନ, ମିଆଁମାର, ଥାଇଲାଣ୍ଡ, ଶ୍ରୀଲଙ୍କା । ଏହାପରେ ୨୦୧୮ ମଶିହାରେ ଇରାନ, କତର, ସାଉଦି ଆରବ, ୟୁଏଇ, ୟମେନ ମଧ୍ୟ ଏହି ନାମ କରଣ ରେ ନିଜକୁ ସାମିଲ କରିଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା ବାତ୍ୟା ର ନାମ କରଣ ଏହି ଦେଶ ମାନେ କରିଥାନ୍ତି । ଏହାର ଅକ୍ଷର ଅନୁସାରେ ନାମ କରଣ କରାଯାଏ ।

ଯଦି ଭାରତ ମହାସାଗରରେ ବାତ୍ୟା ଆସିଥାଏ ଯେଉଁ ଦେଶର ନାମ ଆଗେ ଆସିବ ସେହି ବାତ୍ୟାର ନାମ କରଣ କରିବ । ଜେଭଳି ନିକଟରେ ଆରବ ମହାସାଗର ରେ ଆସିଥିବା ବାତ୍ୟା ରେ ଏହାର ନାମ ମିଆଁମାର ଦେଇଥିଲା ସେହି ଅନୁସାରେ ଏହି ବାତ୍ୟା ର ନାମ ଓନାମ ଦେଇଛି ।  ଭାରତୀୟ ପାଣିପାଗ ଅନୁସାରେ ଉତ୍ତର ଓଡିଶା ସହ ପଶ୍ଚିମ ବଙ୍ଗରେ ଏହାର ପ୍ରଭାବ ପଡିପାରେ ବୋଲି  କୁହା ଯାଉଛି ।